ହେଡଲାଇନସ୍:

ସ୍ବାଧୀନ ବିଧାୟକ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ଦାଖଲପାଇଁ ପ୍ରସ୍ତୁତ ବୈଠକ :ଉଦ୍ଘାଟିତ ହେଲା କାର୍ଯ୍ୟାଳୟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ନିଳ ଦୀପ-ଦିନକୁ ଦିନ ସ୍ୱାଧୀନ ପ୍ରାର୍ଥୀ ଭାବେ ପଦ୍ମପୁର ନିର୍ବାଚନମଣ୍ଡଳୀରେ ଆବିର୍ଭାବ ହୋଇଥବା ଯୁବ ନେତା ରାଜୁ ଘିବେଲାଙ୍କୁ ପ୍ରତ ଜଣ ସମର୍ଥନ ବଢ଼ିବାରେ ଲାଗିଛି |ତେଣୁ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସ୍ବାଧୀନ ବିଧାୟକ ପ୍ରାର୍ଥୀ ଶ୍ରୀ ଘିବେଲାଙ୍କ ପ୍ରାର୍ଥୀପତ୍ର ଦାଖଳ ପାଇଁ ନିଜ ସମର୍ଥକ ମାନଙ୍କୁ ନେଇ କୄଷକ ନେତା ଘନଶ୍ୟାମ ଶାହାଙ୍କ ସଭାପତିତ୍ୱରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ବ୍ଳକ ସ୍ତରୀୟ ଯାଦବ ସମାଜର ସଭାପତି ଶ୍ରୀ କେଶବ ଜାଲ ଯୋଗଦେଇ ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରି ଆଗାମୀ ସାଧାରଣ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଳ ସମୟରେ ୧୫୦୦୦ ସମର୍ଥକଙ୍କ ସମାଗମ କରିବା ତଥା ବିପୁଳ ମାତ୍ରାରେ ମତଦାନ କରି ବିଜୟୀ କରିବାକୁ ଆହ୍ବାନ ଦେଇଥିଲେ । ପୂର୍ବତନ ବିଶ୍ବହିନ୍ଦୁ ପରିଷଦର ସଭାପତି ଶ୍ରୀ ଜୟନାରାୟଣ ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶ୍ରୀ ଘିବେଲାଙ୍କ ନିର୍ବାଚନ ଅଫିସକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ଏବଂ ଆଗାମୀ ନିର୍ବାଚନରେ ଘିବେଲାଙ୍କୁ ୧୦୦୦୦ ଭୋଟ ବ୍ୟବଧାନରେ ବିଜୟୀ କରିବା ପାଇଁ କର୍ମୀ ମାନଙ୍କୁ ଉଦବୋଧନ ଦେଇଥିଲେ ।

 

0
0
0
s2sdefault