ହେଡଲାଇନସ୍:

ବିଜୁ ଭବନରେ ପଞ୍ଚାୟତିରାଜ ଦିବସ ପାଳିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି)- ଆଜି ନବ ଉତ୍କଳର ନିର୍ମାତା ତଥା କଳିଙ୍ଗର ମୁକୁଟ ବିହୀନ ସମ୍ରାଟ ପ୍ରବାଦପୁରୁଷ ବିଜୁବାବୁଙ୍କର ୧୦୩ତମ ଜନ୍ମ ଜୟନ୍ତୀ । ୧୯୧୬ ମାର୍ଚ୍ଚ ୫ରେ ଜନ୍ମ ଗ୍ରହଣ କରିଥିବା ଆଧୁନିକ ଓଡ଼ିଶାର ଖାରବେଳ ବିଜୁବାବୁଙ୍କ ଉକ୍ତ ଜନ୍ମ ଜୟନ୍ତୀକୁ ଓଡ଼ିଶା ସରକାର ପଞ୍ଚାୟତରାଜ ଦିବସ ଭାବେ ପାଳନ କରିଆସୁଛନ୍ତି । ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମାସ୍ଥିତ ବିଜୁ ଭବନ ପରିସରରେ ବିଜୁ ଜନତା ଦଳ ପକ୍ଷରୁ ଏକ କାର୍ଯ୍ୟକ୍ରମ ଆୟୋଜନ ମାଧ୍ୟମରେ ବିଜୁବାବୁଙ୍କ ସ୍ମୃତି ଚାରଣ କରାଯାଇଥିଲା । ଏଥିରେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ତଥା ବାରିପଦା ବିଧାୟକ ସାନନ୍ଦ ମାର୍ଣ୍ଡି, ବିଜଦ ଜିଲ୍ଲା ସଭାପତି ତଥା ମୋରଡ଼ା ବିଧାୟକ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ଉତ୍ତର ଓଡ଼ିଶା ଜୋନାଲ ସଭାପତି ସୁବ୍ରମନ୍ୟମ ମହାନ୍ତି, ମୟୂରଭଞ୍ଜ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡ଼ା. ଦେବାଶିଷ ମାର୍ଣ୍ଡି, ଜିଲ୍ଲା ଯୁବ ବିଜେଡ଼ି ସଭାପତି ଜିତେନ୍ଦ୍ର ମହାନ୍ତି, ଜିଲ୍ଲା କାର୍ଯ୍ୟକାରିଣୀ ସଭାପତି ଦେବାଶିଷ ମହାନ୍ତି, ବାରିପଦା ପୌରପରିଷଦର ପୂର୍ବତନ ନଗରପାଳ ବବିତା ଦାସ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ବୀଣାପାଣି ସାହୁ, ସମ୍ପା ମୁଜୁମଦାର, ସୁଜିତ ମହାନ୍ତି, ଆଇନଜୀବୀ କୃଷ୍ଣ ଦାସ, ସରୋଜ ମହାପାତ୍ର, କୃଷ୍ଣାନନ୍ଦ ମହାନ୍ତି, ସରୋଜ ବୋଷ, ସ୍ୱରୂପ ପଟ୍ଟନାୟକ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ସବିତା ବେହେରା, ଗୀତାରାଣୀ ବେହେରା, ଅନିରୁଦ୍ଧ ଭଞ୍ଜଦେଓ, ଅନନ୍ତ ଦାସ, ଯୁବ ବିଜଦର ରାଜ୍ୟ ସାଧାରଣ ସମ୍ପାଦକ ବିରଞ୍ଚି ମହାପାତ୍ର, ସନ୍ଦିପ ବସା, ଛାତ୍ର ସଭାପତି ଅଭୟ ସିଂ, ମିଡ଼ିଆ ସଂଯୋଜକ କପିଲ ଖଣ୍ଡେଲୱାଲ, ଶ୍ରବଣ ଗୋପ, ଶୈଳେନ୍ଦ୍ର ପାତ୍ର, ସୁନୀଲ ନାୟକ, ଦେବାଶିଷ ଦାସ, ସରୋଜ ମହାକୁଡ଼, ବରୁଣ ସାହୁ, ଅରୁଣ ସାହୁ, ସୁଧୀର ବାରିକ, ଶରତ ମୁର୍ମୁ, ଆଇନଜୀବୀ ତପନ କର , ବାବୁ ଘୋଷ ପ୍ରମୁଖ ଯୋଗ ଦେଇ ବିଜୁ ଭବନରେ ବିଜୁବାବୁଙ୍କ ଫଟୋ ଚିତ୍ରରେ ପୁଷ୍ପ ଓ ମାଲ୍ୟାର୍ପଣ କରିବା ପରେ ବିଜୁ ଗୋଲେଇଠାରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏହାପରେ ପୌରପରିଷଦର ୱାଡର଼୍ ନଂ ୨୨ସ୍ଥିତ ରୋଜ ମାନସିକ ଓ ଭିନ୍ନକ୍ଷମ ବିଦ୍ୟାଳୟର ଅନ୍ତେବାସୀଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ଫଳ, ବିସ୍କୁଟ ଆଦି ବଣ୍ଟନ କରିଥିଲେ । 

0
0
0
s2sdefault