ହେଡଲାଇନସ୍:

୨୦୧୯ ସିଂହାସନ ପାଇଁ ଦାବେଦାର କିଏ : ୩ ଟି ପ୍ରମୁଖ ଦଳ ମଧ୍ୟରେ ଅଙ୍କ କଷା କଷି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡ଼ା(ଅମିତ କୁମାର ପୁରୋହିତ ) ; ନୂଆପଡା ଜିଲ୍ଲାର ୭୧ ନମ୍ବର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସଦର ବ୍ଲକର ୩୧ଟି ପଂଚାୟତ ଓ କୋମନା ବ୍ଲକର ୩୨ଟି ପଂଚାୟତ ଏବଂ ଦୁଇଟି ଏନଏସି ନୂଆପଡ଼ା ଓ ଖରିଆରରୋଡ ରହିଛି । ଯାହାର ବର୍ତ୍ତମାନ ଭୋଟର ସଂଖ୍ୟା ୨,୨୪,୫୨ା  ସେଥି ମଧ୍ୟରୁ ପୁରୁଷ ଭୋଟର ୧,୧୨.୦୭୬. ମହିଳା ୧,୧୧,୯୪୫, ଅନ୍ୟାନ୍ୟ ୩୧ ଆଗାମୀ ନିର୍ବାଚନରେ ନିଜନିଜ ମତଦାନ ସାବ୍ୟସ୍ତ କରିବେ । ବିଗତ  ୨୦୦୯ ବିଧାନ ସଭା ନିର୍ବାଚନରେ  ବିଜୁଜନତା ଦଳର ରାଜେନ୍ଦ୍ର ପ୍ରସାଦ ଢୋଲକିଆ ୫୬ହଜାର ୮୭୪ଟି ଭୋଟ ପାଇ ବିଜୟୀ ହୋଇଥିଲେ । ଭାରତୀୟ ଜନତାପାର୍ଟିର ବସନ୍ତ ପଣ୍ଡା ୩୪ହଜାର ୨୫୪ଟି ଭୋଟ,କଂଗ୍ରେସର ସରୋଜ କୁମାର ସାହୁ ୨୨ହଜାର ୪୫୦ଟି ଭୋଟ,ବହୁଜନ ସମାଜ ପାର୍ଟିର ଘାସିରାମ ମାଝୀ ୧୭ ହଜାର ୮୨୩ ଟି ଭୋଟ ପାଇଥିଲେ । ବିଜେଡିର ରାଜେନ୍ଦ୍ର ଢୋଲକିଆ ୨୨ହଜାର ୬୨୦ଟି ଭୋଟରେ ବିଜୟୀ ହୋଇଥିଲେ । ୨୦୧୪ ମସିହା ନିର୍ବାଚନ ୧,୫୩,୦୯୫ ମୋଟ ଭୋଟର ମତଦାନ କରିଥିଲେ । ସେଥି ମଧ୍ୟରୁ  ଭାରତୀୟ ଜନତା ପାର୍ଟିର ବସନ୍ତ ପଣ୍ଡା ୫୫ହଜାର ୮୧୭ଟି ଭୋଟ ପାଇ ବିଜୟୀ ହୋଇଥିଲେ । ବିଜେଡି ର ରାଜେନ୍ଦ୍ର ଢୋଲକିଆ ୪୬ହଜାର ୨୦୭ଟି ଭୋଟ,କଂଗ୍ରେସର ଘାସିରାମ ମାଝୀ ୩୯ହଜାର ୬୫୪ ଟି ଭୋଟ ପାଇଥିବା ବେଳେ ବିଜେପି ର ଶ୍ରୀପଣ୍ଡା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର ରାଜେନ୍ଦ୍ର ଢୋଲକିଆ ଙ୍କୁ ୯,୬୧୦ଟି ଭୋଟରେ ପରାସ୍ତ କରିଥିଲେ । ଏହାଙ୍କ ବ୍ୟତିତ ଅନ୍ୟ ପ୍ରାର୍ଥୀ ମାନେ ହେଲେ ବିଏସପିର କୁନ୍ତୀ ସାହୁ  ୨୬୧୧,ଆମଓଡିଶା ପାର୍ଟିର ଈଶ୍ୱର ଚନ୍ଦ୍ର ଠାକୁରଙ୍କୁ ୧୯୨୩, ଓଡିଶା ଜନମୋର୍ଚ୍ଚାର ରଙ୍ଗାଧର ମାଝୀଙ୍କୁ ୧୧୦୨, ଆମଆଦମୀ ପାର୍ଟିର ସୁରେନ୍ଦ୍ର ପଣ୍ଡା ଙ୍କୁ ୯୪୩, ସମାଜବାଦୀ ପାର୍ଟିର ଲୋଚନ ସିଂ ମାଝୀ ଙ୍କୁ ୯୨୪, ସ୍ୱାଧିନପ୍ରାର୍ଥୀ ଭରତ ଦାସ ଙ୍କୁ ୮୩୪ ଓ ସମତାକ୍ରନ୍ତି ଦଳର ପ୍ରଭାତ ଧରୁଆଙ୍କୁ ୬୫୪ ଖଣ୍ଡ ଭୋଟ ମିଳିଥିଲା । ୨୦୧୪ ମସିହା ନିର୍ବାଚନରେ ବିଜୁଜନତାଦଳ ର ବିପୁଳ ଲୋକପ୍ରିୟତା ଥିବା ସତ୍ତ୍ୱେ ନୂଆପଡ଼ା ୭୧ନିର୍ବାଚନ ମଣ୍ଡଳୀରେ ବିଶ୍ୱାସ ଭିତରେ ଅବିଶ୍ୱାସର ମଞି ବୁମେରାଙ୍ଗ ହୋଇଥିଲା ଲୋକପ୍ରିୟନେତା ଢୋଲକିଆଙ୍କ ବିରୁଦ୍ଧରେ । ଅର୍ନ୍ତଘାତୀ ଦଳ ସକ୍ରିୟ ହୋଇ ବିଜୟୀ କରାଇଥିଲେ ବସନ୍ତ ପଣ୍ଡାଙ୍କୁ । ତାପରେ ବିଜେଡି ର ଅର୍ନ୍ତଦ୍ୱନ୍ଦ ଥମିବାର ନା ଧରୁନାହିଁ । ସନ୍ଦେହ ଘନୀଭୂତ ହେବାରେ ଲାଗିଛି ନୂଆପଡ଼ା ବିଜେଡି ର ଦୁଇ କ୍ଷମତା କେନ୍ଦ୍ର ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲକିଆ ଏବଂ ପୂର୍ବତନ ଜିଲ୍ଲା ସଭାପତି ପ୍ରସନ୍ନ ପାଢୀଙ୍କ ମଧ୍ୟରେ ।

ଘଟଣାର ପରବର୍ତ୍ତି ମୋଡରେ ନୂଆପଡ଼ା ସହରରେ ନିଜ ସ୍ଥିତି ଦୃଢୀଭୂତ କରିବା ସଙ୍ଗେସଙ୍ଗେ ପୂର୍ବତନ ଜିଲ୍ଲା ସଭାପତିଙ୍କୁୁ ଚକମା ଦେଇ ନିଜେ ଜିଲ୍ଲା ସଭାପତି ହେବା ସହ କଂଗ୍ରେସ ଶିବିରରୁ ବରଣ କରି ଆଣିଥିବା ସରୋଜ କୁମାର ସାହୁଙ୍କୁ ରାଜ୍ୟ ବିଜୁଜନତାଦଳର ସଂପାଦକ ପଦ ଦେଇଥିଲେ । ଏତିକିରେ ଚୁପ ନ ରହି ପୂର୍ବତନ ଜିଲ୍ଲା ସଭାପତି ପ୍ରସନ୍ନ କୁମାର ପାଢୀ ପୂର୍ବତନ ବିଧାୟକ ତଥା ଏବେର ବିଜେଡି ଜିଲ୍ଲା ସଭାପତିଙ୍କ ବିରୋଧରେ କର୍ମୀ ସମ୍ମିଳନୀ ଜାରି ରଖିଛନ୍ତି ।କେଉଁ ଦଳ ତରଫରୁ ନିର୍ବାଚନ ଲଢିବେ ତାହାକୁ ସେ ଏବେ ପର୍ଯନ୍ତ ଗୁମର ରଖିଛନ୍ତି । ଅନ୍ୟପଟେ ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ଗୁଡିକୁ ଲୋକମାନଙ୍କ ନିକଟରେ ପହଚାଂଇ ସେମାନଙ୍କ ପ୍ରିୟଭାଜନ ହୋଇ ବିଜୟୀ ଆଶା ରଖିଛନ୍ତି ।

କଂଗ୍ରେସର ଆଦିବାସୀ ନେତା ଘାସିରାମ ମାଝୀଙ୍କ ଭୋଟ କ୍ରମେ ବଢିବାରେ ଲାଗିଛି । ସେହିପରି ସେ ମଧ୍ୟ ଜନସଂର୍ପକ ବଢାଇବାରେ ଲାଗିଛନ୍ତି । ସଦ୍ୟ ଶେଷ ହୋଇଥିବା ଅନ୍ୟ ରାଜ୍ୟ ଗୁଡିକର ବିଧାନସଭା ନିର୍ବାଚନରେ କଂଗ୍ରେସ ପଡୋସୀ ଛତିଶଗଡ ରେ ସରକାର ଗଠନ କଲାପରେ ଏହାର ପ୍ରଭାବ ନୂଆପଡ଼ା କଂଗ୍ରେସ ମହଲ କୁଉତ୍ସାହିତ  କରିଛି । ସେ ମଧ୍ୟ ବିଜୟୀ ହେବାର ଆଶା ବାନ୍ଧି ରଖିଛନ୍ତି । ଅନ୍ୟ ପକ୍ଷେ ଅମିତ ଶାହାଙ୍କ ମିଶନ ୧୨୦ ର ସେନାପତି ତଥା ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଓଡିଶା ଆଲୋକିତ କରିବାରେ ଆଗଭର ଥିବା ବେଳେ ତାଙ୍କ ନିଜ ନୂଆପଡ଼ା ନିର୍ବାଚନ ମଣ୍ଡଳୀରେ ଗତ ପଂଚାୟତ ନିର୍ବାଚନ ଦୀପତଳ ଅନ୍ଧାର ସ୍ୱରୂପ  ହୋଇଥିଲା । ସେ କୈାଣସି ବ୍ଲକ ଅଧ୍ୟକ୍ଷ ବା ଗୋଟିଏ ହେଲେ ଜିଲ୍ଲାପରିଷଦ ଆସନ ହାତେଇ ପାରିନଥିଲେ । ବର୍ତ୍ତମାନ କେନ୍ଦ୍ରସରକାରଙ୍କ ବିଭିନ୍ନ ବହୁମୁଖୀ ଯୋଜନା ଓ ସବକା ସାଥ ସବକା ବିକାଶ ନାରା କୁ ପାଥେୟ କରି ନିର୍ବାଚନ ବୈତରଣୀ ପାରିହେବାକୁ ଆଶା ରଖିଛି ।  ଏହି ତିନୋଟି ଦଳ ପାଇଁ ନୂଆପଡା ନିର୍ବାଚନ ମଣ୍ଡଳୀ କୁ ହାତେଇବା ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ ଆସନ୍ତା ସାଧାରଣ ନିର୍ବାଚନ ତ୍ରିମୁଖୀ ଲଢେଇ ହେବ ବୋଲି ଚର୍ଚ୍ଚା ଜୋର ଧରିଛି । ହେଲର ତିନି ପ୍ରମୁଖ ଦଳରୁ ଏଇମାନେ ପ୍ରାର୍ଥୀ ହେଉଛନ୍ତି ନ ପରିବର୍ତ୍ତିତ ଘଟଣା କ୍ରମରେ ଆଉ କିଏ ପ୍ରାର୍ଥୀ ହେଉଛ ତାହା ଦେଖିବାକୁ ବାକି ରହିଲା |

0
0
0
s2sdefault