ହେଡଲାଇନସ୍:

ବ୍ରଜରାଜନଗର ମୁହାଁ କିଶୋର !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

  ଅନୁପଙ୍କ ବିରୋଧରେ ଭୁବନେଶ୍ୱରରେ ଫେରାଦ

ଝାରସୁଗୁଡା( ବିକ୍ରମ କେଶରୀ ମହାପାତ୍ର) : ଶନିବାର ଦିନ  ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର କୁଳମଣି ଦାସ ଓ ପାର୍ବତୀ ବେହେରାଙ୍କ ନେତୃତ୍ୱରେ ପ୍ରାୟ ୧୦୦୦ ରୁ ଉର୍ଦ୍ଧ ବିଜୁ ଜନତା ଦଳର କର୍ମୀ ମାନେ ଅନୁପ ସାଏଙ୍କୁ ଟିକେଟ ନଦେବାକୁ ଦାବି ଧରି ନବୀନ ନିବାସରେ ପହଞ୍ଚି ଥିଲେ। ସେଠାରେ ନବୀନ ପଟ୍ଟନାୟକକୁ ଭେଟ ନ ପାଇବାରୁ ଏକ ଲିଖିତ ଅଭିଯୋଗ ନବୀନ ନିବାସରେ ଦେଇଛନ୍ତି।

୨୦୧୪ ମସିହାରେ ଅନୁପ ସାଏ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିଲେ । ବ୍ରଜରାଜ ନଗରରୁ ପ୍ରାର୍ଥୀ ମଧ୍ୟ ହୋଇଥିଲେ । କିନ୍ତୁ ବିଜେପିର ରାଧାରାଣୀ ପଣ୍ଡାଙ୍କ ଠାରୁ ପରାସ୍ତ ହୋଇଥିଲେ । ତା ପରଠୁ ନିର୍ବାଚନମଣ୍ଡଳିର ବିଜେଡିର ପୁରୁଣା କର୍ମୀଙ୍କୁ ସେ ଅଣଦେଖା କରୁଛନ୍ତି । କେବଳ ନିର୍ଦ୍ଦିଷ୍ଟ ଗୋଷ୍ଠୀ ସହ ସମ୍ପର୍କ ରଖିଛନ୍ତି । ତାଙ୍କ ଉପରେ ଝାରସୁଗୁଡା ଜିଲ୍ଲାର ବିଜେଡି କର୍ମୀମାନେ ଭରସା କରିପାରୁ ନାହାଁନ୍ତି ।

୨୦୧୯ ନିର୍ବାଚନରେ ଅନ୍ୟ କେହି ସ୍ଥାନୀୟ ଲୋକଙ୍କୁ ଟିକେଟ ଦେବା ପାଇଁ ଦାବିରେ ଉଲ୍ଲେଖ ରହିଛି । ଏ ସମ୍ପର୍କରେ ଝାରସୁଗୁଡାର ପୁରୁଖା ନେତା ତଥା ପଶ୍ଚିମ ଓଡିଶା ବିକାସ ପରିଷଦର ଅଧ୍ୟକ୍ଷ କିଶୋର ମହାନ୍ତି କହିଛନ୍ତି ଯେ, ନିର୍ବାଚନ ଆଗକୁ ଥିବାରୁ ଯିଏ ଯାହାର ସୁବିଧା ଅସୁବିଧା ଜଣାଉଛନ୍ତି । ଅନୁପ ସାଏ ବ୍ରଜରାଜନଗର ନିର୍ବାଚନମଣ୍ଡଳି କୌଣସି ବିଜେଡି କର୍ମୀଙ୍କ ସହ ଭଲ ସମ୍ପର୍କ ରଖିନାହାଁନ୍ତି ବୋଲି ଅଭିଯୋଗ କରିବାକୁ କିଛି କର୍ମୀ ଓ କର୍ମକର୍ତ୍ତା ନବୀନ ନିବାସ ଯାଇଥିଲେ ବୋଲି କିଶୋର ସ୍ବୀକାର କରିଛନ୍ତି ।

ସୂଚନାଯୋଗ୍ୟ ଯେ, ନବ ଦାସ ଗତ ଜାନୁଆରୀ ମାସରେ ବିଜେଡିରେ ଯୋଗ ଦେବାପରେ ଜିଲ୍ଲା ବିଜେଡିରେ ହଲଚଲ ସୃଷ୍ଟ ହୋଇଛି ।  ପୂର୍ବତନ ବାଚସ୍ପତି ତଥା ପଶ୍ଚମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ କିଶୋର ମହାନ୍ତି କହିଛନ୍ତି ଯେ, ଦୀର୍ଘ ଦିନ  ହେଲା ବ୍ରଜରାଜ ନଗରର କେହି ଆଂଚଳିକ ବ୍ୟକ୍ତିଙ୍କୁ ପ୍ରର୍ଥୀ  କରାଯାଇ ନାହିଁ । ତେଣୁ ଲୋକଙ୍କ ଭିତରେ ଉତ୍ତେଜନା ଦେଖାଯାଉଛି . ।

ତେବେ ଅସଲରେ କିଶୋର ହିଁ ବ୍ରଜରାଜନଗର ଆସନ ଉପରେ ଆଖି ପକାଇଥିବା ଆଲୋଚନା ହେଉଛି । କାରଣ ନବ ଦାସ ବିଜେଡିରେ ଯୋଗ ଦେବାପରେ କିଶୋର ମହାନ୍ତିଙ୍କୁ ଝାରସୁଗୁଡା ଆସନ ପାଇଁ ଟିକେଟ ମିଳିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ତେଣୁ କିଶୋର ମହାନ୍ତି ବ୍ରଜରାଜ ନଗର ପାଇଁ ଯୋଜନା କରୁଥିବା କୁହାଯାଉଛି । ହେଲେ ନବୀନ ବାବୁ କଣ ଅନୁପଙ୍କ ନିରାଶ କରି କିଶୋରଙ୍କ ବ୍ରଜରାଜନଗରରେ ଥଇଥାନ କରିବେ, ଏକହିବାକୁ ବାକି ରହିଲା | 

 

 

 

 

0
0
0
s2sdefault