ହେଡଲାଇନସ୍:

ବିଜେପିରେ ମିଶିଲେ ପୂର୍ବତନ ମନ୍ତ୍ରୀ ଡ଼ କୃପାସିନ୍ଧୁ ଭୋଇଙ୍କ ଭାଇ ଜଗବନ୍ଧୁ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ :- ଆଜି ଭୁବନେଶ୍ୱରର ବିଜେପିରାଜ୍ୟ କାର୍ଯ୍ୟାଳୟ ଠାରେ କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନଙ୍କର ଉପସ୍ଥିତିରେ  ବିଜେପି ରେ ଯୋଗ ଦେଇଛନ୍ତି ଶ୍ରୀ ଜଗବନ୍ଧୁ ଭୋଇ । ପୂର୍ବତନ କେନ୍ଦ୍ର ମାନବ ସମ୍ବଳ ବିକାଶ ରାଜ୍ୟ ମନ୍ତ୍ରୀ ତଥା ପଶ୍ଚିମ ଓଡିଶାର ଜଣାଶୁଣା କଂଗ୍ରେସ ନେତା ସ୍ବର୍ଗତ କୃପାସିନ୍ଧୁ ଭୋଇଙ୍କର ସାନଭାଇ ଓ 2009 ରୁ 2014  ବରଗଡ଼ ଲୋକସଭା ସଭ୍ୟ ଶ୍ରୀ ସଞ୍ଜୟ ଭୋଇଙ୍କର କାକା ହେଉଛନ୍ତି ଶ୍ରୀ ଜଗବନ୍ଧୁ ଭୋଇ । 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ଵଛ ଶାସନ ଓ ଦୃଢ ବିଦେଶ ନୀତି ତଥା ଧର୍ମେନ୍ଦ୍ର ପ୍ରଧାନଙ୍କର କାର୍ଯ୍ୟଦକ୍ଷତା ରେ ଅନୁପ୍ରାଣିତ ହେଇ ଶ୍ରୀ ଭୋଇ ବିଜେପିରେ ଯୋଗ ଦେଇଥିବା "ଶାସକ ପ୍ରଶାସକ"କୁ କହିଛନ୍ତି । ଆଜି ଏହି ଯୋଗଦାନ କାର୍ଯକ୍ରମରେ ବିଜେପିର ଉପ ସଭାପତି ସମିର ମହାନ୍ତି, ମହିଳା ମୋର୍ଚା ସଭାନେତ୍ରୀ ପ୍ରଭାତୀ ପରିଡା, ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ  ମୁକ୍ତା ସାହୁ [ରାମୁଖ  ଉପସ୍ଥିତ ଥିଲେ । ଜଣେ ଜଣାଶୁଣା ସଂଗଠକ ଭାବେ ଜଣାଶୁଣା ଶ୍ରୀ ଜଗବନ୍ଧୁ ଭୋଇଙ୍କର ଯୋଗଦାନ ପଶ୍ଚିମ ଓଡ଼ିଶାରେ ବିଜେପିକୁ ଆହୁରି ଶକ୍ତିଶାଳୀ କରିବା ବୋଲି ବିଜେପି ପକ୍ଷରୁ କୁହାଯାଇଛି । 

0
0
0
s2sdefault