ହେଡଲାଇନସ୍:

ଚିଲିକା ବ୍ଲକ ଉପାଧ୍ୟକ୍ଷ, ସରପଞ୍ଚଙ୍କ ସହ ୫୦୦ରୁ ଉର୍ଦ୍ଧ୍ୱ ବିଜେପି କର୍ମୀ ବିଜେଡିରେ ଯୋଗଦେଲେ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର(ଶାସକ ପ୍ରଶାସକ) : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ନେତୃତ୍ୱରେ ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଜେପି ସମର୍ଥିତ ଚିଲିକା ବ୍ଲକ ଉପାଧ୍ୟକ୍ଷ, ବିଭିନ୍ନ ପଞ୍ଚାୟତର ବିଜେପି ସରପଞ୍ଚ, ପୂର୍ବତନ ସରପଞ୍ଚଙ୍କ ସମେତ ୫୦୦ରୁ ଊଦ୍ଧ୍ୱର୍ ବିଜେପି କର୍ମୀ ନବୀନ ନିବାସରେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ଚିଲିକା ବ୍ଲକ ଉପାଧ୍ୟକ୍ଷ ଉତ୍ପଳ କୁମାର ପାଇକରାୟ, ଅଙ୍କୁଲା ସରପଞ୍ଚ ଶ୍ରୀମତୀ ମମତା ପାଇକରାୟ, ବଉଳାବନ୍ଧ ସରପଞ୍ଚ ଦେବାଶିଷ ରଥ, ହରିପୁର ସରପଞ୍ଚ ପ୍ରଶାନ୍ତ କୁମାର ସ୍ୱାଇଁ, ଆୟତପୁର ସରପଞ୍ଚ ହରଶ ସେଠୀ, ହାଟବରଡିହିର ପୂର୍ବତନ ସରପଞ୍ଚ ଶ୍ରୀମତୀ ରୀନା ବେହେରା, ନିମିଖେତାର ପୂର୍ବତନ ସରପଞ୍ଚ ବାଉରୀବନ୍ଧୁ କେଇ, ବାଲୁଗାଁ କୋ-ଅପରେଟିଭ୍‍ ସୋସାଇଟି ସଭାପତି ଲଳିତ ମିଶ୍ରଙ୍କ ସମେତ ବିଜେପିର ବହୁ କର୍ମକର୍ତ୍ତା ଆଜି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆନୁଷ୍ଠାନିକ  ଭାବେ ଦଳରେ ସାମିଲ ହୋଇଛନ୍ତି ।

ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗଦେଇଥିବା ସମସ୍ତ କର୍ମୀଙ୍କୁ ମାନ୍ୟବର ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ସ୍ୱାଗତ କରିବା ସହ କହିଥିଲେ ଯେ ଆଜି ଚିଲିକା ନିର୍ବାଚନ ମଣ୍ଡଳୀର ବିଜେପି କର୍ମୀମାନେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି । ଏହି ଯୋଗଦାନ ଖୋର୍ଦ୍ଧା ଜିଲ୍ଲା ସହ ଚିଲିକା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ଶକ୍ତି ବୃଦ୍ଧି ହେବାରେ ସହାୟକ ହେବ ।

ସେହିପରି ବ୍ଲକ ଉପାଧ୍ୟକ୍ଷ ଶ୍ରୀ ପାଇକରାୟ କହିଥିଲେ ଯେ ଗତ ୩୦ବର୍ଷ ଧରି ଆମେ ବିଜେପି ପାଇଁ କାମ କରିଥିଲୁ । କିନ୍ତୁ ସେଠାରେ ବିଜେପି ଭିତରେ ଯେଉଁ ଏକଛତ୍ରବାଦୀ ଶାସନ ଚାଲିଲା, ସେଥିରେ ଅତିଷ୍ଠ  ହୋଇପଡିଥିଲୁ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖି ଓ ଜନକଲ୍ୟାଣ କାର୍ଯ୍ୟକ୍ରମରେ ଅନୁପ୍ରାଣିତ ହୋଇ ଆଜି ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଛୁ । ଶ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବା ଲକ୍ଷ୍ୟରେ ଆମେ ସମସ୍ତେ ଏକାଠି ହୋଇ କାମ କରିବୁ ବୋଲି ଶ୍ରୀ ପାଇକରାୟ କହିଥିଲେ ।

ଚିଲିକା ବ୍ଲକ ବିଜେଡି ସଭାପତି ଦେବେନ୍ଦ୍ର ସାମନ୍ତସିଂହାର, ବାଲୁଗାଁ ଏନ୍‍ଏସି ସଭାପତି ଭଗବାନ ପ୍ରଧାନ, ବାଣପୁର ଏନ୍‍ଏସି ସଭାପତି ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ସାଂସଦଙ୍କ ପ୍ରତିନିଧି ରମେଶ ମହାପାତ୍ର, ବାଣପୁର ଏନ୍‍ଏସି ପୂର୍ବତନ ଉପାଧ୍ୟକ୍ଷ ଦାସରଥି ସାହୁଙ୍କ ସମେତ ବହୁ ଦଳୀୟ ପଦାଧିକାରୀ ଉପସ୍ଥିତ ଥିଲେ ।

0
0
0
s2sdefault