ହେଡଲାଇନସ୍:

ଆଠଗଡ଼ରେ ଜଳିଲା କମଳ ଜ୍ୟୋତି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଆଠଗଡ : ଆଠଗଡ ନିର୍ବାଚନମଣ୍ଡଳୀର ବିଭିନ୍ନ ଜିଲ୍ଲାପରିଷଦ  ଜୋନ ଅନ୍ତର୍ଗତ ବିଭିନ୍ନ ପଂଚାୟତର ଗାଁ ଗାଁରେ ବୁଲି ଆଜି କମଳ ଜ୍ୟୋତି | କଟକ ଜିଲ୍ଲା ବିଜେପି କୋଷାଧ୍ୟକ୍ଷ ତଥା ଟାଣୁଆ ଯୁବ ନେତା ପ୍ରଦୀପ ଶାହଙ୍କ ନେତୃତ୍ୱରେ ଦଳର କର୍ମକର୍ତ୍ତାମାନେ ଆଠଗଡ ଜୋନ ୧ ଅନ୍ତର୍ଗତ ସଠିଲୋ ଗ୍ରାମ ପଂଚାୟତର ସଠିଲୋ ଗ୍ରାମରୁ ସହିଦ ଯବାନଙ୍କ ସ୍ମୃତିରେ ଆରମ୍ଭ କରିଥିଲେ ଏହି ସ୍ମୃତିଚାରଣ ତଥା ପ୍ରଦୀପ ପ୍ରଜ୍ଜ୍ଵଳନ ଯାତ୍ରା | ପ୍ରତି ଘରର ପିଣ୍ଡା ଆଗରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଦେଶ ପାଇଁ ସହିଦ ହୋଇଥିବା ଯବାନ ମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା |ଏହି କାର୍ଯ୍ୟକ୍ରମ ପ୍ରତି ଲୋକଙ୍କ ସମର୍ଥନ ମିଳୁଥିବା ବେଳେ ଅନେକ ଗ୍ରାମବାସୀ ଏଥିଲେ ସାମିଲ ହୋଇଥିଲେ | ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଶାହଙ୍କ ସହ ଦଳର ପ୍ରମୁଖ କର୍ମକର୍ତ୍ତା ଚନ୍ଦ୍ରଶେଖର ଭଗତ, ବିବେକାନନ୍ଦ ବେଉରା, ଦେବରାଜ ସ୍ବାଇଁ, ରଶ୍ମୀକାନ୍ତ ସ୍ବାଇଁ, କାଞ୍ଚନ ସ୍ବାଇଁ, କବିତା ସ୍ବାଇଁ ଓ ରଶ୍ମିତା ପାତ୍ର ପ୍ରମୁଖ ଏହି କମଳଜ୍ୟୋତି ପଦଯାତ୍ରାରେ ସାମିଲ ହୋଇଥିଲେ |

0
0
0
s2sdefault