ହେଡଲାଇନସ୍:

କଂଗ୍ରେସର ପକ୍ଷରୁ ଗ୍ୟାରେଂଟି କାର୍ଡ ଶୁଭ ଉଦ୍ଘାଟନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଦ୍ରକ,(ସତ୍ୟ ଭୂଷଣ ସ୍ୱାମୀ) : ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ କଂଗ୍ରେସ ସାଧାରଣ ମତଦାତାଙ୍କୁ ସମର୍ଥନ ହାସଲ କରିବାକୁ କୌଣସି ଉଦ୍ୟମ ହାତଛଡା କରୁନାହିଁ । ଚାଷିଙ୍କ ସ୍ୱାର୍ଥ ଆରମ୍ଭ କରି ସାଧାରଣ କର୍ମଜୀବୀଙ୍କ ପର୍ଯ୍ୟନ୍ତ ସେମାନଙ୍କ ସାମାଜିକ ସୁରକ୍ଷାକୁ ନିଶ୍ଚିତ କରିବା ଉଦ୍ୟମ ଚଳାଇ ଚାଲିଛି । ଏହି ଅବସରରେ ଆଜି ମା’ ଭଦ୍ରକାଳୀ ପୀଠରେ ଦଳ ପକ୍ଷରୁ ଏକ ବୈଠକରେ ଗ୍ୟାରେଂଟି କାର୍ଡ ବଂଟନ କରାଇଛି । ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ନଳୀନକାନ୍ତ ମହାନ୍ତିଙ୍କ ନେତୃତ୍ୱରେ ବହୁ ସଂଖ୍ୟଙ୍କ ଦଳୀୟ ନେତା ଓ କର୍ମୀ ମା’ ଭଦ୍ରକାଳୀଙ୍କ ପାଖରେ ପୂଜାର୍ଚ୍ଚନା କରି ଏକ ପଦ ଯାତ୍ରାରେ ବାହାରି ବିଭିନ୍ନ ଅଂଚଳ ପରିକ୍ରମା କରିବାବସହ ଗ୍ୟାରେଂଟି କାର୍ଡ ବଂଟନ କରିଥିଲେ । ଏହି କ୍ରମରେ ଖଣ୍ଡତଣ୍ଡା ଗ୍ରାମପଂଚାୟର ଆହାରପଦା, ମୌଦା ଗ୍ରାମର ବିଭିନ୍ନ ସାହି ବସ୍ତିରେ ସେମାନେ ପହଂଚି ଏହି ଗ୍ୟାରେଣ୍ଟି କାର୍ଡ ପ୍ରଦାନ କରିବା ସହ ଏହାର ଉପକାରିତା ବିଷୟରେ ସାଧାରଣ ମତଦାତାଙ୍କୁ ଅବଗତ କରାଇଥିଲେ । ଏହି କାର୍ଡ ଦ୍ୱାରା କି ପ୍ରକାର ସୁବିଧା ମିଳି ପାରିବ ସେ ବିଷୟରେ ଶ୍ରୀ ମହାନ୍ତି ସମସ୍ତଙ୍କୁ ବୁଝାଇଥିଲେ । କଂଗ୍ରେସ କ୍ଷମତାକୁ ଆସିଲେ କୃଷି ଋଣ ଛାଡ, ଧାନ ସର୍ବନିମ୍ନ ମୂଲ୍ୟ ୨୬୦୦ଟଙ୍କା, କୃଷକମାନଙ୍କୁ ୫ବର୍ଷ ପର୍ଯ୍ୟନ୍ତ ନିରନ୍ତର ଭାବେ ଆର୍ଥିକ ସହାୟତା, କୃଷକମାନଙ୍କୁ ସୌରଚାଳିତ ପମ୍ପସେଟ ମାଗଣା ଯୋଗାଇବା, ଗରିବ ପରିବାରକୁ ସର୍ବନିମ୍ନ ଆୟର ଗ୍ୟାରେଂଟି, ସରକାରୀ ବା ବେସରକାରୀ ହେଉ ଅଭାବ ପରିବାରକୁ ·କିରୀ, ଚୁକ୍ତି ଭିର୍ତ୍ତିକ ନିଯୁକ୍ତିକୁ ସ୍ଥାୟୀ ନିଯୁକ୍ତିରେ ପରିଣତ, ବେକାରୀ ଯୁବକ/ଯୁବତୀମାନଙ୍କୁ ମାସିକ ୩୫୦୦ଟଙ୍କା ବେକାରି ଭତ୍ତା ପ୍ରଦାନ, କନ୍ୟାମାନଙ୍କୁ ମାଗଣାରେ ଉଚ୍ଚ ଶିକ୍ଷା ଓ ବିବାହ ପାଇଁ ଆର୍ଥିକ ସହାୟତା, ପାନୀୟ ଜଳ ଯୋଗାଣ ଓ ନାରି ଜାତି ଉପରେ ଅତ୍ୟା·ର ରୋକି ସେମାନଙ୍କୁ ମାତୃ ସମ୍ମାନ ପ୍ରଦାନ, ଏହି କାରଣରୁ ପ୍ରତ୍ୟେକ ପଂଚାୟତରେ ମହିଳା ଅଧିକାରୀ ନିଯୁକ୍ତି ପରି ପ୍ରତିଶୃତି ଏହି ଗ୍ୟାରେଂଟି କାର୍ଡ ମଧ୍ୟରେ ରହିଛି । ଚାଷି ଓ ସାଧାରଣ ଲୋକଙ୍କ ସ୍ୱାର୍ଥ ରକ୍ଷା ଦିଗରେ ବିଫଳ ହୋଇଥିବା କେନ୍ଦ୍ରର ବିଜେପି ଓ ରାଜ୍ୟ ବିଜେଡି ସରକାରଙ୍କୁ ଶ୍ରୀ ମହାନ୍ତି ଏହି ଅବସରରେ ସମାଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଉପସଭାପତି ଅତୁଲ୍ୟ ନାୟକ, ଜିଲ୍ଲା ସାଧାରଣ ସଂପାଦକ ପିତବାସ ଧଳ, ପ୍ରଦୀପ ନାୟକ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ବଳରାମ ରାଉତ(ଚିଲିକା), ସତ୍ୟ ପୁହାଣ, ଅଭିଳାଷ ପତି, ସେକ ବୁକଦାଦ, ଖଣ୍ଡତଡା ପଂଚାୟତ କଂଗ୍ରେସ ସଭାପତି ଆଶିଶ ନାୟକ, ପୂର୍ବତନ କଂଗ୍ରେସ ସଭାପତି ଗୋପାଳ ତି୍ରପାଠୀ, ରାଜୀବ ନାୟକ, ବଳରାମ ଦାସ, ତ୍ରୈଲୋକ୍ୟ ବାରିକ, ଚିତ ସ୍ୱାଇଁ, ଦୁଃଶାସନ ବେହେରା, ଅଶୋକ ଭଟ୍ଟଚାର୍ଯ୍ୟ, ମୁନା ମାଝି, ବେଲୁ ବେହେରା, ଅଜିତ ସାହୁ, ମାନସ ପଣ୍ଡା, ନବୀନ ପଣ୍ଡା, ବରଦା ଦିକ୍ଷିତ୍, ରବି ମହାପାତ୍ର, ଉମାକାନ୍ତ ମାଝି, ହରିହର ପଣ୍ଡା, ବୁଦ୍ଧିରାମ ମାଝିଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଯୋଗଦେଇଥିଲେ ।

0
0
0
s2sdefault