ହେଡଲାଇନସ୍:

ଖଡ଼ିଆଲ ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ବିଜୟ  ସଂକଳ୍ପ ଶୋଭାଯାତ୍ରା |

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ନୂଆପଡା ସିନାପାଲିରୁ ନିରାକାର ମେହେର: ସାଧାରଣ ନିର୍ବାଚନ ନିକଟରେ ହେଉଥିବା ବେଳେ ରାଜନୈତିକ ଦଳ ଗୁଡିକୁ ପକ୍ଷରୁ ତତ୍ପରତା ପ୍ରକାଶ ପାଉଥିବା ଦେଖାଯାଇଛି | ବିଜେଡି ସମତେ ଅନ୍ୟାନ୍ୟ ଦଳ ଗୁଡିକୁ ବିଭିନ୍ନ ସଭାସମିତି ମାଧ୍ୟମରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଲାଗି ପଡି ଥିବା ବେଳେ ଆଜି ଖଡ଼ିଆଲ ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ଏକ ବାଇକ ରାଲି ଅନୁଷ୍ଠିତ ହୋଇଯାଇଛି | ଜ଼ିଲ୍ଲା ସଭାପତି ଶିବପ୍ରସାଦ ମୁଣ୍ଡଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଏକତ୍ରିତ ହୋଇ ବାଇକ ଯୋଗେ ଖଡ଼ିଆଲ ନିର୍ବାଚନ ମଣ୍ଡଳୀ ଭ୍ରମଣ କରି | ବିଗତ ପାଞ୍ଚ ବର୍ଷ ରେ ମୋଦି ସରକାର କରିଥିବା ଜନହିତକର କାର୍ଯ୍ୟଗୁଡିକର ଆଭିମୁଖେ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରିଥିଲେ |ଏହି ରାଲି ରେ ଯୋଗ ଦେଇଥିଲେ ଜ଼ିଲ୍ଲା ସାଧାରଣ ସମ୍ପାଦକ ସୁବ୍ରତ ଠାକୁର, ଉଦନ୍ତି ମଣ୍ଡଳୀ ସାଧାରଣ ସମ୍ପାଦକ ମାର୍କଣ୍ଡ ଗହୀର, ଅରିରଞ୍ଜନ ଯୋଶୀ, ସମସ୍ତ ମଣ୍ଡଳ ସଭାପତି ଓ କର୍ମୀ ମାନେ ଯୋଗଦେଇ ଥିଲେ |

0
0
0
s2sdefault