ହେଡଲାଇନସ୍:

ଶଙ୍ଖ ଫୁଙ୍କିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆଜି ଓଡ଼ିଆ ଚଳଚ୍ଚିତ୍ରର ବିଶିଷ୍ଟ କଣ୍ଠଶିଳ୍ପୀ , ଲକ୍ଷଲକ୍ଷ ଓଡ଼ିଆ ଶ୍ରୋତାଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅର୍ଜ୍ଜନ କରିଥିବା ସିଂଗିଙ୍ଗ ସେନ୍ସେସନ  ହ୍ୟୁମାନ ସାଗର ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆନୁଷ୍ଠାନିକ  ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ଶ୍ରୀ ସାଗରଙ୍କ ସହିତ ସଂଗୀତ ନିର୍ଦ୍ଦେଶକ  ଜାପାନୀ, ସଂଗୀତକାର ମହମ୍ମଦ ଅବିଦ୍‍, କ୍ଷୀରୋଦ ସିଂହ, ଶିବ ଶର୍ମା, ମହମ୍ମଦ ୟାସିନ୍‍, ଶ୍ରୀକାନ୍ତ କୁମାର ସାହୁ ପ୍ରମୁଖ ବିଜେଡିରେ ଯୋଗ ଦେଇଛନ୍ତି ।

ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗଦେଇଥିବା ଶ୍ରୀ ସାଗରଙ୍କୁ ମାନ୍ୟବର ସଭାପତି ଶ୍ରୀ ପଟ୍ଟନାୟକ ସ୍ୱାଗତ କରିବା ସହ କହିଥିଲେ ଯେ ଶ୍ରୀ ସାଗର ଦଳରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି । ଏହି ଯୋଗଦାନ ବିଜୁ ଜନତା ଦଳର ଶକ୍ତି ବୃଦ୍ଧି ହେବାରେ ସହାୟକ ହେବ ।

ଏହି ଅବସରରେ ଶ୍ରୀ ସାଗର କହିଥିଲେ ଯେ ମୁଁ ଜାଣିବାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ବହୁତ ସହୃଦୟ ବ୍ୟକ୍ତି । ଓଡ଼ିଶାର ସାଢେ଼ ୪ କୋଟି ଜନସାଧାରଣଙ୍କ ପ୍ରତି ତାଙ୍କର ଭଲପାଇବା ଅଛି । ସେହି ସାଢେ଼ ୪କୋଟି ଜନସାଧାରଣଙ୍କ ମଧ୍ୟରୁ ମୁଁ ଜଣେ । ତେଣୁ ଆଜି ବିଜେଡିରେ ଯୋଗ ଦେଇ ମୁଁ ନିଜକୁ ଧନ୍ୟ ମନେ କରୁଛି ଏବଂ ଆଗାମୀ ଦିନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ ପାଇଁ କାମ କରିବି ।

ସେହିପରି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀର ଜୟପାଟଣା ବ୍ଲକର ଅଧ୍ୟକ୍ଷ, ଉପାଧ୍ୟକ୍ଷଙ୍କ ସମେତ ୧୯ ସମିତି ସଭ୍ୟ ସଭ୍ୟାଙ୍କ ସହ ୬୦ରୁ ଊଦ୍ଧ୍ୱର୍ ବିଜେପି, କଂଗ୍ରେସ ଓ ଅନ୍ୟାନ୍ୟ ଦଳର କର୍ମୀ ନବୀନ ନିବାସରେ  ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆନୁଷ୍ଠାନିକ  ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଯୋଗ ଦେଇଥିବା ନେତାଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷାଙ୍କ ସ୍ୱାମୀ ବେଣୁଧର ରାଉତ, ଉପାଧ୍ୟକ୍ଷ କୃଷ୍ଣ ରାଉତ, ସମିତି ସଭ୍ୟ ନଳୀନ୍ଦ୍ର ମାଝୀ, ଶ୍ରୀକାନ୍ତ ସାହୁ, ଇସ୍‍ମାଇଲ୍‍ ବେଗ୍‍, ଗଜେନ୍ଦ୍ର ମାଝୀ, ଦେବକି ବାନୁଆ, ଧୃବ ସାହୁ, ଡମ୍ବରୁ ନାଏକ, ଯୁଦ୍ଧିଷ୍ଟି ନାଏକ, ଭୁବନେ ନାଏକ, ଦେବରାଜ ରାଉତ, ଯୁଦ୍ଧିଷ୍ଟି ସୁନା, ମଳୟ ରାଉତ, ଭୁଜବଳ ପୂଜାରୀ, ନୀଳମଣି ବେହେରା, ମୋତିରାମ ଶବର, ଶଙ୍କର ନାଏକ, ସୁଶୀଲ ନାଏକ, ଭବାନୀପାଟଣା ବ୍ଲକ ବିଜେପି ପୂର୍ବତନ ସଭାପତି କ୍ଷୀରସିନ୍ଧୁ ରଣା ପ୍ରମୁଖ ଆଜି ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସାଂସଦ ଭର୍ତ୍ତୃହରି ମହତାବ, ଯୁବନେତା ସୁବ୍ରତ ଛାଟୋଇ ଉପସ୍ଥିତ ଥିଲେ ।

0
0
0
s2sdefault