ହେଡଲାଇନସ୍:

ବିଜେଡିରେ ମିଶିଲେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ବହୁ ସରପଞ୍ଚ, ସମିତି ସଭ୍ୟଙ୍କ ସହ କଂଗ୍ରେସ ଓ ବିଜେପି କର୍ମୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର :   ଆଜି ଟିଟିଲାଗଡ ବିଧାୟିକା ଶ୍ରୀମତୀ ଟୁକୁନି ସାହୁଙ୍କ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ବହୁ ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର, ପୂର୍ବତନ ସରପଞ୍ଚଙ୍କ ସମେତ ୧୦୦ରୁ ଉର୍ଧ୍ଵ  କଂଗ୍ରେସ ଓ ବିଜେପି କର୍ମୀ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ନବୀନ ନିବାସରେ  ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ସରପଞ୍ଚ ନିର୍ମଳା ହରପାଲ୍‍, ଶ୍ରୀମତୀ କେତକୀ ଅମାତ, ହିମାଞ୍ଚଳ ବୁଡେକ୍‍, ଶ୍ରୀମତୀ ଖୀରା ମାଝୀ, ଶ୍ରୀମତୀ ପୁଷ୍ପାଞ୍ଜଳି ବାଗ, ଶ୍ରୀମତୀ ସୁମୁଖି ଭୋଇ, ଭାରତୀ ରାଜପାଲିଆ, ସିରା ରଣା, ସମିତି ସଭ୍ୟ ଭୀମ ନାଗ, ପୂର୍ବତନ ସରପଞ୍ଚ ଅଲେଖ ସେଠୀ, ତୃତୀୟା ପ୍ରଧାନ, ହରେକୃଷ୍ଣ ରଣା, ପୂର୍ବତନ ସଇଁତଳା ବ୍ଲକ ଅଧ୍ୟକ୍ଷ ଦୁଃଖିଶ୍ୟାମ ପାତ୍ର, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଲିଙ୍ଗା ରଣା, ଟିଟିଲାଗଡ଼ ବ୍ୟବସାୟୀ ସଂଘ ସଭାପତି କଂଗ୍ରେସର ତ୍ରିନାଥ ସରାଫ, ଟିଟିଲାଗଡ଼ ବାର୍‍ ଆସୋସିଏସନ୍‍ ସଂପାଦକ ଲଳିତ ମୋହନ ତାଣ୍ଡି ପ୍ରମୁଖ ଆଜି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।

ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗଦେଇଥିବା ସମସ୍ତ କର୍ମୀଙ୍କୁ ମାନ୍ୟବର ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ସ୍ୱାଗତ କରିବା ସହ କହିଥିଲେ ଯେ ଆଜି ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କ ସହ ବିଜେପି, କଂଗ୍ରେସ ଓ ବିଭିନ୍ନ ବର୍ଗର ସଦସ୍ୟମାନେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି । ଏହି ଯୋଗଦାନ ବଲାଙ୍ଗୀର ଜିଲ୍ଲା ସହ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ଶକ୍ତି ବୃଦ୍ଧି ହେବାରେ ସହାୟକ ହେବ ।

ଏହି ଅବସରରେ ବିଧାୟିକା ଶ୍ରୀମତୀ ସାହୁ କହିଥିଲେ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଓ ନିର୍ମଳ ଶାସନ ବ୍ୟବସ୍ଥା, ବିଶେଷକରି ମହିଳା, ଚାଷୀଭାଇମାନଙ୍କ ପାଇଁ ଯେଉଁ ପଦକ୍ଷେପ ନେଇ ଉନ୍ନତି କରିଚାଲିଛନ୍ତି, ସେଥିରେ ଅନୁପ୍ରାଣିତ ହୋଇ ଆଜି ବିଜୁ ଜନତା ଦଳରେ ଆମ ନିର୍ବାଚନ ମଣ୍ଡଳୀର ବହୁ ନେତା ଓ କର୍ମୀ ଯୋଗ ଦେଇଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ପଟ୍ଟନାୟକ ଏହି କର୍ମୀ ଓ ନେତାଙ୍କୁ ବିଜେଡିରେ ସାମିଲ କରାଇ ଟିଟିଲାଗଡ଼ର ଉନ୍ନତିରେ ସହଯୋଗ କରିବା ପାଇଁ ସୁଯୋଗ ଦେଇଥିବାରୁ ଆମେ ସମସ୍ତେ କୃତଜ୍ଞତା ପ୍ରକାଶ କରୁଛୁ ।

0
0
0
s2sdefault