ହେଡଲାଇନସ୍:

ମାଧିଆପାଲିରେ କଂକ୍ରିଟ ରାସ୍ତାର ଭିତ୍ତିପ୍ରସ୍ତର ଦେଲେ ନରସିଂହ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗିର(ନିରୋଜ ମିଶ୍ର)  - ମାଧିଆପାଲି ପଞ୍ଚାୟତ ବଲାଙ୍ଗିର ରୁ ମାତ୍ର ୨ କି.ମି. ଦୂର କିନ୍ତୁ ଆଶ୍ଚର୍ଯ୍ୟ ଲାଗେ ଆଜି ପର୍ଯ୍ୟନ୍ତ ଏହି ଗ୍ରାମଟି କୌଣସି ପ୍ରକାରର ବିକାଶରୁ କାହିଁ କେତେ ଦୂରରେ । ବଲାଙ୍ଗିର ନିର୍ବାଚନ ମଣ୍ଡଳି, ମୁଖ୍ୟମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀ, ପୁର୍ତ୍ତ ମନ୍ତ୍ରୀ, ଖଣି ମନ୍ତ୍ରୀ, ଅର୍ଥ ମନ୍ତ୍ରୀ ଏପରି ଅନେକ କିଛି ମହତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଦେଇଛି ତଥାପି ମାଧିଆପାଲି ଗାଁକୁ ଦେଖିଲେ ଏକ ଅପହଞ୍ଚ ଇଲାକା  ଭଳି ଦେଖାଯାଏ ବୋଲି ବିରୋଧି ଦଳ ନେତା ନରସିଂହ ମିଶ୍ର କହିଛନ୍ତି |

ସେ କହିଛନ୍ତି, ବର୍ଷେ ତଳେ ମାଧିଆପାଲିର କିଛି ଯୁବକ ଏକ ରାସ୍ତାର ଉନ୍ନତି ପାଇଁ ଅନୁରୋଧ କରିଥିଲେ । ବହୁତ କମ ଦିନ ଭିତରେ ତାହା ପାଇଁ ୧କୋଟି ୫୫ଲକ୍ଷ ଅନୁଦାନ ଆସି କାମ ଚାଲିଛି । ପୁଣି ଏବେ ଗାଁ ଭିତର କଂକ୍ରିଟ ରାସ୍ତା ପାଇଁ ୩୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ରାସ୍ତାର ଭିତ୍ତିପ୍ରସ୍ତର ଦିଆଗଲା । ଆପଣମାନେ ଏକଜୁଟ ହେଲେ କେବଳ ରାସ୍ତା ନୁହେଁ ଏହି ପଞ୍ଚାୟତର ଶିକ୍ଷା, ସ୍ୱାସ୍ଥ୍ୟ ତଥା ଅର୍ଥନୈତିକ ସ୍ଥଳରେ ପଛୁଆ ଥିବା ଲୋକଙ୍କ ସାମଗ୍ରିକ ଉନ୍ନତି କରାଯାଇପାରିବ ବୋଲି, କଂକ୍ରିଟ ରାସ୍ତାର ଭିତ୍ତି ପ୍ରସ୍ତର ପରବର୍ତ୍ତି ସଭାରେ ସ୍ଥାନୀୟ ବିଧାୟକ ତଥା ବିରୋଧି ଦଳ ନେତା ନରସିଂହ ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି ।

ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମାଣ ହେବାକୁ ଥିବା ଏହି ରାସ୍ତାର ଅଟକଳ ମୁଲ୍ୟ ସହିତ ମିଶାଇଲେ ମାଧିଆପାଲି ଗ୍ରାମକୁ ଏହି କିଛି ମାସ ଭିତରେ ୧କୋଟି ୮୫ଲକ୍ଷ ଟଙ୍କାର ରାସ୍ତା ପ୍ରକଳ୍ପ ଆସି ସାରିଛି । ଏହି ସଭାରେ ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଥିଲେ ଯେ କଂଗ୍ରେସ ଦଳ ଏହାର ଆଗାମୀ ନିର୍ବାଚନୀ ଇସ୍ତିହାରରେ ଛାତ୍ର, କୃଷକ, ଯୁବକ, ଶ୍ରମିକ ସମସ୍ତଙ୍କୁ ସୁହାଇଲା ଭଳି ଇସ୍ତିହାର ନେଇ ନିର୍ବାଚନ ଲଢିବ । ଏହି ସଭାରେ ସ୍ଥାନୀୟ ସରପଞ୍ଚ ଦିଲିପ ବିଶ୍ୱାଳ ଏବଂ ଯୁବନେତା ଅଜୟ ବାଲି ମାଧିଆପାଲି ଗ୍ରାମ ପ୍ରତି ବିଧାୟକ ଶ୍ରୀ ମିଶ୍ରଙ୍କ ଗଠନମୂଳକ ସୁଦୃଷ୍ଟିି ରହିଥିବାରୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ । ବ୍ଲକ ଉପାଧ୍ୟକ୍ଷା ଯଶୋବନ୍ତି ବଘାର ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ ଶ୍ରୀ ଦୋରା ତଥା ମାଧିଆପାଲି ଗ୍ରାମର ଶହ ଶହ ଗ୍ରାମବାସୀ ଉପସ୍ଥିତ ଥିଲେ । 

0
0
0
s2sdefault