ହେଡଲାଇନସ୍:

ପୁଇଁତଳା : ଲୋକ ଗୁହାରି କରିବେ ତ କରିବେ କାହାକୁ !!!

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ପୁଇଁତଳାରୁ ସନ୍ତୋଷ କୁମାର ଠାକୁର :  ବଲାଙ୍ଗୀର  ଜିଲ୍ଲା ପୁଇଁନ୍ତଲା ବ୍ଲକର ଗ୍ରାମବାସୀ ବିଭିନ୍ନ କାମ ପାଇଁ ବ୍ଲକ ଉପରେ ନିର୍ଭର କରିଥାନ୍ତି | 9009କିନ୍ତୁ ବ୍ଲକ କୁ ବ୍ଲକ ଚେଆରମେନ ଆସୁନଥିବା ଅଭିଯୋଗ କରିଛନ୍ତି ଲୋକେ | ଲୋକମାନଙ୍କ କହିବା ଅନୁସାରେ ବ୍ଲକରେ ଜଣେ ମହିଲା ଚେଆରମେନ କାର୍ଯ୍ୟରତ ଥିବାବେଲେ ସମସ୍ତ ପାୱାର କୁଆଡେ ତାଙ୍କ  ପୁତ୍ର ହାତରେ | ଏଠାରେ ଲୋକ ପ୍ରତିନିଧି କିଏ ବୋଲି ଲୋକ ଲୋଚନରେ ଚର୍ଚ୍ଚା ସୃଷ୍ଚି ହେଉଛି | ପୁର୍ବତନ ଚେଆରମେନ ବିଜେଡି ଅକ୍ତିଆର ଥିବାବେଲେ ବର୍ତ୍ତମାନ କଂଗ୍ରେସ ହାତରେ ଚାଲିଛି | ପୁଇଁନ୍ତଲା ବ୍ଲକର ଅନେକ ପଞ୍ଚାୟତରେ  ନବୀନ  ପଟ୍ଟନାୟକଙ୍କ ଏଲି.ଇ.ଡି ଯୋଜନାରେ ଆସୁଥିବା ବଲ୍ବ ମଧ୍ୟ ମିଲିପାରୁ ନାହିଁ ଓ ଇନ୍ଦିରା ଆବାସ ଯୋଜନାରେ ବହୁମାତ୍ରାରେ ପିସି କାରବାର ଚାଲିଛି ବୋଲି ଲୋକମାନେ ଅଭିଯୋଗ କରୁଛନ୍ତି | ଆଉଗୋଟେ  ପଟେ ଯୋଗେନ୍ଦ୍ର ବେହେରା ଯିଏ କି ଲୋଇସିଂହା ନିର୍ବାଚନ ମଣ୍ଡଳୀର ଏମ୍.ଏଲ୍.ଏ ଅଛନ୍ତି ତାଙ୍କୁ ମଧ୍ୟ ଲୋକେ ବିରୋଧ କରିବା ଆରମ୍ଭ କଲେଣି | ନା ବିଧାୟକଙ୍କ ଉପରେ ଭରସା ନାହିଁ, ସେପଟେ ବ୍ଲକ ଅଧ୍ୟକ୍ଷା ବ୍ଲକ ଆସୁନାହାନ୍ତି | ତେଣୁ ଲୋକ ନିଜ ସମସ୍ୟା କହିବେ ତ କାହା ଆଗରେ କହିବେ |  ତେଣୁ ଏହାର ପ୍ରତିଫଳନ ଆସନ୍ତା ସାଧାରଣ ନିର୍ବାଚନରେ ପଡିବ, ଏହା ନିଃସନ୍ଦେହ | 

0
0
0
s2sdefault