ହେଡଲାଇନସ୍:

ରାଜ୍ୟରେ ୧୨ଲକ୍ଷ ପରିବାରଙ୍କୁ ଜାଣିସୁଣି ଭୋଟର ତାଲିକାରୁ ବାଦ ଦିଆଯାଇଛି : କଂଗ୍ରେସ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର  – ନିର୍ବାଚନ ଆୟୋଗ ଜାନୁଆରୀ ମାସ ୨୦୧୯ ରେ ରାଜ୍ୟର ଯେଉଁ ଭୋଟର ତାଲିକା ପ୍ରକାଶ କରିଛନ୍ତି, ସେହି ଭୋଟର ତାଲିକାରେ ପ୍ରତ୍ୟେକ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ବୁଥ୍ର ଏକ ବଡ ଅଂଶର ଭୋଟରମାନଙ୍କର ନାମ ସେ ତାଲିକାରୁ ବାଦ୍ ଦିଆଯାଇଛି । ଓଡିଶାର ୧୨ ଲକ୍ଷ ପରିବାରର ଏହି ସଂଶୋଧିତ ଭୋଟର ତାଲିକାରେ ନାମ ପ୍ରକାଶ ପାଇନାହିଁ, ଯଦିବା ସେମାନେ ଯୋଗ୍ୟ ଭୋଟର । ତେଣୁ ନିର୍ବାଚନ ଆୟୋଗ କାହା ପ୍ରରୋଚନାରେ ଏଭଳି ଏକ ସମ୍ବିଧାନ ବିରୋଧୀ, ଭୋଟରମାନଙ୍କର ଭୋଟ ଦେବା କ୍ଷମତାକୁ ଛଡାଇ ନେଲେ, ଏ ପ୍ରଶ୍ନ ଆଜି ପ୍ରଦେଶ କଂଗ୍ରେସ କମିଟି ରାଜ୍ୟ ନିର୍ବାଚନ ଆୟୋଗ ଅଧ୍ୟକ୍ଷ ଏବଂ ଅନ୍ୟାନ୍ୟ ନିର୍ବାଚନ ଅଧିକାରୀବୃନ୍ଦଙ୍କୁ ସିଧାସଳଖ ପ୍ରଶ୍ନ କରିଛନ୍ତି । ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ପୂର୍ବତନ ସାଂସଦ ପ୍ରଦେଶ କଂଗ୍ରେସ ଉପସଭାପତି ଶ୍ରୀ ଅନନ୍ତ ପ୍ରସାଦ ସେଠୀ ସାମ୍ବାଦିକ ମାନଙ୍କୁ ସମ୍ବୋଦ୍ଧିତ କରି ଏଭଳି ଏକ ସଙ୍ଗୀନ ଘଟଣାର ପର୍ଦାଫାସ କରିବା ସହିତ କିଭଳି ଭାବରେ ରାଜ୍ୟର ଭୋଟରମାନଙ୍କୁ ଜାଣିସୁଣି ସେମାନଙ୍କର ନାମ ସଂଶୋଧିତ ଭୋଟର ତାଲିକରୁ ବାଦ ଦିଆଯାଇଛି । ତାର ତଥ୍ୟ ପ୍ରଦାନ କରିଥିଲେ । ଏଭଳି ଏକ ସଂଗୀନ ଘଟଣା ନିର୍ବାଚନ କମିଶନ ଜାଣିସୁଣି କୌଣସୀ ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳର ହାତବାରଶି ହୋଇ ରାଜନୈତିକ ଫାଇଦା ଦେବା ଉଦେ୍ଧଶ୍ୟରେ କରିଛନ୍ତି କି? 

ପ୍ରଦେଶ କଂଗ୍ରେସ ମିଡ଼ିଆ ସେଲର ଅଧ୍ୟକ୍ଷ ଶ୍ରୀ ସତ୍ୟପ୍ରକାଶ ନାୟକ ରାଜ୍ୟର ୨୧ଟି ଜାକ ନିର୍ବାଚନ ମଣ୍ଡଳୀରେ ଏକ ପରିସଂଖନ ପ୍ରକାଶ କରିଛନ୍ତି ଯାହାକି ନିର୍ବାଚନ କମିଶନ ଏବଂ ରାଜ୍ୟ ସରକାରଙ୍କର କୌଣସି ବୁଝାମଣା ଭିତିରେ ଜାଣିସୁଣି ଏହି ଭୋଟରମାନଙ୍କ ନାମକୁ ତାଲିକାରୁ ବାଦ ଦିଆଯାଇଛି । ବରଗଡ଼ରେ ୫୮,୭୨୪, ସୁନ୍ଦରଗଡ଼ରେ ୭୧,୮୧୬, ସମ୍ବଲପୁରରେ ୬୧,୭୮୦,କେନ୍ଦୁଝରରେ ୪୭,୬୦୬,ମୟୁରଭଞ୍ଜରେ  ୪୪,୬୨୦, ବାଲେଶ୍ୱରରେ ୪୦,୫୯୪, ଭଦ୍ରକରେ ୨୯,୦୭୮, ଯାଜପୁରରେ  ୩୫,୪୦୦,ଢେ଼ଙ୍କାନାଳରେ ୪୨,୧୫୬, ବଲାଙ୍ଗୀରରେ  ୬୧,୫୦୯, କଳାହାଣ୍ଡିରେ ୬୮,୦୮୧, ନବରଙ୍ଗପୁରରେ ୬୬,୫୨୮, କନ୍ଧମାଳରେ ୬୧,୧୯୯, କଟକରେ  ୪୭,୦୨୭, କେନ୍ଦ୍ରାପଡ଼ାରେ  ୪୩,୬୮୧,ଜଗତସିଂହପୁରରେ ୪୫,୪୨୯, ପୁରୀ ରେ ୫୬,୮୬୦,ଭୁବନେଶ୍ୱରରେ ୧,୫୧୭୭୯, ଆସ୍କାରେ ୫୭,୧୮୯, ବ୍ରହ୍ମପୁର ରେ ୬୦,୪୬୩ ଓ କୋରାପୁଟରେ ୯୪,୩୩୫ ଭୋଟରଙ୍କୁ ବାଡ଼ ଦିଆଯାଇଛି |

ପ୍ରଦେଶ କଂଗ୍ରେସ କମିଟି ତରଫରୁ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଜଣାଇ ଦିଆଯାଉଛି ନିର୍ବାଚନ ପୂର୍ବରୁ ଭୋଟର ତାଲିକାରୁ ବାଦ ପଡ଼ିଥିବା ଏହି ପରିବାର ବର୍ଗର ଭୋଟରଙ୍କୁ ଯଥାଶୀଘ୍ର ଭୋଟର ତାଲିକାରେ ସାମିଲ୍ କରି ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ କରନ୍ତୁ, ଯାହାକି ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହିତ ଏକ ସୁସ୍ଥ ପରମ୍ପରା ସୃଷ୍ଟି କରିବ । କୌଣସି ନିର୍ଦ୍ଧିଷ୍ଟ ରାଜନୈତିକ ଦଳର ହାତବାରିସି ନ ସାଜି ନିଜର ସାମ୍ବିଧାନିକ ଦାୟିତ୍ୱ ଏବଂ ପଦମର୍ଯ୍ୟଦାକୁ ବଜୟା ରଖିବା ପାଇଁ କଂଗ୍ରେସ ଦଳ ଚେତାବନୀ ଦେଇଛି । 

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସ ଉପସଭାପତି ତଥା ବରିଷ୍ଠ  କଂଗ୍ରେସ ନେତା ଶ୍ରୀ ଶିବାନନ୍ଦ ରାୟ, କଂଗ୍ରେସ ନେତା ଶ୍ରୀ ଉତ୍କଳ କେଶରୀ ରାଉତରାୟ, ପ୍ରଦେଶ କଂଗ୍ରେସ ସାଧାରଣ ସଂପାଦକ ଶ୍ରୀ ବିଶ୍ୱଜିତ୍ ଦାସ ଏବଂ ପ୍ରଦେଶ କଂଗ୍ରେସ ମିଡ଼ିଆ ସେଲର ପ୍ରବକ୍ତା ଶ୍ରୀ ରଜନୀ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । 

 

 

 

0
0
0
s2sdefault