ହେଡଲାଇନସ୍:

"ରାଜ୍ୟର ୨୦ଟି ଜିଲ୍ଲାର ପିଲାଙ୍କ ପୁଷ୍ଟି ଆଫ୍ରିକା ଠାରୁ ଖରାପ"

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

୨୦୧୯ରେ ପ୍ରଧାନମନ୍ତ୍ରୀ କେନ୍ଦ୍ରିକ ନିର୍ବାଚନ ବିଜେପିକୁ ଲାଭ ଦେବ - ଧର୍ମେନ୍ଦ୍ର

 ଜାଗା ଯୋଜନା ଉଦାହରଣ ଦେଇ ରାଜ୍ୟରେ କେବଳ ପ୍ରଚାର ସର୍ବସ୍ୱ ସରକାର ଅଭିଯୋଗ

 ଏକବିଂଶ ଶତାବ୍ଦିରେ ଭାରତ ପୃଥିବୀ ପ୍ରଗତିର କେନ୍ଦ୍ର ଓ ଓଡିଶା ଭାରତର କେନ୍ଦ୍ର ହେବ

ଭୁବନେଶ୍ୱର - ୨୦୧୯ ମସିହାରେ ଅନୁଷ୍ଠିତ  ହେବାକୁ ଥିବା ଲୋକସଭା ଓ ବିଧାନସଭା ନିର୍ବାଚନ ୨୦୧୯ ଓ ୨୦୧୪ ଠାରୁ ଭିନ୍ନ ହେବ । ୨୦୦୯ ଓ ୧୪ରେ ଓଡିଶାର ମତଦାତା ମୁଖ୍ୟମନ୍ତ୍ରୀ କେନ୍ଦ୍ରିକ ନିର୍ବାଚନରେ ମତ ଦେବାକୁ ଆସୁଥିବା ବେଳେ ଆଗାମୀ ୨୦୧୯ ନିର୍ବାଚନ ପ୍ରଧାନମନ୍ତ୍ରୀ ଓ ମୋଦି କେନ୍ଦ୍ରିକ ହେବା  ଓଡିଶାର ମତଦାତା ପ୍ରଧାନମନ୍ତ୍ରୀ ପାଇଁ ମୋଦିଙ୍କୁ ପସନ୍ଦ କରିବା ସହ ତାଙ୍କର ନେତୃତ୍ୱକୁ ସମର୍ଥନ କରି ଓଡିଶାରେ ମୋଦିଙ୍କ ଆଦର୍ଶର ରାଜ୍ୟ ସରକାର ଗଠନ ପାଇଁ ସମର୍ଥନ ଦେବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଆଉଟ୍ ଲୁକର ଏଡିଟର ତଥା ବରିଷ୍ଠ  ସାମ୍ବାଦିକ ରୁବେନ ବାନାର୍ଜୀଙ୍କ ସହ ଆଉଟ ଲୁକ ସ୍ପିକ୍ ଆଉଟ୍ ରି-ଇମେଜିଂ ଓଡିଶା କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ଏହା କହିଛନ୍ତି । ୧୯ ବର୍ଷର ନବୀନ ପଟ୍ଟନାୟକଙ୍କୁ କେମିତି ଆକଳନ କରିବେ ଏହାର ମନ୍ତବ୍ୟ ନେଇ ଶ୍ରୀ ପ୍ରଧାନ କହିଛନ୍ତି ୧୯ ବର୍ଷ ଗୋଟିଏ ରାଜ୍ୟ ପାଇଁ ଲମ୍ବା ସମୟ । ମାତ୍ର ଦୀର୍ଘ ଦିନର ସ୍ଥିର ସରକାର ପରେ ବି ରାଜ୍ୟର ୩୦ଟି ଜିଲ୍ଲାରୁ ୨୦ଟି ଜିଲ୍ଲାର ଶିଶୁ ମାନଙ୍କର ପୁଷ୍ଟି, ରକ୍ତହୀନତା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଫ୍ରିକା ଦେଶମାନଙ୍କ ଠାରୁ ବି ସ୍ଥିତି ଖରାପ ଅଛି । ଏହା ରାଜ୍ୟ ସରକାରଙ୍କ ତଥ୍ୟରୁ ହିଁ ସ୍ପଷ୍ଟ ହେଉଛି । ୨୦୩୬ ମସିହାରେ ଓଡିଶା ସ୍ୱତନ୍ତ୍ର ପ୍ରଦେଶ ଭାବରେ ୧୦୦ ବର୍ଷ ପୂରଣ କରିବ । ଆଜି ୧୮ ବର୍ଷ ପିଲାର ବୟସ ୩୬ ବର୍ଷ ହେବ ଓ ଆଜି ଜନ୍ମ ହେଉଥିବା ପିଲାକୁ ୧୮ ବର୍ଷ ହେବ । ତେବେ ଦୁର୍ବଳିଆ ଶକ୍ତିହୀନ ପିଲାଙ୍କୁ ନେଇ ରାଜ୍ୟର ଭବିଷ୍ୟତ କେମିତି ମଜବୁତ ହେବ ବୋଲି  ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି । ରାଜ୍ୟ ସରକାରଙ୍କର ସଫଳତା କେବଳ ପ୍ରଚାର ସର୍ବସ୍ୱ ବୋଲି କହିଛନ୍ତି ଶ୍ରୀ ପ୍ରଧାନ । ପୃଥିବୀର ସବୁଠାରୁ ବଡ ଭୂମିହୀନଙ୍କୁ ଭୂମି ଯୋଗାଇ ଦେବା ପାଇଁ ଜାଗା ଯୋଜନା ରାଜ୍ୟ ସରକାର ପ୍ରଚାର କରୁଛନ୍ତି । ମାତ୍ର ରାଜ୍ୟରେ ୩୦ ଲକ୍ଷ ଭୂମିହୀନ ଥିବା ସରକାରୀ ତଥ୍ୟ କହୁଛି । ଜିଲ୍ଲପାଳ ମାନେ ଜାଗା ଯୋଗାଇ ଦେବା ପାଇଁ କ୍ଷମତା ପ୍ରାପ୍ତ , ମାତ୍ର ୧୯ ବର୍ଷରେ ଏହି କ୍ଷେତ୍ରରେ ପ୍ରଗତି କାହିଁକି ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ପ୍ରଧାନ ।
ଏକବିଂଶ ଶତାବ୍ଦୀର  ବିଶ୍ୱ ବିକାଶ ଓ ପ୍ରଗତିର ନେତୃତ୍ୱ ଭାରତ ନେବ ମାତ୍ର ଓଡିଶା ଭାରତର ପ୍ରଗତିର କେନ୍ଦ୍ରବିନ୍ଦୁ ହେବ ବୋଲି କହିଛନ୍ତି ଶ୍ରୀ ପ୍ରଧାନ । ଉତର ପ୍ରଦେଶର ଗୋରଖନାଥ ପୀଠରୁ ଜଗନ୍ନାଥ ଧାମ ପୁରୀ ଦେଇ କାମାକ୍ଷା କ୍ଷେତ୍ର, ଗୌହ୍ୱାଟୀ ଏବଂ ଏସିଆନ୍ ଦେଶ ସମୂହରେ ପୃଥିବୀର ଏକ ଦଶଂମାଶ ଅର୍ଥାତ୍ ୭୦ କୋଟି ଜନ ସାଧାରଣ ରହୁଛନ୍ତି । ପୃଥିବୀର ଏହି ଭାଗରେ ଅଧିକ ଗରିବୀ ଅଛିଓ ସମ୍ଭାବନା ମଧ୍ୟ ଏହି ଅଂଚଳରେ ଅଛି । ବିଶ୍ୱର ଏହି ୭୦ କୋଟି ଲୋକଙ୍କ ମଧ୍ୟରେ ଧ୍ୟାନ ରହିବ ଏବଂ ଏହି ଭୂଭାଗର ବିକାଶର କେନ୍ଦ୍ର ଓଡିଶା ହେବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି |

 

0
0
0
s2sdefault