ହେଡଲାଇନସ୍:

ବଲାଙ୍ଗର ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେପି, କଂଗ୍ରେସ ଓ ଆପ୍‍ କର୍ମୀଙ୍କ ବିଜେଡିରେ ଯୋଗଦାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର :ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆଜି ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଟଣାଗଡ଼ ଏନ୍‍ଏସିର ପୂର୍ବତନ ଅଧ୍ୟକ୍ଷ, ଉପାଧ୍ୟକ୍ଷ, କାଉନ୍‍ସିଲରଙ୍କ ସମେତ ୧୦୦ରୁ ଊଦ୍ଧ୍ୱର୍ ବିଜେପି, କଂଗ୍ରେସ ଓ ଆମ୍‍ ଆଦମୀ ପାର୍ଟିର ନେତା ଓ କର୍ମୀ ନବୀନ ନିବାସରେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ପାଟଣାଗଡ଼ ଏନ୍‍ଏସିର ପୂର୍ବତନ ଅଧ୍ୟକ୍ଷ ତଥା ୨୦୧୪ ସାଧାରଣ ନିର୍ବାଚନରେ ଆପ୍‍ର ବିଧାୟକ ପ୍ରାର୍ଥୀ ସୁନୀଲ ଗୋଏଲ୍‍, ବିଜେପି ସମର୍ଥିତ  ପୂର୍ବତନ ଉପାଧ୍ୟକ୍ଷ ଶ୍ରୀମତୀ ଶାରଦା ଗୋଏଲ୍‍, ଶ୍ରୀମତୀ ଶାନ୍ତି ମେହେର, ପୂର୍ବତନ କାଉନ୍‍ସିଲର ସନ୍ୟାସୀ ବାଗ, ଗୁନମଣୀ ମେହେର, ଖେଡୁ ମାଝୀ, ବଲାଙ୍ଗୀର ଜିଲ୍ଲା ଯୁବମୋର୍ଚ୍ଚା ଉପ-ସଭାପତି ଲକ୍ଷ୍ମଣ ପୁଟେଲ୍‍, ୨୦୧୪ ସାଧାରଣ ନିର୍ବାଚନରେ ବିଏସ୍‍ପିର ବିଧାୟକ ପ୍ରାର୍ଥୀ ସଦାନନ୍ଦ ମହାନନ୍ଦ, ଅନୁସୂଚିତ ଜନଜାତି ନେତା ଭୋଜରାଜ ବରିହା, ଧର୍ମା ବରିହା, ଆର୍‍ଏସ୍‍ଏସ୍‍ ନେତା ପ୍ରମୋଦ ମେହେର, ପ୍ରେମ ମେହେର, ତୈଳିକ ସମାଜ ସଂଗଠକ ନଟବର ସ, ଯୁବ କଂଗ୍ରେସର ଗାନ୍ଧୀ ସାହୁ, କଣ୍ଟାବାଞ୍ଜି କଂଗ୍ରେସର ପୂର୍ବତନ ନଗର ସଭାପତି ସୁରଜିତ୍‍ ସିଂହ, ଆମ୍‍ ଆମଦୀ ପାର୍ଟି ଯୁବ ସାମ୍ମୁଖ୍ୟର ରାଜ୍ୟ ଉପ-ସଭାପତି ସନ୍ଦୀପ ରଥ ପ୍ରମୁଖ ଆଜି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆନୁଷ୍ଠାନିକ  ଭାବେ ଦଳରେ ସାମିଲ ହୋଇଛନ୍ତି ।

ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗଦେଇଥିବା ସମସ୍ତ କର୍ମୀଙ୍କୁ ମାନ୍ୟବର ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ସ୍ୱାଗତ କରିବା ସହ କହିଥିଲେ ଯେ ଆଜି ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ବିଜେପି, କଂଗ୍ରେସ ଓ ଆମ୍‍ ଆଦମୀ ପାର୍ଟିର କର୍ମୀମାନେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି । ଏହି ଯୋଗଦାନ ବଲାଙ୍ଗୀର ଜିଲ୍ଲା ସହ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ଶକ୍ତି ବୃଦ୍ଧି ହେବାରେ ସହାୟକ ହେବ ।

ଏହି ଅବସରରେ ଶ୍ରୀ ଗୋଏଲ୍‍ କହିଥିଲେ ଯେ ମୁଁ କଲେଜ୍‍ରେ ଛାତ୍ର ସଭାପତି ଥିବା ସମୟରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସହ କାମ କରିବାର ସୁଯୋଗ ମିଳିଥିଲା । ବର୍ତ୍ତମାନ ତାଙ୍କ ସୁପୁତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସହ କାମ କରିବାର ସୁଯୋଗ ମିଳିଥିବାରୁ ମୁଁ ଭାଗ୍ୟବାନ ମନେ କରୁଛି । ପାଟଣାଗଡ଼ ସହ ବଲାଙ୍ଗୀର ଜିଲ୍ଲାରେ କିପରି ବିଜୁ ଜନତା ଦଳ ଆହୁରି ଶକ୍ତିଶାଳୀ ହୋଇପାରିବ ସେଥିପାଇଁ ଆମେ ସମସ୍ତେ ଏକାଠି ହୋଇ କାମ କରିବୁ ।

ଉକ୍ତ ଯୋଗଦାନ କାର୍ଯ୍ୟକ୍ରମରେ ମନ୍ତ୍ରୀ ତଥା ପାଟଣଗଡ଼ ନିର୍ବାଚନ ମଣ୍ଡଳୀ ସହ ସଂଯୋଜକ ଶ୍ରୀ ସୁଶାନ୍ତ ସିଂହ, ଯୁବ ବିଜେଡି ଜିଲ୍ଲା ଉପ-ସଭାପତି ସରୋଜ ମେହେରଙ୍କ ସମେତ ବହୁ ଦଳୀୟ ପଦାଧିକାରୀ ଉପସ୍ଥିତ ଥିଲେ ।

0
0
0
s2sdefault