ହେଡଲାଇନସ୍:

ବଦଳିଲେ ୩ ବ୍ଲକ ବିଜେଡି ସଭାପତି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର  : ପୂର୍ବର ସମସ୍ତ ଆଦେଶକୁ ବାତିଲ କରି ବିଜୁ ଜନତା ଦଳ ସଭାପତି ନବୀନ ପଟନାୟକ ତିନିଜଣ ବ୍ଲକ ବିଜେଡି ସଭାପତି ନିଯୁକ୍ତି ଦେଇଛନ୍ତି | ସଭାପତିଙ୍କ ଅନୁମୋଦନ କ୍ରମେ ଭଞ୍ଜନଗର ବ୍ଲକ ସଭାପତି ଭାବେ ଆଡଭୋକେଟ ରାଜେନ୍ଦ୍ର ପ୍ରଧାନଙ୍କୁ ନିଯୁକ୍ତି ଦିଆ ଯାଇଥିବା ବେଳେ କନ୍ଧମାଳ ଜିଲା କେ ନୂଆଗାଁ ବ୍ଲକ ସଭାପତି ଭାବେ ବାସୁଦେବ ପଣ୍ଡାଙ୍କୁ ନିଯୁକ୍ତି ମିଳିଛି |  ସେହିପରି କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ସଭାପତି ଭାବେ ରାଜେଶ ଦିଗଲଙ୍କୁ ନିଯୁକ୍ତି ଦିଆ ଯାଇଥିବା ଦଳର ସମ୍ପାଦକ ବିଜୟ ନାୟକ ସୂଚନା ଦେଇଛନ୍ତି |

  

 

 

0
0
0
s2sdefault