ହେଡଲାଇନସ୍:

ଓଡ଼ିଶା ଜୀବିକା ମିଶନରେ କାର୍ଯ୍ୟରତ ଏମ୍‍ବିକେ ଏବଂ ସିଆର୍‍ପିମାନଙ୍କ ପ୍ରୋତ୍ସାହନ ଭତ୍ତା ଶତପ୍ରତିଶତ ବୃଦ୍ଧି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ସଂଘର  କର୍ମକର୍ତ୍ତା ଓ ସଦସ୍ୟ

ଭୁବନେଶ୍ୱର(:ଶାସକପ୍ରଶାସକ)  ଗୁରୁବାର ଦିନ ୧୦ ଘଟିକା ସମୟରେ ୟୁନିଟ୍‍-୬ସ୍ଥିତ ବିଜୁ ଶ୍ରମିକ ସାମ୍ମୁଖ୍ୟର ରାଜ୍ୟ କାର୍ଯ୍ୟାଳୟରୁ ଏକ ବିଶାଳ ଶୋଭାଯାତ୍ରାରେ ୫ ହଜାରରୁ ଊଦ୍ଧ୍ୱର୍ ଏମ୍‍ବିକେ, ସିଆରପି, ବ୍ୟାଙ୍କ ମିତ୍ର, କୃଷିମିତ୍ର ଓ ପ୍ରାଣୀମିତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ । ପ୍ରଥମଥର ପାଇଁ ରାଜ୍ୟ ସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସେମାନଙ୍କର ପ୍ରୋତ୍ସାହନ ଭତ୍ତା ଶତପ୍ରତିଶ୍ରତ ବୃଦ୍ଧି କରିବା ସହିତ ଗସ୍ତ ଖର୍ଚ୍ଚ ଓ ଯୋଗାଯୋଗ ଖର୍ଚ୍ଚ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ଏମ୍‍ବିକେମାନଙ୍କ ପ୍ରୋତ୍ସାହନ ଭତ୍ତା ୩୦୦୦ ଟଙ୍କାରୁ ୬୦୦୦ ଟଙ୍କା, ସିଆରପିମାନଙ୍କର ୧୫୦୦ରୁ ୩୦୦୦ ଟଙ୍କା, ବ୍ୟାଙ୍କ ମିତ୍ରମାନଙ୍କର ୩୦୦୦ ଟଙ୍କାରୁ ୬୦୦୦ ଟଙ୍କା, ପ୍ରାଣୀମିତ୍ରମାନଙ୍କର ୧୫୦୦ ଟଙ୍କାରୁ ୩୦୦୦ ଟଙ୍କା, କୃଷିମିତ୍ରମାନଙ୍କର ୧୫୦୦ ଟଙ୍କାରୁ ୩୦୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି । ପଞ୍ଚାୟତିରାଜ ବିଭାଗର ପତ୍ର ସଂଖ୍ୟା ୫୭୪, ତା୨୫/୦୨/୧୯ରିଖରେ ଏହି ବର୍ଦ୍ଧିତ ଭତ୍ତା ପ୍ରଦାନ କରିବା ପାଇଁ ନିଦେ୍ର୍ଧଶନାମା ଜାରି କରାଯାଇଛି ।

ଉକ୍ତ ଶୋଭାଯାତ୍ରା ଓ ସମ୍ବର୍ଦ୍ଧନା ସଭାରେ ବିଜୁ ଶ୍ରମିକ ସାମ୍ମୁଖ୍ୟ ଉପଦେଷ୍ଟା ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସ, ମହାସଚିବ ଶ୍ରୀ ସୁବାସ ସିଂହ, ସଂପାଦକ ସୁରେନ୍ଦ୍ର କୁମାର ସ୍ୱାଇଁ, ସହ ସଂପାଦକ ଶିବପ୍ରସାଦ ମଲ୍ଲିକ, ରାଜୀବ ମହାନ୍ତି, ମହିଳା ବିଜେଡିର ଉପ-ସଭାନେତ୍ରୀ ସଂଯୁକ୍ତା ମହଲ ଓ ସାଧାରଣ ସଂପାଦିକା ସୁଲତା ଦେଓ ପ୍ରମୁଖ ନେତୃତ୍ୱ ନେଇଥିଲେ । ସଂଗଠନମାନଙ୍କ ତରଫରୁ ଏମ୍‍ବିକେ ଏବଂ ସିଆରପି ସାମ୍ମୁଖ୍ୟର ସଭାନେତ୍ରୀ ନିରୂପମା ନାୟକ, ସାଧାରଣ ସଂପାଦକ ମନୋରମା ମାହୁନ୍ତ, ବନିତା ବାରିକ, ବୀଣାପାଣି ମହାନ୍ତି, ମିନର୍ଭା ପରିଡ଼ା, ତପସ୍ୱିନୀ ପଟ୍ଟନାୟକ, ଅଞ୍ଜଳି ପଣ୍ଡା, ନିରୂପମା ଭୋଳ, ବିଜୟ ଲକ୍ଷ୍ମୀ ବେହେରା, ସନ୍ତୋଷୀ ଦାସ, ସଂଯୁକ୍ତା ପଣ୍ଡା,ବସୁମତୀ ପୃଷ୍ଟି, ସରସ୍ୱତୀ ମହାନ୍ତି, ନିରୂପମା ମହାନ୍ତି, ଛବିଲତା ମହାରାଣା, ସୁବାସିନୀ ପଟ୍ଟନାୟକ, ରୋଜାଲିନି ସାହୁ, ପ୍ରାଣୀମିତ୍ର ସଂଘର ବନୀତା ବାରିକ, ମାନସୀ ସେଠୀ, ବ୍ୟାଙ୍କମିତ୍ର ସଂଘର ମମତା ଦାସ, ମାମିଲି ପ୍ରଧାନ, କୃଷିମିତ୍ର ସଂଘର ଫକୀର ସାହୁ, ମନୋଜ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ପୁଷ୍ପଗୁଚ୍ଛ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।

 

0
0
0
s2sdefault