ହେଡଲାଇନସ୍:

୧୭ରେ ଉତ୍ତର ଓଡିଶା ବୁଥ୍ ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ : ଗୁରୁମନ୍ତ୍ର ଦେବେ ରାଜନାଥ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଭଦ୍ରକ/ସତ୍ୟଭୂଷଣ ସ୍ୱାମୀ : ଭଦ୍ରକର ରାଣୀତାଲ ଠାରେ ଆସନ୍ତା ୧୭ ତାରିଖ ଉତ୍ତର ଓଡି ବୁଥ୍ ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆ ଯାଇଛି । ଏହି କାର୍ଯ୍ୟକର୍ତ୍ତା ସମ୍ମିଳନୀରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଯୋଗ ଦେଇ ଦଳୀୟ ବୁଥ୍ ସ୍ତରର କାର୍ଯ୍ୟକର୍ତ୍ତାଙ୍କୁ ଆଗାମୀ ୨୦୧୯ ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେବେ । ଜିଲ୍ଲା ବିଜେପି ସଭାପତି ବଦ୍ରିନାରାୟଣ ଧଳଙ୍କ ପୌରୋହିତ୍ୟରେ ବିଜେପି ଜିଲ୍ଳା କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ରାଜ୍ୟ ଉପସଭାପତି ବିଷ୍ଣୁ ସେଠୀ ଯୋଗ ଦେଇ କେନ୍ଦ୍ର ମନ୍ତ୍ରୀଙ୍କ ଏହି ଗସ୍ତର ସମସ୍ତ ବିବରଣୀ ପ୍ରଦାନ କରିଥିଲେ । କେନ୍ଦ୍ରମନ୍ତ୍ରୀ ରାଣୀତାଲ ଠାରେ ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଓ ମୟୁରଭଂଜ ସଂସଦୀୟ କ୍ଷେତ୍ରର ସମସ୍ତ ବୁଥ୍ ତଦୁର୍ଦ୍ଧ ଅନୁ୍ୟନ୍ୟ ୫୦ ହଜାରରୁ ଉଦ୍ଧ୍ୱର୍ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବେ । ଏଥିରେ ଏହି ୪ଟି ସଂସଦୀୟ କ୍ଷେତ୍ରର ୭୨୨୪ଟି ବୁଥର ସଭାପତି, ବୁଥ୍ ପ୍ରଭାରୀ, ସମସ୍ତ ଶକ୍ତିକେନ୍ଦ୍ର ପ୍ରମୁଖ, ସହପ୍ରମୁଖ ଓ ପ୍ରଭାରୀ, ମଣ୍ଡଳ ଓ ଜିଲ୍ଲା ପଦାଧିକାରୀ ଏବଂ କାର୍ଯ୍ୟକାରିଣୀ ସଦସ୍ୟ, ୭ଟି ମୋର୍ଚ୍ଚାର ଜିଲ୍ଳା ଓ ମଣ୍ଡଳ ସ୍ତରୀୟ କାର୍ଯ୍ୟକର୍ତ୍ତା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଓ ବରିଷ୍ଠ ନେତୃବୃନ୍ଦ ଯୋଗ ଦେବେ । କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ପ୍ରଥମେ ବାସୁଦେବପୁରର ଇରମ ଠାରେ ପହଞ୍ଚି ଶହିଦମାନଙ୍କୁ ଶହିଦ ସ୍ତମ୍ଭରେ ଶ୍ରଦ୍ଧା ସୁମନ ଅର୍ପଣ କରି ସେଠାରୁ ଭଦ୍ରକାଳୀ ପୀଠକୁ ଯିବେ । ପୀଠରେ ପୂଜାର୍ଚ୍ଚନା ସାରି ରାଣୀତାଲ ଠାରେ ଅନୁଷ୍ଠିତ ହେବାକୁ ଥିବା ସମ୍ମିଳନୀରେ ଯୋଗ ଦେବେ । ଏହି ସମ୍ମିଳନୀରେ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହଙ୍କ ସହିତ ଅନ୍ୟତମ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଧାୟକ ଦଳର ନେତା କନକ ବର୍ଦ୍ଧନ ସିଂହଦେଓ, ରାଜ୍ୟ ପ୍ରଭାରୀ ଅରୁଣ ସିଂ, କେନ୍ଦ୍ର ସଂଗଠନ ସହସଂପାଦକ ସୌଦାନ ସିଂଙ୍କ ସମେତ ବହୁ କେନ୍ଦ୍ର ଓ ରାଜ୍ୟ ନେତୃମଣ୍ଡଳୀ ଯୋଗ ଦେବେ ବୋଲି ସମ୍ମିଳନୀରେ କୁହା ଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଡାକ୍ତର ପ୍ରଦିପ ନାୟକ, ଶରତ ଦାସ, ପ୍ରଭାତ ଜେନା, ଶରତ ପଢିଆରୀ, ତପନ ମହାନ୍ତି, ରାଜୀବ ମହାନ୍ତି, ମନସ୍ମିତା ଖୁଣ୍ଟିଆ, ଅଧର ମଲ୍ଲିକ, ଭାଷ୍କର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault