ହେଡଲାଇନସ୍:

ନରସିଂହଙ୍କ ଦେଓଗାଁ ବ୍ଲକ ଗସ୍ତ: ଚାଷୀଙ୍କ ସ୍ୱାର୍ଥ ରକ୍ଷା କଂଗ୍ରେସ ଦଳ ହିଁ କରିବ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବଲାଙ୍ଗିର(ନିରୋଜ ମିଶ୍ର)  - ବଲାଙ୍ଗିର ବିଧାୟକ ତଥା ରାଜ୍ୟ ବିରୋଧି ଦଳ ନେତା ନରସିଂହ ମିଶ୍ର ଦେଓଗାଁ ବ୍ଲକ ର ବିଭିନ୍ନ ପଞ୍ଚାୟତର ଗ୍ରାମ ଗୁଡିକ ବୁଲି ଲୋକଙ୍କ ଅଭାବ ଅସୁବିଧା ପଚାରି ବୁଝିଥିଲେ । ଏହି କ୍ରମରେ ସେ  ଗୌରଗୋଠ ପଞ୍ଚାୟତର ରତାଖଣ୍ଡି ଗ୍ରାମରେ ଏକ କମ୍ୟୁନିଟି ସେଣ୍ଟରର ଭିତ୍ତିପ୍ରସ୍ତର ଦେବା ସହ ସେଠାକାର ସମସ୍ୟା ପଚାରି ବୁଝିଥିଲେ । ପରେ ପରେ ତଲିପଡା, ଆମଦହନ, ଗୌରଗୋଠ, ବଡବାହାଲ, ଡୁମେରପିଟା ଇତ୍ୟାଦି ଗ୍ରାମ ବୁଲି ବିଭିନ୍ନ ଉନ୍ନୟନମୁଳକ ପ୍ରକଳ୍ପର କାର୍ଯ୍ୟ କେତେଦୂର ଅଗ୍ରସର ହୋଇଛି ପଚାରି ବୁଝିଥିଲେ । ଏହି ସମସ୍ତ ଗ୍ରାମ ଗୁଡିକର ବିଭିନ୍ନ ସଭାରେ ବିଧାୟକ ଶ୍ରୀ ମିଶ୍ର ବିଶେଷ କରି କୃଷକଙ୍କ ସମସ୍ୟା ଉପରେ ନିଜର ବକ୍ତବ୍ୟ ରଖିଥିଲେ । ଉପସ୍ଥିତ ଥିବା ଚାଷୀ, ବୃଦ୍ଧ, ବୃଦ୍ଧା ଓ ଜନସାଧାରଣଙ୍କ ଠାରୁ ସମସ୍ୟା ଶୁଣିବା ପରେ ସେ କହିଥିଲେ କେବଳ ରାଜ୍ୟରେ ନୁହେଁ କି ଆମ ଜିଲ୍ଲାରେ ନୁହେଁ ସାରା ଦେଶରେ କୃଷକ ଏବେ ସମସ୍ୟା ସହିତ ଯୁଛୁଛି । ରାଜ୍ୟ ବିଜେଡି ସରକାର ହେଉ କି କେନ୍ଦ୍ରର ବିଜେପି ହେଉ ସେମାନେ କେବଳ କୃଷକଙ୍କୁ ଠକି ·ଲିଛନ୍ତି । ନାମକୁ ମାତ୍ର ଯୋଜନା କରି ତାର ସୁଫଳ କୃଷକଙ୍କ ପାଖକୁ ପହଞ୍ଚୁଛି କି ନାହିଁ ସେ ବାବଦରେ ତାଙ୍କୁ ପଚାରିଲେ ତାର ଉତ୍ତର ତାଙ୍କର ପାଖରେ ନାହିଁ । ସାରା ଦେଶରେ କେବଳ କଂଗ୍ରେସ ଦଳ ହିଁ କୃଷକମାନଙ୍କ ପ୍ରତି ସମ୍ବେଦନଶୀଳ ବୋଲି ସେ କହିବା ସହ ଅତିତରେ ଯେତେ ବି ଋଣ ଛାଡ ହୋଇଛି କେବଳ କଂଗ୍ରେସ ଦଳ ହିଁ କରିଛି ବୋଲି ସେ ନିଜ ବକ୍ତବ୍ୟରେ କହିଥିଲେ । କେନ୍ଦ୍ର ତଥା ରାଜ୍ୟ ବର୍ତ୍ତମାନ ଲାଗୁ କରିଥିବା ଯୋଜନା କଂଗ୍ରେସ ଦଳର ଋଣ ଛାଡ ଏବଂ ଫସଲର ସର୍ବନିମ୍ନ ସହାୟକ ମୁଲ୍ୟର ବୃଦ୍ଧି ସହ କିଏ ବି ସମକକ୍ଷ ହୋଇପାରିବ ନାହିଁ । ଆମର ·ଷୀବନ୍ଧୁମାନେ ବୁଝିଯିବା ଦରକାର ଯେ କଂଗ୍ରେସ ଯେଉଁ ଯୋଜନା ଆଣିବ କୃଷକମାନେ ଅନେକ ପରିମାଣରେ ଲାଭବାନ ହେବେ ତେଣୁ ସେମାନେ କଂଗ୍ରେସ ଦଳ ସହିତ ନିଶ୍ଚୟ ରହିବେ ବୋଲି ନିଜ ଭାଷଣରେ କହି ଥିଲେ । ଆଜିର ଏହି କାର୍ଯ୍ୟକ୍ରମମାନଙ୍କରେ ବିଧାୟକଙ୍କ ସଚିବ ଟଙ୍କଧର ଗଡତ୍ୟା, ବିଧାୟକଙ୍କ ପ୍ରତିନିଧି କାନ୍ତେଶ୍ୱର ପ୍ରଧାନ, ନାରୀ ନେତ୍ରୀ ରେଣୁକା ପାତ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷ କୈଳାସ ତାଣ୍ଡି, ପପୁ ପାତ୍ର, ସମିତ ସାହୁ, କୁନା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

 

0
0
0
s2sdefault