ହେଡଲାଇନସ୍:

ପିସିସି ଉପସଭାପତିଙ୍କ ନେତୃତ୍ୱରେ କଂଗ୍ରେସ ପକ୍ଷରୁ ସନ୍ଦେଶ ପଦଯାତ୍ରା

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବଡଚଣାରୁ ପ୍ରଫୁଲ୍ଲ କୁମାର ସାହୁ : ବଡଚଣା କଂଗ୍ରେସ ପକ୍ଷରୁ ଆୟୋଜିତ ହୋଇଥିବା ସନ୍ଦେଶ  ପଦଯାତ୍ରାରେ ପିସିସି ଉପସଭାପତି ଶୁଭେନ୍ଦୁ ମହାନ୍ତିଙ୍କ ନେତୃତ୍ୱରେ ବଡଚଣା ବ୍ଲକ ଅନ୍ତର୍ଗତ ସମିଆ ପଞ୍ଚାୟତ ର ଵିଲ୍ୱ ମାଲ୍ୟାଣୀ  ଠାକୁରାଣୀ ଙ୍କ ମନ୍ଦିର ନିକଟରୁ ଆରମ୍ଭ ହୋଇଥିଲା ଏହି ସଂଦେଶ ପଦଯାତ୍ରାରେ ସମିଆ,  ଚମ୍ପାପୁର,  କଳକଳା,  ଦେହୁରୀଗଡା, ଭାଲୁମରା,  କୋହ୍ଲା,  ପୁର୍ଣ୍ଣଚନ୍ଦ୍ରପୁର,ରାଇଝର ଦେଇ ଶାଳପଡା ନିକଟସ୍ଥ ବଡଶିଳା ଠାରେ ଉଦଯାପିତ ହୋଇଥିଲା | ଜନସାଧାରଣଙ୍କୁ କଂଗ୍ରେସର ଇସ୍ତାହାର ସମ୍ପର୍କରେ  ଅଵଗତ କରାଯାଇଥିଲା | ଜୋନ କଂଗ୍ରେସ ସଭାପତି ବିବେକ ରଞନ ସୁବୁଦ୍ଧି ଓ କଳକଳା  ରାଜା ସାହେବ ଉଜ୍ଜ୍ୱଳ ପ୍ରଦୀପ ନାରାୟଣ ବିଦ୍ୟାଧର ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା | 

 ଏହି ପଦଯାତ୍ରାରେ ପୁର୍ବତନ ଜିଲ୍ଲାପରିଷଦ ସଭ୍ୟ ଅଜୟ ସାମଲ, ପ୍ରାକ୍ତନ କଂଗ୍ରେସ  ଵ୍ଲକ ସଭାପତି ଫକିର ମୋହନ ବଳ, ଜିଲ୍ଲା କଂଗ୍ରେସ ଉପସଭାପତି ରତିକାନ୍ତ ପ୍ରଧାନ, ଜିଲ୍ଲା ମତ୍ସ୍ୟଜୀବୀ  କଂଗ୍ରେସ ଅଧ୍ୟକ୍ଷ ଏକାଦଶୀ ସେଠି, ଜିଲ୍ଲା କଂଗ୍ରେସ ସେବାଦଳ ଅଧ୍ୟକ୍ଷ  ଶ୍ରୀକାନ୍ତ ମଲ୍ଲିକ ଜିଲ୍ଲା କଂଗ୍ରେସ ସଂପାଦକ ଅନନ୍ତ ପରିଡା,  ପ୍ରଭାକର ଦାସ,  ଅନିଲ କୁମାର ଧିର, ଗଙ୍ଗାଧର ଦାସ, ଅଶୋକ ସାମଲ, ଫକିର ଚରଣ ସାହୁ, ପାଣ୍ଡବ ମହନ୍ତ ପ୍ରମୁଖ ଶତାଧିକ କର୍ମୀ ଯୋଗଦେଇଥିଲେ | 

0
0
0
s2sdefault