ହେଡଲାଇନସ୍:

ଜଗମୋହନ ପ୍ରଧାନଙ୍କ ସହ ୨୫୦ରୁ ଉର୍ଦ୍ଧ୍ବ  ବିଜେପି କର୍ମୀ ବିଜେଡିରେ ଯୋଗଦେଲେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆଜି ଅନୁଗୁଳ ଜିଲ୍ଲା ପାଲଲହଡ଼ା ନିର୍ବାଚନ ମଣ୍ଡଳୀର ବରିଷ୍ଠ  ବିଜେପି ନେତା ଶ୍ରୀ ଜଗମୋହନ ପ୍ରଧାନଙ୍କ ନେତୃତ୍ୱରେ ୨୫୦ରୁ ଅଧିକ ସମର୍ଥକ ଓ ବିଜେପି କର୍ମୀ ନବୀନ ନିବାସରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆନୁଷ୍ଠାନିକ  ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।

 ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶ୍ରୀ ପ୍ରଧାନଙ୍କୁ ସ୍ୱାଗତ କରିବା ସହ କହିଥିଲେ ଯେ ଆଜି ବିଜେପିର ନେତା ଓ କର୍ମୀ ଆମ ଦଳରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି । ଏହି ଯୋଗଦାନ ପାଲଲହଡ଼ା ନିର୍ବାଚନ ମଣ୍ଡଳୀ ସହ ଅନୁଗୁଳ ଜିଲ୍ଲାରେ ବିଜୁ ଜନତା ଦଳର ଶକ୍ତି ବୃଦ୍ଧି ହେବାରେ ସହାୟକ ହେବ ।

ଏହି ଅବସରରେ ଶ୍ରୀ ପ୍ରଧାନ କହିଥିଲେ ଯେ ଆମେ ସମସ୍ତେ ମିଳିମିଶି ଦଳକୁ ଆଗକୁ ନେବୁ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଜନହିତକର ଓ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ସମସ୍ତ ଜନସାଧାରଣଙ୍କ ପାଖରେ କିପରି ପହଂଚିପାରିବ, ସେଥିପାଇଁ ନିଷ୍ଠାର ସହ କାର୍ଯ୍ୟ କରିବି ବୋଲି ଶ୍ରୀ ପ୍ରଧାନ କହିଥିଲେ ।

0
0
0
s2sdefault