ହେଡଲାଇନସ୍:

ସୋହେଲାରେ ଆଇ ସ୍ପିକ ଫର ନବୀନ କାର୍ଯ୍ୟକ୍ରମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୋହେଲା(ଶାସକପ୍ରସାଶକ)-ଆଜି ବରଗଡ ଜିଲା ସୋହେଲା କଲେଜ ଖେଳପଡିଆଠାରେ ବିଜୁ ଛାତ୍ର ଜନତା ଦଳ ତରଫରୁ ଆଇ ସ୍ପିକ ଫର ନବୀନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମ୍ବଲପୁର ଜୋନର ଉପସଭାପତି ରାହୁଲ ସାହୁ ଏଥିରେ ସଭାପତିତ୍ୱ କରିଥିଲେ । ଏଥିରେ ସମ୍ବଲପୁର ଜୋନର ସଭାପତି ବୈକୁଣ୍ଠ ନାଏକ,ରାଜ୍ୟ ସଂପାଦକ ଶୁଭ୍ରାଂଶୁ ଶେଖର ପାଢ଼ୀ,ଜିଲା ସଭାପତି କରନ ସିକନ୍ଦର ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ । ଭଟଲି ବିଧାନସଭା ମଣ୍ଡଳୀର ବିଭିନ୍ନ କଲେଜର ଛାତ୍ରଛାତ୍ରୀଗଣ ଏଥିରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଛାତ୍ରଛାତ୍ରୀମାନଙ୍କ ପାଇଁ କରିଥିବା ବିଭିନ୍ନ ଯୋଜନାରେ ଲାଭାନ୍ୱିତ ହେଉଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ଏକ କୁଇଜ କାର୍ଯ୍ୟକ୍ରମ ମଧ୍ୟ  ଅନୁଷ୍ଠିତ  ହୋଇଥିଲା । କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମ ରାହୁଲ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା । 

 

0
0
0
s2sdefault