ହେଡଲାଇନସ୍:

ଭୂମିହୀନଙ୍କୁ ଜମିପଟ୍ଟା ଦିଅ ନଚେତ ଗାଦି ଛାଡ - ସମରେନ୍ଦ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୂମି ହୀନଙ୍କୁ ଜମିପଟ୍ଟା ପ୍ରଦାନ ଦାବିରେ କଂଗ୍ରେସର ଆନ୍ଦୋଳନ

ବଲାଙ୍ଗିର - ନିର୍ବାଚନ ଆସିଲେ ସରକାର କେବଳ ମିଛ ଯୋଜନା କରୁଛି । ଗରିବ ବିରୋଧି ରାଜ୍ୟ ସରକାର ଦିର୍ଘ ୧୯ ବର୍ଷ ଶାସନରେ ମଧ୍ୟରେ ଗରିବ ଲୋକଙ୍କୁ ସର୍ବନିମ୍ନ ମୌଳିକ  ଅଧିକାରରୁ ବଂଚିତ  କରିଛି । ଚତୁର୍ଥପାଳି ଶେଷ ବର୍ଷରେ ଜାଗା ମିଶନ ନାଁ ରେ ଲୋକଙ୍କୁ ଠକୁଛି ।  ଜାଗା ମିଶନ ଯୋଜନା କେବଳ ନାମକୁ ମାତ୍ର ନିଜ ଦଳକୁ ସୁହାଇଲା ବଳି କିଛି ଲୋକଙ୍କୁ ଜମି ପଟ୍ଟା  ପ୍ରଦାନ କରି ଅଧିକାଂଶ ଗରିବ ଲୋକଙ୍କୁ ସେଥିରୁ ବଂଚିତ  କରିଛି । ସରକାରର ଏପରି ଆଭିମୁଖ୍ୟ ଯଦି ବଳବର୍ତ୍ତର ରହେ ଏବଂ ସହର ମଧ୍ୟରେ ରହୁଥିବା ଗରିବ ଭୂମିହିନମାନଙ୍କୁ ପାତର ଅନ୍ତର ନ କରି ବାସଗୃହ ନିର୍ମାଣ ପାଇଁ ଜମି ପଟ୍ଟା ଶିଘ୍ର ପ୍ରଦାନ ନ କଲେ ତେବେ ଆଗାମୀ ଦିନରେ ସରକାରଙ୍କୁ ଏବଂ ତାଙ୍କର ପ୍ରତିନିଧିମାନଙ୍କୁ ଏଠାରେ ଘୋର ଆନେ୍ଦାଳନର ସମ୍ମୁଖିନ ହେବାକୁ ପଡିବ ବୋଲି ଆଜି ଅନୁଷ୍ଠିତ  ତହସିଲ ଘେରାଓ କାର୍ଯ୍ୟକ୍ରମରେ ସମବେତ ହୋଇଥିବା ଭୂମିହୀନ ଆନେ୍ଦାଳନକାରୀ ମାଧ୍ୟମରେ ସରକାରଙ୍କୁ ଏଆଇସିସି ସଦସ୍ୟ ତଥା ପିସିସି ର ବରିଷ୍ଠ  ମୁଖପାତ୍ର ସମରେନ୍ଦ୍ର ମିଶ୍ର ଚେତାବନି ଦେଇଛନ୍ତି । ଶ୍ରୀ ମିଶ୍ର ନିଜ ଉଦ୍ବୋଧନରେ ଆହୁରି ମଧ୍ୟ କହିଛନ୍ତି ଭୂମିହିନଙ୍କୁ ଜମି ଦେବାର ବ୍ୟବସ୍ଥା ବିଧି ବ୍ୟବସ୍ଥା ମଧ୍ୟରେ ବହୁ ବର୍ଷରୁ ଅଛି । କିନ୍ତୁ ସରକାରର ଆନ୍ତରିକତା ନାହିଁ । ଏହି ସରକାର ଗରିବଙ୍କ ସରକାର ନୁହେଁ କେବଳ ଏମାନଙ୍କୁ ଭୋଟ ସର୍ବସ୍ୱ ରାଜନିତିରେ ମସରୁଲ ରହିବାର ଅଛି । ଦିର୍ଘ ୧୯ ବର୍ଷରେ ଏମାନେ ରାଜ୍ୟକୁ ଶାସନ କରୁଛନ୍ତି । ଏହି ସରକାର ଆରମ୍ଭରେ ପାଠ ପଢୁଥିବା ଛାତ୍ର ଆଜି ବେକାରି ବୁଲୁଛି । କୃଷକ ତାର ·ଷ ଜମିକୁ ପାଣି ପାଉ ନାହିଁ । ପ୍ରତ୍ୟେକ ବ୍ଲକରୁ ୩୫% ଜଳସେଚନର ପ୍ରତିଶୃତିରେ ସରକାର ଫେଲ । ଶ୍ରମିକ ତାର ସର୍ବନିମ୍ନ ମଜୁରି ପାଉ ନାହିଁ । ପ୍ରତ୍ୟେକ ·କିରି ଆଜି ଚୁକ୍ତିଭିତ୍ତିକ । ଏପରି କି ସର୍ବନିମ୍ନ ଜିବନଯାପନ କରିବା ପାଇଁ ତଥା ଏକ ଛୋଟିଆ ବାସଗୃହ ପାଇଁ ଲୋକେ ଜାଗା ଖଣ୍ଡେ ପାଇଁ ଆନେ୍ଦାଳନ କରିବାକୁ ପଡୁଛି । ଏଥିରୁ  ସ୍ପଷ୍ଟ ଏହି ସରକାର ଆଉ ଲୋକଙ୍କ କାମରେ ନାହିଁ । ଏମାନଙ୍କୁ ପରରିବର୍ତ୍ତନ କରିବାକୁ ହିଁ ପଡିବ । ନିର୍ବାଚନ ପ୍ରଚାର କମିଟିର ଅଧ୍ୟକ୍ଷ ତଥା ପିସିସି ସଭ୍ୟ ଅସିମ ପଟ୍ଟନାୟକ ନିଜ ଭାଷଣରେ ତହସିଲଦାର ଏବଂ ତାଙ୍କ ଅଧିକାରୀଙ୍କ ଜମି ପଟ୍ଟା ପ୍ରଦାନରେ ବ୍ୟାପକ ଚଞ୍ଚକତା ହୋଇଥିବା ଅଭିଯୋଗ କରିଥିଲେ । ସେ ପ୍ରଶ୍ନ କରିଥିଲେ ସହର ମଧ୍ୟରେ ହଜାର ହଜାର ଭୂମିହିନ ବସବାସ କରୁଥିବା ବେଳେ ମାତ୍ର ହାତଗଣତି କିଛି ଲୋକଙ୍କୁ ପଟ୍ଟା ପ୍ରଦାନ କରିବା ପଛରେ କି ଉଦ୍ଦେଶ୍ୟ  ରହିଛି ଆଗାମୀ ଦିନରେ ନିରପେକ୍ଷ ଭାବରେ ଭୂମିହିନ ଲୋକଙ୍କୁ ଚିହ୍ନଟ କରି ଯଦି ସମସ୍ତ ଭୂମିହିନଙ୍କୁୁ ପଟ୍ଟା ପ୍ରଦାନର ବ୍ୟବସ୍ଥା କରାନଯାଏ ତେବେ ସମସ୍ତ ପ୍ରଶାସନକୁ ଅଚଳ କରିଦିଆଯିବ ବୋଲି ସେ ଚେତାବନି ଦେଇଥିଲେ । ଜିଲ୍ଲା ମହିଳା କଂଗ୍ରେସର କାର୍ଯ୍ୟକାରୀ ସଭାନେତ୍ରୀ ମିଳନୀ ସାହୁ ତହସିଲଦାରଙ୍କ ଉଦେ୍ଧଶ୍ୟରେ ତିଆରି ହୋଇଥିବା ତିନି ଦଫା ଦାବୀ ପତ୍ର ପଠନ କରି ଉପସ୍ଥିତ ଆନ୍ଦୋଳନକାରୀମାନଙ୍କୁ ଶୁଣାଇଥିଲେ । ନଗର କଂଗ୍ରେସ କମିଟି ସଭାପତି ବୁଲୁ ଦାନୀଙ୍କ ଡାକରାରେ ହୋଇଥିବା ଏହି ଆନ୍ଦୋଳନଟିକୁ ଗୌରୀ  ସାହୁ, ରୋହିଣି ସରାଫ, ରୁପାଲି ତ୍ରିପାଠି, ଅନ୍ନପୂର୍ଣ୍ଣା ବଢେଇ, ଇଜାବେଲ ଖ୍ରୀଷ୍ଟୋଦାଶ, ଗାୟତ୍ରୀ ଜସୱାଲ, ମୀରା ମଣ୍ଡଲ, ସଂଜିବନୀ କର୍ଣ୍ଣ, ଅମିତା ସେଠ, କୁନି ମହାପାତ୍ର, ପଦ୍ମିନୀ, ସୁରେଖା ସୁନା, କୁମାରୀ ଚନ୍ଦନ, ସବିତା ଶତପଥି,  ସାମସନ ନିଶା, ଅଲକା ଠାକୁର, ପିସିସି ସଭ୍ୟ ଜିଲ୍ଲା ଉପ-ସଭାପତି ମନିଷ ମିଶ୍ର, ପିସିସି ସଂପାଦକ ସୁଦାମ ସାହୁ, ଜିଲ୍ଲା ଉପ-ସଭାପତି ସନ୍ତକ ବହିଦାର, ଟାଉନ ଉପ-ସଭାପତି ମାନସ ମହାନ୍ତି, ଜୁଲୁ ପଟ୍ଟନାୟକ, ଘୁଣ୍ଡୁ ଦାସ, ସଂଜିବ ଗୁରୁ, କୁଲ ସାହୁ, ବ୍ରଜ ସେଠ, ପ୍ରେମପ୍ରକାଶ ମିଶ୍ର, ଅନ୍ତ ମଛଖଣ୍ଡ, ରବି ପାଣିଗ୍ରାହୀ, ଦିପନ ଯୋଷୀ, ସୁନିଲ ବେହେରା, ରାଜ ବେଜ, ପ୍ରଫୁଲ୍ଲ ମିଶ୍ର,  ଅଶୋକ ନନ୍ଦ, ସଂଜୟ ମିଶ୍ର,  ଯୁବନେତା ଅଜୟ ବାଲିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶତାଧିକ ମହିଳା, ପୁୁରୁଷ ତଥା ଭୂମିହିନ ପରିବାରର ଆନେ୍ଦାଳନକାରୀମାନେ ଏହି ତହସିଲ ଘେରାଓରେ ସାମିଲ ହୋଇଥିଲେ । ।  

0
0
0
s2sdefault