ହେଡଲାଇନସ୍:

  ବିଜେଡିରେ ଯୋଗଦେଲେ ପାରଳା ଗଜପତିଙ୍କ ନାତୁଣୀ  ସୁଶ୍ରୀ କଲ୍ୟାଣୀ ଗଜପତି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ପୁଡ଼ାମାରି ରାଜା ବୀରକିଶୋର ଦେବ ଏବଂ ବଡ଼ଗଡ଼ ରାଜା କିଶୋର ଚନ୍ଦ୍ର ସିଂହଦେଓଙ୍କ ସହ ସହସ୍ରଧିକ  ସମର୍ଥକଙ୍କ ଯୋଗଦାନ 

ଭୁବନେଶ୍ୱର : ପାରଳାଖେମୁଣ୍ଡି ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ନାତୁଣି ସୁଶ୍ରୀ କଲ୍ୟାଣୀ ଗଜପତି, ପୁଡ଼ାମାରି ରାଜା ଶ୍ରୀ ବୀରକିଶୋର ଦେବ ଏବଂ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡିର ବଡ଼ଗଡ଼ ରାଜା ଉଦୟ ନାରାୟଣ ଦେବଙ୍କ ପୁତ୍ର ରାଜା କିଶୋର ଚନ୍ଦ୍ର ସିଂହଦେଓଙ୍କ ସହ ହଜାର ହଜାର ସମର୍ଥକ ଆନୁଷ୍ଠାନିକ  ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ।  ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗଦେଇଥିବାରୁ ଦଳର ସଭାପତି  ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ସ୍ୱାଗତ କରିବା ସହ ଖୁବ୍‍ ଆନନ୍ଦ ପ୍ରକାଶ କରିଥିଲେ । ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଆଗାମୀ ଦିନରେ ଦଳର ସଂଗଠନକୁ ମଜଭୁତ କରିବାରେ ସୁଶ୍ରୀ କଲ୍ୟାଣୀ ଗଜପତି, ଶ୍ରୀ ବୀରକିଶୋର ଦେବ ଓ ଶ୍ରୀ କିଶୋର ଚନ୍ଦ୍ର ସିଂହଦେଓ ସହାୟକ ହେବେ ।

ଏହି ଅବସରରେ ସୁଶ୍ରୀ କଲ୍ୟାଣୀ ଗଜପତି କହିଥିଲେ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ବହୁତ ଭଲ କାମ କରୁଛନ୍ତି । ଜନସାଧାରଣଙ୍କ ଆଶା ଓ ଭରସା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉପରେ ଅତୁଟ ରହିଛି । ସେଥିପାଇଁ ଆଜି ବିଜେଡିରେ ଯୋଗ ଦେବା ସହ ଆଗାମୀ ଦିନରେ ମୁଁ ଦଳ ପାଇଁ କାମ କରିବି । ସେହିପରି କିଶୋର ଚନ୍ଦ୍ର ସିଂହଦେଓ କହିଥିଲେ ଯେ ସ୍ଥାନୀୟ ଜନସାଧାରଣ ମୋତେ ନେଇକରି ଆସିଛନ୍ତି । ଗତ ୨୦ବର୍ଷ ହେଲା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟ କରିବାର ଶୈଳୀ ଓ ସ୍ୱଚ୍ଛ ଶାସନକୁ ଆମେ ଅନୁଭବ କରୁଛୁ । ତେଣୁ ଜନସାଧାରଣଙ୍କ ସେବା କରିବା କ୍ଷେତ୍ରରେ ବିଜୁ ଜନତା ଦଳ ଆମ ସମସ୍ତଙ୍କ ପାଇଁ ଏକ ଭଲ ମାଧ୍ୟମ ହେବ, ଏଥିରେ ସନେ୍ଦହ ନାହିଁ ।

ବରିଷ୍ଠ  ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଚନ୍ଦ୍ରଶେଖର ସାହୁ କହିଥିଲେ ଯେ ବିଜୁବାବୁଙ୍କ ସହ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ସଂପର୍କ ଥିଲା । ଆଜି ତାଙ୍କ ନାତୁଣି ବିଜେଡିରେ ମିଶିବା ଦ୍ୱାରା ଆଗରୁ ଥିବା ସଂପର୍କ ଆହୁରି ନିବିଡ଼ ହୋଇଯାଇଛି । ଏହା ନିଶ୍ଚିତ ରୂପେ ଜନସାଧାରଣଙ୍କ ଉପରେ ପ୍ରଭାବ ପକାଇବା ସହ ଦକ୍ଷିଣ ଓଡ଼ିଶାରେ ବିଜେଡି ଆହୁରି ଶକ୍ତିଶାଳୀ ହୋଇପାରିବ । ସେହିପରି ସାଂସଦ ସିଦ୍ଧାନ୍ତ ମହାପାତ୍ର କହିଥିଲେ ଯେ ଓଡ଼ିଶା ଗଠନରେ ଯେଉଁ ପରିବାରର ଅବଦାନ ଅତୁଳନୀୟ, ସେହି ପରିବାରର ଯିଏ ଦାୟାଦ  ସେ ଆଜି ବିଜୁ ଜନତା ଦଳରେ ଯୋଗଦେଇଛନ୍ତି, ଏହା ଆମ ପାଇଁ ସବୁଠାରୁ ଗର୍ବ ଓ ଗୌରବର ବିଷୟ ।

ସେହିପରି ପୋଲସରା ନିର୍ବାଚନ ମଣ୍ଡଳୀ ବୁଗୁଡ଼ା ବ୍ଲକର ୪୩ ନଂ ଜୋନ୍‍ କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥୀ ସୁନୀଲ କୁମାର ପାଢ଼ୀ ତାଙ୍କ ୩୦ଜଣ ସମର୍ଥକଙ୍କ ସହ ଆଜି ଆନୁଷ୍ଠାନିକ  ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ସାମିଲ ହୋଇଥିବା କଂଗ୍ରେସ କର୍ମୀଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ, ନାଏବ ସରପଞ୍ଚ, ୱାର୍ଡମେମ୍ବର ପ୍ରମୁଖ ଅନ୍ତର୍ଭୁକ୍ତ ।

ଆଜିର ଏହି କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେଡି ଉପ-ସଭାପତି ଚନ୍ଦ୍ରଶେଖର ସାହୁ, ସାନଖେମୁଣ୍ଡି ବିଧାୟିକା ନନ୍ଦିନୀ ଦେବୀ, ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ରାମଚନ୍ଦ୍ର ପଣ୍ଡା, ଗଜପତି ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

0
0
0
s2sdefault