ହେଡଲାଇନସ୍:

ପୋଷ୍ଟ ନବ ଇଫେକ୍ଟ , ପଲିଟିକ୍ସ ଗୋଳିଆ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ କନଫ୍ୟୁଜନ : ବିଜେଡିରେ, ବିଜେପିରେ ବି 

ଝାରସୁଗୁଡା(Bikram Mahapatra) : ଭୋଟ ଯେତିକି ପାଖେଇ ଆସୁଛି ଭୋଟରଙ୍କ ଭିତରେ ଦ୍ବନ୍ଦ୍ବ ସେତିକି ବଢୁଛି | ଆୟପଟେ ରାଜନୈତିକ ଦଳ ଭିତରେ ଅନ୍ତର୍ଦ୍ବନ୍ଦ୍ବ ପଦାକୁ ଆସୁଛି |  ଆଉ କଂଗ୍ରେସ ନେତା ନବ ଦାସ ବିଜେଡିରେ ଯୋଗ ଦେବା ପରେ ଏବେ ଝାରସୁଗୁଡା ରାଜନୀତି ଗୋଳିଆ ହୋଇ ଯାଇଛି ଆଉ ଭୋଟର ବି କନଫ୍ୟୁଜଡ଼ | ଆଉ ତାହାର ପ୍ରତିଫଳନ ଦେଖିବାକୁ  ମିଳିଛି ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ | ଅନୁପଙ୍କ କଂଗ୍ରେସ ତ୍ୟାଗ ପରେ କଂଗ୍ରେସ ଯେହେତୁ ନିଜ ଅସ୍ତିତ୍ବ ବଜାୟ ରଖିବାରେ କେବେ ଚେଷ୍ଟା କରି ନଥିଲା (ଅଦୃଶ୍ୟ କାରଣ ପାଇଁ ) ତେଣୁ ନବଙ୍କ ବିଦାୟ ପରେ ଏବେ ପୁଣି ଆହୁରି ଦୟନୀୟ ସ୍ଥିତିକୁ ଚାଲିଯାଇଛି | ତେଣୁ (ଅଦୃଶ୍ୟ କାରଣ ପାଇଁ)  ଗତ ନିର୍ବାଚନରେ ଜିତିଥିବା ବିଜେପି ଆଉ ହାରିଥିବା ବିଜେଡି ଆସନ୍ତା ନିର୍ବାଚନ ପାଇଁ ନିଜ ସ୍ଥିତିକୁ ମଜଭୁତ କରିବା ବଦଳରେ ଦୁଇ ଦଳରେ ଗୋଷ୍ଠୀ କନ୍ଦଳ ଜଳ ଜଳ ହୋଇ ପଦାକୁ ବାରି ହୋଇଯାଉଛି | ଆଉ ଏହିଁ ବିବାଦ କେବଳ ଦଳୀୟ ଟିକଟ ପାଇବାକୁ ନେଇ | ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ବର୍ତ୍ତମାନର ବିଜେପି ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ବିରୋଧ  କରି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ କାନ୍ଥ ମାନଙ୍କରେ ପୋଷ୍ଟର ଲାଗିଛି | ଏହି ପୋଷ୍ଟର ମାନଙ୍କରେ ଲେଖା ହୋଇଛି  ଶ୍ରୀମତୀ ପଣ୍ଡାଙ୍କ ବିରୋଧୀ ସ୍ଲୋଗାନ |  " ମୋଦିଜୀ ସେ ବୈର ନହିଁ, ରାଧାରାଣୀ ତେରୀ ଖୈର ନହିଁ | ରାଧାରାଣୀ ପଣ୍ଡା ହଟାଓ, ବ୍ରଜରାଜନଗର ମେ ଭାଜପା ବଚାଓ " |  ଏହାର ଅର୍ଥ  ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିରୋଧ ନାହିଁ,  ମାତ୍ର ରାଧାରାଣୀଙ୍କ ପ୍ରତି ବିରୋଧ ଅଛି | ବିଜେପିର ଏକ ଗୋଷ୍ଠୀ  ଶ୍ରୀମତୀ ପଣ୍ଡାଙ୍କୁ ଦଳ ପକ୍ଷରୁ ଦଳୀୟ ଟିକଟ ଦିଆନଯିବାକୁ ମଧ୍ୟ ଦଳର ଉଚ୍ଚ କର୍ତ୍ତୃପକ୍ଷଙ୍କଠାରେ  ଦାବି କରିଥିବା ଜଣାପଡିଛି |

ପୂର୍ବରୁ ପୂର୍ବତନ ବିଧାୟକ ତଥା ଗତ ନିର୍ବାଚନରେ  ବିଜେଡି ଟିକଟରେ  ଲଢ଼ିଥିବା ଅନୁପ ସାଏଙ୍କ ବିରୋଧରେ ମଧ୍ୟ ବିଜେଡିର କିଛି ଦଳୀୟ କର୍ମୀ ତାଙ୍କୁ ଦଳ ପକ୍ଷରୁ ପ୍ରାର୍ଥୀ ନ କରିବାକୁ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନିବେଦନ ଜଣାଇଛନ୍ତି | ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ବିଜେଡିର କିଛି ଦଳୀୟ କର୍ମୀ ଓ କର୍ମକର୍ତ୍ତାମାନେ ନବୀନ ନିବାସ ଯାଇ ଏହି ଦାବି ଜଣାଇଛନ୍ତି| କେବଳ ସେତିକିରେ ସୀମିତ ହୋଇ ରହିନାହିଁ, ଏପରିକି ନିର୍ବାଚନ ମଣ୍ଡଳୀର ବିଭିନ୍ନ  ସ୍ଥାନରେ "ଅନୁପ ହଟାଓ ବିଜେଡି ବଞ୍ଚାଅ,ଆମର ପ୍ରତିବାଦକୁ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବା ପାଇଁ ପ୍ରୟାସ" ପୋଷ୍ଟର ସହର ସାରା ଲାଗିବ ବିଜେଡିର ଗୋଷ୍ଠୀ କନ୍ଦଳକୁ ପଦାରେ ପଡିଛି | ଆଉ ଏଇ କନଫ୍ୟୁଜନ ନବ ଦାସ କଂଗ୍ରେସରେ ଯୋଗ ଦେବା ଓ କିଶୋର ମହାନ୍ତି ବ୍ରଜରାଜନଗର ମୁହଁ ହେବା ପରେ ଅଧିକ ତୀବ୍ର ରୂପ ଧାରଣା କରୁଛି | ହେଲେ ଦେଖିବାକୁ ବାକି ରହିଲା ଅନୁପ ଓ ରାଧାରାଣୀଙ୍କ ଭାଗ୍ୟରେ କଣ ଯୁଟୁଛି | 

0
0
0
s2sdefault