ହେଡଲାଇନସ୍:

ଝାରସୁଗୁଡାରେ ବଢୁଛି ନିର୍ବାଚନୀ ଉଷ୍ମତା, ଟିକଟ ପାଇଁ ଆଶାୟୀ ଏକାଧିକ ନେତା 

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ଝରସୁଗୁଡା(ବିକ୍ରମ କେଶରୀ ମହାପାତ୍ର)

ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନେତାମାନେ ମଧ୍ୟ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏବଂ ତାଙ୍କ ପାଖରେ ରହିବା ପାଇଁ ବିଭିନ ପ୍ରୟାସ ବି କରୁଛନ୍ତି। ସବୁ ଦଳର ଆଶାୟୀ ପ୍ରାର୍ଥୀମାନେ ଭୋଟରଙ୍କ ନିକଟତର ହେବାରେ ଲାଗି ପଡ଼ିଛନ୍ତି । କିଏ କେଉଁଠି କ୍ରିକେଟ ଟୁର୍ଣ୍ଣାମେଣ୍ଟ କରୁଛି ତ କିଏ କେଉଁଠି ଦଳୀୟ ସମାବେଶ କରୁଛି । ସେଥିପାଇଁ ଗାଁ ଗାଁରେ ହେଇ ସାରିଲାଣି ଭୋଜି ଭାତର ଆୟୋଜନ । ଏଥିପାଇଁ ତିନି ପ୍ରମୁଖ ଦଳ କେହି ପଛରେ ପଡ଼ିବାକୁ ଚାହୁଁନାହାନ୍ତି ।ଏହି ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ୨୦୧୯ ତିନି ପ୍ରମୁଖ ଦଳର ଆଶାୟୀ ପ୍ରାର୍ଥୀ । ଖୁବଶୀଘ୍ର ଟିକେଟ ଘୋଷଣା ହେବାକୁ ଥିବା ବେଳେ ଆଶାୟୀ ମାନେ ସେତିକି ଲୋକଙ୍କ ନିକଟତର ହେବାରେ ଲାଗିଛନ୍ତି । ଝରସୁଗୁଡା ଜିଲ୍ଲାରେ ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଅଛି । ସାରା ଓଡ଼ିଶାରେ ୨୦୧୪ ନିର୍ବାଚନରେ ନବୀନ ହାୱା ଥିବା ସତ୍ତ୍ୱେ ଝରସୁଗୁଡାରେ ପରିସ୍ଥିତି ଓଲଟା ଥିଲା । ଝରସୁଗୁଡା ନିର୍ବାଚନ ମଣ୍ଡଳୀରୁ ନବ ଦାସ ବିଜୟୀ ହୋଇଥିବା ବେଳେ, ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ  ରାଧାରାଣୀ ପଣ୍ଡା ବିଜୟୀ ହୋଇଥିଲେ।କିନ୍ତୁ ଏଥର ଝରସୁଗୁଡା ନିର୍ବାଚନ ମଣ୍ଡଳୀର ସମୀକରଣ  ଓଲଟି ଯାଇଛି | ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଏବେ ଗୋଟାଏ ଶିବିରରେ | ଝାରସୁଗୁଡା ବିଧାୟକ ନବ ଦାସ କଂଗ୍ରେସ ଛାଡି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ଏବଂ ଅବଧି ଶେଷ ହେବା ପୂର୍ବରୁ ସେ ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି ।୨୦୧୯ରେ ସେ ବିଜେଡି ଟିକେଟରେ ଲଢ଼ିବାକୁ  ସେ ଆଶାବାଦୀ | ସେଥିପାଇଁ ସେ ଝାରସୁଗୁଡାର ବିଭିନ୍ନ ବ୍ଲକରେ କର୍ମୀ ସମିଳନୀମାନ ଆୟୋଜନ କରୁଛନ୍ତି । ଗତ ପଞ୍ଚ।ୟତ ନିର୍ବାଚନରେ କଂଗ୍ରେସ ଦବ ଦବା ଏଠି ରହିଥିଲା |  ଜିଲାର ୯ ଟି ଜିଲା ପରିଷଦ ଜୋନରୁ ୮ ଟି ରେ କଂଗ୍ରେସ ଅକ୍ତିଆର କରିଥିଲ। | କିନ୍ତୁ ବର୍ତ୍ତମାନ ପରିସ୍ଥିତି ଓଲଟା | ନବ ଦାସ ବିଜେଡିରେ ଯୋଗଦାନ କଲାପରେ ସମସ୍ତ ନିର୍ବାଚିତ ସଦସ୍ୟ ମଧ୍ୟ ବିଜେଡିରେ ଯୋଗଦାନ କରିଛନ୍ତି । ତେବେ ପାରମ୍ପରିକ କଂଗ୍ରେସ ଭୋଟର ଏହାକୁ ସହଜରେ ଗ୍ରହଣ କରିନାହାଁନ୍ତି । ଏଣୁ କଂଗ୍ରେସରେ ଏନା ଠୁ ବହୁ ଆଶାୟୀଙ୍କ  ଲମ୍ବା ଧାଡି ଦେଖିବାକୁ ମିଳିଛି । ସବୁଠୁ ଆଗରେ ଅଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ହେମାନନ୍ଦ ବିଶ୍ବାଳ, ପୂର୍ବତନ ବିଧାୟକ ଶ୍ରୀ ବିରେନ ଚନ୍ଦ୍ର ପାଣ୍ଡେ ଆଉ ମଧ୍ୟ କଂଗ୍ରେସର କିଛି  ନେତା ଟିକେଟ ପାଇବା ପାଇଁ ଭୁବନେଶ୍ୱରରେ ଲବି କରୁଥିବା ଶୁଣିବାକୁ ମିଳୁଛି ।ହେଲେ ଏତିରେ ବିଜେପି ର ନେତା ଭି କେହି ପଛରେ ନାହାନ୍ତି ଏବେ ବିଜେଡି ପରେ କାହାର ଲମ୍ବା ଧାଡି ଦେଖିବାକୁ ମିଳିଛି | ହେଲେ ତାହା ବିଜେପି ପାଖରେ ସୁନ୍ଦରଗଡର ପୂର୍ବତନ ବିଧାୟକ ସୁଷମା ପଟେଲ, ଜିଲା ବିଜେପି ନେତା ଦିନେଶ ଜୈନ, ଦୀପକ ପଟେଲ ଆଉ ଅନ୍ୟ ନେତାମାନେ ମଧ୍ୟ ଆଶାୟୀ  ବିଜେପି ଟିକେଟ ପାଇଁ ଆସଇ ଅଛନ୍ତି। ହେଲେ ଏ ସବୁ ହାଇକମାଣ୍ଡଙ୍କ ଉପରେ ନିର୍ଭରଶୀଳ ବୋଲି ଖୋଦ ଆଶାୟୀ ମାନେ କହିଛନ୍ତି |

 

0
0
0
s2sdefault