ହେଡଲାଇନସ୍:

ବିଜୁ ମହିଳା ଜନତା ଦଳ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ-୨୦୧୯ ପାଳିତ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ବିଜୁ ମହିଳା ଜନତା ଦଳ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଏଥିରେ ରାଜ୍ୟ ବିଜୁ ଜନତା ଦଳ ଉପ-ସଭାନେତ୍ରୀ ଶ୍ରୀମତୀ ପ୍ରମିଳା ମଲିକ, ବିଜୁ ମହିଳା ଜନତା ଦଳ ରାଜ୍ୟ ସଭାନେତ୍ରୀ ଡ. ମିନତି ବେହେରା, ଉପଦେଷ୍ଟା ଡ. ଜ୍ୟୋତି ପାଣିଗ୍ରାହୀ, ଶ୍ରୀମତୀ କସ୍ତୁରୀ ମହାପାତ୍ର, କାର୍ଯ୍ୟକାରୀ ସଭାନେତ୍ରୀ ଡ. ଗୀତାଞ୍ଜଳି ବସ୍ତିଆ, ଶ୍ରୀମତୀ ଶ୍ରୀମୟୀ ମିଶ୍ର, ଶ୍ରୀମତୀ ଭାରତୀ ସିଂହ, ମହାମାୟା ସ୍ୱାଇଁ ଓ ବିଜୁ ମହିଳା ଜନତା ଦଳର ସମସ୍ତ ମହିଳା କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ମହିଳାମାନଙ୍କର ଶକ୍ତି ଓ ସାମର୍ଥ୍ୟର ସଫଳ ଉପଯୋଗ ପାଇଁ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଥିଲେ । ନାରୀ ସଶକ୍ତିକରଣ ତାଙ୍କ ଚିନ୍ତନର ଏକ ମୁଖ୍ୟ ପ୍ରସଂଗ ଥିଲା । ‘ମା’କୁ ସମ୍ମାନ ଓ ଗାଁକୁ କାମ’ ଏହି ଦୁଇଟି ଉକ୍ତି ମାଧ୍ୟମରେ ଆମ ସାଧାରଣ ଜନଜୀବନରେ ମା’ର ଗୁରୁତ୍ୱ ଏବଂ ଗାଁ ବିକାଶ କିଭଳି ଭାବରେ ମହତ୍ୱପୂର୍ଣ୍ଣ ସେକଥା ବିଜୁବାବୁ ଉପଲବ୍ଧି କରି ମହିଳାମାନଙ୍କ ବିକାଶ ଏବଂ ଗ୍ରାମାଞ୍ଚଳର ଉନ୍ନତିକୁ ତାଙ୍କ ନିଜ ଶାସନ କାଳ ମଧ୍ୟରେ କିପରି ସର୍ବାଧିକ ଗୁରୁତ୍ୱ ଦେଇଆସିଥିଲେ, ସେ ବିଷୟରେ ଆଲୋଚନା ହୋଇଥିଲା । ପଞ୍ଚାୟତିରାଜ ବ୍ୟବସ୍ଥାରେ ନାରୀମାନଙ୍କ ପାଇଁ  ଏକ-ତୃତୀୟାଂଶ ସ୍ଥାନ ସଂରକ୍ଷଣ ଏବଂ ବିଭିନ୍ନ ନିଯୁକ୍ତି କ୍ଷେତ୍ରରେ ମଧ୍ୟ ସଂରକ୍ଷଣ ବ୍ୟବସ୍ଥା ତାଙ୍କର ବୈପ୍ଳବିକ ପଦକ୍ଷେପ । ବିଜୁବାବୁଙ୍କ ଆଦର୍ଶକୁ ଆଧାର କରି ଗଠିତ ବିଜୁ ଜନତା ଦଳ ନାରୀ ସଶକ୍ତିକରଣ ଉପରେ ଅଗ୍ରାଧିକାର ଦେଇଆସିଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସଂପନ୍ନ ଚିନ୍ତାଧାରା ଆଧାରରେ ପ୍ରତିଷ୍ଠା କରାଯାଇଥିବା ‘ମିଶନ ଶକ୍ତି’ କାର୍ଯ୍ୟକ୍ରମ ଆଜି ଦେଶର ଅନ୍ୟ ରାଜ୍ୟମାନଙ୍କ ପାଇଁ ଅନୁକରଣୀୟ ହେବା ସହିତ ରାଜ୍ୟରେ ସ୍ୱାବଲମ୍ବୀ ମହିଳାଙ୍କ ଅର୍ଥନୈତିକ ଓ ସାମାଜିକ ସଶକ୍ତିକରଣର ଏକ ପ୍ରମୁଖ ଆୟୁଧ ପାଲଟିଛି । ପଞ୍ଚାୟତିରାଜ ଓ ପୌରପାଳିକା ବ୍ୟବସ୍ଥାରେ ୫୦ ପ୍ରତିଶତ ସ୍ଥାନ ସଂରକ୍ଷଣ ବିଜୁ ଜନତା ଦଳ ସରକାରର ଏକ ଉଲ୍ଲେଖନୀୟ ଉପଲବ୍ଧି । ଏହା ରାଜ୍ୟର ଅଗଣିତ ମହିଳାଙ୍କୁ ରାଜନୀତି କ୍ଷେତ୍ରରେ ସମାନ ଅଧିକାର ଦେବା ସହିତ ସେମାନଙ୍କ ରାଜନୈତିକ ସଶକ୍ତିକରଣରେ ବେଶ୍‍ ସହାୟକ ହୋଇପାରିଛି । ମିଶନଶକ୍ତି କାର୍ଯ୍ୟକ୍ରମ ଜରିଆରେ ୭୦ଲକ୍ଷରୁ ଊଦ୍ଧ୍ୱର୍ ମହିଳାଙ୍କୁ ନେଇ ୭ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇଛି । ସ୍ୱାବଲମ୍ବୀ ମହିଳାଙ୍କ ଆର୍ଥôକ ସଶକ୍ତିକରଣ ନିମନ୍ତେ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବିନା ସୁଧରେ ଘୋଷଣା କରି ସ୍ୱାବଲମ୍ବୀ ମହିଳାଙ୍କ ଆର୍ଥôକ ସଶକ୍ତିକରଣକୁ ଏକ ନୂଆ ମୋଡ଼ ଦେଇଛନ୍ତି । ବାଳିକା ଓ ମହିଳାମାନଙ୍କ ବିକାଶ ନିମନ୍ତେ ସ୍ୱତନ୍ତ୍ର ନୀତି ପ୍ରଣୟନ, ଗର୍ଭବତୀ ଓ ପ୍ରସୂତିମାନଙ୍କ ନିମନ୍ତେ କରାଯାଇଥିବା ଯୋଜନା ‘ମମତା’ରେ ମିଳୁଥିବା ୫ ହଜାର ଟଙ୍କା ସହିତ ପ୍ରସୂତି ଓ ଗର୍ଭବତୀ ନିର୍ମାଣ ଶ୍ରମିକମାନଙ୍କୁ ଆଉ ଅଧିକ ୮ ହଜାର ଟଙ୍କା ପ୍ରସୂତିକାଳୀନ ସହାୟତା ଯୋଗାଇ ଦିଆଯାଉଛି । ମମତା ଯୋଜନାର ସଫଳତା ଆଜି ରାଜ୍ୟକୁ ଏକ ଅସାମାନ୍ୟ ସଫଳତା ଆଣିଦେଇଛି । ଶିଶୁ ଓ ମାତୃ ମୃତୁ୍ୟହାର ଆମ ରାଜ୍ୟରେ ଉଲ୍ଲେଖନୀୟ ଭାବରେ ହ୍ରାସ ପାଇ ଜାତୀୟ ସ୍ତରରେ ହାସଲ କରାଯାଇଥିବା ସଫଳତା ଠାରୁ ଆମ ରାଜ୍ୟ ଆଗରେ ଅଛି । ଏହା ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ରାଜ୍ୟ ମହିଳାମାନଙ୍କ ପ୍ରତି ରହିଥିବା ପ୍ରତିବଦ୍ଧତାର ଏକ ନିଦର୍ଶନ । କନ୍ୟା ଶିଶୁଙ୍କ ଜନ୍ମହାର ବୃଦ୍ଧି, ଯନ୍ତ୍ର ଓ ବିକାଶକୁ ଦୃଷ୍ଟିରେ ରଖି ‘ବିଜୁ କନ୍ୟାରନô’ ଯୋଜନା ଆମ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ପଦକ୍ଷେପ । ରାଜ୍ୟର ମହିଳାମାନଙ୍କୁ ସବୁ ଦୃଷ୍ଟିରୁ ସଶକ୍ତ କରିବା ଦିଗରେ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନିରନ୍ତର କାର୍ଯ୍ୟରତ । ରାଜ୍ୟ ବଜେଟ୍‍ ପ୍ରସ୍ତୁତି ସମୟରେ ରାଜ୍ୟର ମହିଳାମାନଙ୍କ ଉନ୍ନତି ନିମନ୍ତେ ଯେଭଳି କମ୍‍ ଅର୍ଥ ବରାଦ କରାନଯିବ, ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ପାଇଁ ଆମ ମୁଖ୍ୟମନ୍ତ୍ରୀ ସର୍ବଦା ନିର୍ଦ୍ଦେଶ ଦେଇ ଆସିଛନ୍ତି ଏବଂ ବଜେଟ୍‍ରେ ଅର୍ଥ ବରାଦ ସମୟରେ ଯେଭଳି ପୁରୁଷ ଓ ମହିଳାଙ୍କ ପାଇଁ ସମପରିମାଣର ଅର୍ଥ ବରାଦ କରାଯିବ ସେଥିପାଇଁ ସ୍ୱତନ୍ତ୍ର ଧ୍ୟାନ ଦେଇଛନ୍ତି । ମହିଳା ସମାଜର ସର୍ବାଙ୍ଗୀନ ବିକାଶ ଓ ସେମାନଙ୍କର ସୁରକ୍ଷା ଏବଂ ସମ୍ମାନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜୁ ଜନତା ଦଳ ସରକାର କିପରି ସଂକଳ୍ପବଦ୍ଧ ସେ ବିଷୟରେ ଆଲୋଚନା ହୋଇଥିଲା ।

0
0
0
s2sdefault