ହେଡଲାଇନସ୍:

ଓଡିଶାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଭୁଷୁଡି ପଡିଛି, ନବୀନ ବାବୁଙ୍କୁ ଏନେଇ କହିଲେ ବାଧୁଛି : -ଧର୍ମେନ୍ଦ୍ର ପ୍ରଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାଟ୍ରିକ୍ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ୍ ପ୍ରସଙ୍ଗରେ ମତ ରଖିଲେ କେନ୍ଦ୍ରମନ୍ତ୍ରୀ

ଓଡିଶାର ପିଲାମାନଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର,-ରାଜ୍ୟ ସରକାର ନିଜର ଅପାରଗତା ପାଇଁ ଓଡିଶାର ପିଲାମାନଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମାଟ୍ରିକ୍ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ୍ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡା ଭାଷାରେ ସମାଲୋଚନା କରିଛନ୍ତି ଶ୍ରୀ ପ୍ରଧାନ ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ସ୍କୁଲର ପାଚେରି ପାଖରେ ଅନେକ ଲୋକମାନେ କପି ଦେଉଛନ୍ତି, ସ୍କୁଲ ଭିତରକୁ ଅବାଧରେ ପ୍ରବେଶ କରୁଛନ୍ତି । ଯେଉଁ ସରକାରର ଶାସନ କରିବାର ଇଚ୍ଛା ଶକ୍ତି ନଥାଏ, ଏହାକୁ ଅପାରଗତା, ସ୍ଥାଣୁ, ସମ୍ବେଦନହାନ କୁହାଯାଏ । ଏ କଥା ଗୁଡିକ କହିଲେ ନବୀନ ସରକାରଙ୍କୁ ବାଧୁଛି । ଓଡିଶାର ପିଲା ମାନଙ୍କ ଭବିଷ୍ୟତ ସାଙ୍ଗରେ ନିଜର ଅପାରଗତା କାରଣରୁ ଖେଳୁଛନ୍ତି । ଆଜି ଓଡିଶାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଭୁଷୁଡି ପଡିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

0
0
0
s2sdefault