ହେଡଲାଇନସ୍:

ପଦ୍ମ ପୋଖରୀରେ ବୁଡ଼ ମାରିଲେ ଜୟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବୈଜୟନ୍ତ କହିଲେ ରାଜ୍ୟ ସରକାର ବିଭିନ୍ନ କ୍ଷେତ୍ରରେ  ବିଫଳ

ନୂଆଦିଲ୍ଲୀ :  କେତେବେଳେ କଂଗ୍ରେସ, କେତେବେଲେ ବିଜେପି, କେତେବେଳେ ନୂଆ ଦଳ , ଏମିତି କିଛି ମାସ ଓଡିଶା ରାଜନୀତିକୁ ଗାଇଲା କରି ରଖିଥିଲେ | ସବୁଆଡୁ ହିସାବ କିତାବ କଲେ, ଦେଖିଲେ କଂଗ୍ରେସକୁ ଯାଇ କିଛି ଲାଭ ନାହିଁ, ରାଜ୍ୟ ସରକାର ହାତରୁ ଯାଇଛି, କେନ୍ଦ୍ର ସରକାର ହାତରେ ଥାଉ | ନୂଆ ଦଳ ନହେଲା ନାହିଁ, ନିଜ ପାଇଁ ଆସନ ଟିଏ ତ  ସୁରକ୍ଷିତ କରାଇ ପାରିବେ| ଦେଖିଲେ କଂଗ୍ରେସରେ  ଯୋଗ ଦେଲେ ତାଙ୍କ ଗଣିତକୁ ଖାପ ଖାଉନି | ତେଣୁ ସବୁଆଡୁ ବିଜେପି ଅପେକ୍ଷାକୃତ ନିରାପାର ଆଉ ଫାଇଦାମନ୍ଦ ବୋଲି ଆକଳନ କରି, ଆଜି ପଦ୍ମ ପୋଖରୀରେ ବୁଡ଼ ମାରିଛନ୍ତି ବୈଜୟନ୍ତ ପଣ୍ଡା |   କଣ ଠେସା ହେବାପରେ ଆଉ କାହା କାହା କାନ୍ଧରେ ନ ଆଉଜି କେତେ ଦିନ ବା ରାଜନୀତିରେ ଅଂଟା ସଳଖି ଠିଆ ହୋଇ ପାରିବେ, ତେଣୁ ବିଜେପି ଭଳି ମାଜଭୁତିଆ ଭରା ଆଜି ଆଉଜିବାକୁ ଉତ୍ତମ ନିଷ୍ପତ୍ତି ନେଇଛନ୍ତି ବୈଜୟନ୍ତ |   ଆଜି ନୂଆଦିଲ୍ଲୀ ଠାରେ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟାଳୟରେ ଆୟୋଜିତ ଉତ୍ସବରେ ଶ୍ରୀ ପଣ୍ଡା ଦଳର ସଦସ୍ୟତା ଗ୍ରହଣ କରିବା ପରେ ତାଙ୍କୁ ଦଳରେ ଗ୍ରହଣ କରାଯାଇଛି  । ସେ ଯାହାବି ହେଉ ବୈଜୟନ୍ତଙ୍କ ଯୋଗ ଦାନ ବିଜେପିକୁ ନିଶ୍ଚିତ ଭାବେ ସହାୟକ ହେବ | ବିଜେଡିରେ ଫାଟ କରାଇବା ସହ ଅସନ୍ତୁଷ୍ଟମାନଙ୍କୁ ନିଜ ସପକ୍ଷରେ ନେବାରେ ବୈଜୟନ୍ତ ସାଖ୍ୟମା ହେବେ | ବୈଜୟନ୍ତଙ୍କ ଯୋଗ ଦାନ ବିଜେଡି ପାଇଁ ଚିନ୍ତାର କାରଣ ହୋଇ ପଡିବ ଏହା ସତ୍ୟ, ହେଲେ ବିଜେପି ଭିତରେ ରାଜ୍ୟ ସ୍ତରରେ ଆଉ ଏକ ଗେରୁଆ କ୍ଷମତା କେନ୍ଦ୍ରର ଆବିର୍ଭାବ ହେବ |

ଏହି ଯୋଗଦାନ ଉତ୍ସବରେ ବିଜେପିର ଓଡିଶା ପ୍ରଭାରୀ ଅରୁଣ ସିଂହ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଧମେନ୍ଦ୍ର ପ୍ରଧାନ ଓ ଓଡିଶା ବିଧାନସଭାରେ ବିଜେପି ବିଧାୟକଦଳ ନେତା କନକ ବର୍ଦ୍ଧନ ସିଂହଦେଓ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଶ୍ରୀ ପଣ୍ଡା କହିଥିଲେ ଯେ ୨୨ବର୍ଷ ତଳେ ଓଡିଶରେ ବିଜେଡି ପ୍ରତିଷ୍ଠାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ରାଜ୍ୟର ବିକାଶପାଇଁ ସେତେବେଳ ଗଠନ ହୋଇଥିବା ଆଞ୍ଚଳିକ ଦଳ ପରବର୍ତ୍ତୀ ସମୟରେ ବିଜେପି ସହିତ ମେଣ୍ଟକରି ରାଜ୍ୟରେ ଶାସନ କରିଥିଲେ । ମେଣ୍ଟ ସରକାର ସମୟରେ ରାଜ୍ୟର ବିଶେଷ ପ୍ରଗତି ହୋଇପାରିଥିଲା । ବର୍ତ୍ତମାନ ରାଜ୍ୟରେ ଶାସନ କ୍ଷମତାରେ ଥିବା ସରକାର ବ୍ୟାପକ ଦୁର୍ନୀତିରେ ଲିପ୍ତ ରହିବା ସହିତ ବିଭିନ୍ନ କ୍ଷେତ୍ରରେ ପ୍ରଗତି ପୁରା ଶିଥିଳ ହୋଇ ଯାଇଛି ବୋଲି ବୈଜୟନ୍ତ କାହୋଇଚଛି  । ଏପରିକି ସଡକ, ସେତୁ ଆଦି ନଥିବା ଯୋଗୁଁ ଏବେ ବି ଓଡିଶାରେ ଗର୍ଭବତୀ ମହିଳା ଓ ରୋଗୀମାନେ ଖଟିଆରେ ବୁହା ହେଉଥିବା ବିଷୟ ଅଭିଯୋଗ କରିଛନ୍ତି ପଣ୍ଡା |

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‍ ଶାହାଙ୍କ ନେତୃତ୍ୱକୁ ସ୍ୱୀକାର କରି ସେ ବିଜେପିରେ ଯୋଗ ଦେଇଥିବା କହିଛନ୍ତି |  ଉପସ୍ଥିତଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ବୈଜୟନ୍ତଙ୍କ ଯୋଗଦାନ ଯୋଗୁଁ ଓଡିଶା ବିଜେପି ଲାଭାନ୍ୱିତ ହେବ । ପୂର୍ବରୁ ଶ୍ରୀ ପଣ୍ଡା ୨୦ବର୍ଷରୁ ଅଧିକ ସମୟ ଧରି ଉଭୟ ଲୋକସଭା ଓ ରାଜ୍ୟସଭାରେ ସଫଳତା ଭାବେ କାର୍ଯ୍ୟ କରିଥିବାରୁ ତାଙ୍କର ଅଭିଜ୍ଞତାରୁ  ଦଳ କିଛି ଫାଇଦା ପାଇବା | 

0
0
0
s2sdefault