ହେଡଲାଇନସ୍:

ତିର୍ତ୍ତୋଲ ବିଜେପିର ସଙ୍କଳ୍ପ ସମାବେଶରେ ହଟ୍ଟଗୋଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଦାରେ ପଡ଼ିଲା ଅନ୍ତର୍ଦ୍ବନ୍ଦ୍ବ ,ପୁରୁଖା ନେତା ଓ କର୍ମୀଙ୍କୁ ଅଣଦେଖା

ତିର୍ତ୍ତୋଲ/ପାରାଦ୍ବୀପ(ରମେଶ ମହାନ୍ତି)-ତିର୍ତ୍ତୋଲ ବ୍ଳକ ବିଜେପିର ସଙ୍କଳ୍ପ ସମାବେଶ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ବିଜେପି ନେତା ପ୍ରଫେସର ରମାକାନ୍ତ ଭୋଇ ଓ ହରିହର ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି ।ଏହି ସମାବେଶ ରଘୁନାଥପୁର ଠାରୁ ଆରମ୍ଭ ହୋଇ ତିର୍ତ୍ତୋଲ ଠାରେ ଶେଷ ହୋଇଥିବା ବେଳେ ବିଜେପି ନେତା ରମାକାନ୍ତ ଭୋଇଙ୍କ କାର୍ଯ୍ୟ ଶୈଳୀରେ କେତେକ ଦଳୀୟ କର୍ମୀ ଅସନ୍ତୋଷ ପ୍ରକାଶ କରିବାରୁ ଶାରଳା ରୋଡ଼ ଛକ ନିକଟରେ ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି । ଏହି ସଙ୍କଳ୍ପ ସମାବେଶରେ ତିର୍ତ୍ତୋଲ ବିଜେପିରେ କୁହୁଳୁଥିବା ଅନ୍ତର୍ଦ୍ବନ୍ଦ୍ବ  ପଦାରେ ପଡିଯାଇଥିବା କୁହାଯାଉଛି। ତିର୍ତ୍ତୋଲ ବିଜେପିର ଆଗଧାଡ଼ିର ନେତା ସଞ୍ଜୟ ଦାସ,ଅଶୋକ ମହାନ୍ତି,ଯୁବମୋର୍ଚ୍ଚା ସଭାପତି ଶିବ ପ୍ରସାଦ ସାହୁଙ୍କୁ ଏହି ସମାବେଶରେ ଦେଖିବାକୁ ମିଳିନଥିଲା। ଅପରପକ୍ଷରେ ତିର୍ତ୍ତୋଲ ରାଜନୀତିର ପାଣି ପବନ ସହିତ ବହୁବର୍ଷ ଧରି ଜଡ଼ିତ ଥିବା ଆଗଧାଡ଼ିର ପୁରୁଖା ନେତା ପୂର୍ବତନ ତିର୍ତ୍ତୋଲ ବ୍ଳକ ସଭାପତି ଅଶୋକ ମହାନ୍ତି ବିଗତ ଦିନରେ ତିର୍ତ୍ତୋଲ ବିଜେପି ସଙ୍ଗଠନକୁ ସୁଦୃଢ଼ କରି ଆଗେଇ ନେବାକୁ ଚେଷ୍ଟା କରୁଥବା ବେଳେ କିଛି ଗୋଡଟଣା ନେତାଙ୍କ ଯୋଗୁଁ ସେ ତିର୍ତ୍ତୋଲ ରାଜନୀତିରୁ ଦୂରେଇ ଯାଇ ଭୂବନେଶ୍ବରରେ ରହୁଥିବା ନେଇ ଦଳୀୟ କର୍ମୀଙ୍କ ମଧ୍ୟରେ ଆଲୋଚନା ହେଉଛି। ନିର୍ବାଚନ ପାଖେଇ ଆସିଥିବା ବେଳେ ତିର୍ତ୍ତୋଲ ବିଜେପିର କେତେକ ପୁରୁଖା ନେତା ଓ କର୍ମୀଙ୍କୁ ଅଣଦେଖା କରାଯାଉଥିବା ନେଇ ଦଳ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଥିବା ଚର୍ଚ୍ଚା ହେଉଛି।

0
0
0
s2sdefault