ହେଡଲାଇନସ୍:

   ଓଡଗାଁରେ ବିଜେପିର ବିଜୟ ଦିବସ ପାଳିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡଗାଁ(ଶ୍ରୀକାନ୍ତ ମିଶ୍ର)  : ପୁଲୁବାମା ଆକ୍ରମଣରେ ସହିଦ ମାନଙ୍କ ପ୍ରତିଶୋଧ ନେବା ସହିତ ସେନାଙ୍କ ମନୋବଳକୁ ଦୃଢ କରିବା ପାଇଁ ଭାରତୀୟ ବୀର ଜବାନ ମାନେ ପାକିସ୍ଥାନ ଆତଙ୍କବାଦୀ  ଶିବିର ଧ୍ୱଂଶ କରିବା ସହିତ ୩ଶହରୁ ଉର୍ଧ୍ଵ ଆତଙ୍କବାଦିଙ୍କୁ ବିନାଶକରି ସଗୌରବେ  ଭାରତ ଫେରି ଆସିଥିଲେ ।  ପ୍ରତିହିଂସା  ପରାୟଣ ପାକିସ୍ତାନ ପ୍ରତିଆକ୍ରମଣ କରିବା ପାଇଁ ତାର ୨ଟି ଜାହାଜକୁ ଭାରତରେ ପ୍ରବେଶ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଭାରତୀୟ ବୀର ଜବାନ ଉଇଙ୍ଗ୍ କମାଣ୍ଡର ଅଭିନନ୍ଦନ ତାର ମୁକାବିଲା କରିଥିଲେ । ଫଳରେ ପାକିସ୍ଥାନର ଏକ ଲଢୁଆ ବିମାନ ଧ୍ୱଂସ ହୋଇଯିବା ସହ ଅନ୍ୟ ବିମାନ ଗୁଡିକ ଫେରି ଯିବାକୁ ବାଧ୍ୟ ହୋଇଥିଲେ । ଏବଂ ଭାରତୀୟ ବିମାନରେ ଯାନ୍ତ୍ରୀକ ତୃଟିକାରଣରୁ ବିମାନକୁ ଛାଡି ଅଭିନନ୍ଦନ ପାରାଚୁଟରେ ତଳକୁ ଖସିବା ସମୟରେ ପାକିସ୍ଥାନ ରେ ଓଲ୍ଲାଇଯାଇଥିଲେ । ଫଳରେ ପାକିସ୍ଥାନ ସୈନ୍ୟ  ତାଙ୍କୁ ନିଜ ହେପାଜତକୁ ନେଇଯାଇଥିଲା । ଅଭିନ୍ଦନଙ୍କ ବିରତ୍ୱ, ଧୈର୍ୟ , ସାହାସୀକତା, ଦେଶପ୍ରେମ ଏବଂ ଭାରତର କୁଟନ୍ୟତିକ ଚାପ ଆଗରେ ପାକିସ୍ତାନ ହାରମାନିଥିଲା । ଯେଉଁଥିପାଇଁ ଅଭିନନ୍ଦନକୁ ୬୦ ଘଣ୍ଟା  ମଧ୍ୟରେ ଭାରତକୁ ଅର୍ପଣ କରିବାକୁ ବାଧ୍ୟ ହୋଇଥିଲା । ଘଟଣା ଉପରେ ସାରା ବିଶ୍ୱ ନଜର ରଖିଥିବା ବେଳେ ଶେଷରେ ଧର୍ମର ହିଁ ଜୟହେଲା । ଆଜି ବିଜେପି ତରଫରୁ ଭାରତ ବିଜୟ ପର୍ବ ପାଳନ ଅବସରରେ ବିଜେପି ନେତ୍ରୀ ଇରାନୀ ରାୟଙ୍କ ନେତୃତ୍ୱରେ ଓଡଗାଁ ଶ୍ରୀରଘୁନାଥ ଜୀଉଙ୍କ ମନ୍ଦିର ଠାରୁ ଏକ ବାଇକ ଶୋଭାଯାତ୍ରା ବାହାରି ଓଡଗାଁ ଏନଏସି ଅଂଚଳରେ ନିରବ  ପରିକ୍ରମା କରିଥିଲେ । ଏଥିରେ ପ୍ରାୟ  ୪ଶହରୁ ଉର୍ଧ୍ଵ  ଯୁବ ବିଜେପି ସମର୍ଥକ ଅଂଶଗ୍ରହଣ କରିଥିଲେ ।

0
0
0
s2sdefault