ହେଡଲାଇନସ୍:

ନୀରଜ କୁନ୍ଦନ ଏନଏସୟୁଆଇର ରାଷ୍ଟ୍ରୀୟ ସଭାପତି ନିଯୁକ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରର ଫାୟାରବ୍ରାଣ୍ଡ ଛାତ୍ରନେତା ନୀରଜ କୁନ୍ଦନ ଏନଏସୟୁଆଇ ବା ଅଖିଳ ଭାରତ ଛାତ୍ର କଂଗ୍ରେସର ସଭାପତି ନିଯୁକ୍ତ ହୋଇଛନ୍ତି |  କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କୁନ୍ଦନଙ୍କର ଏହି ନୂତନ ନିଯୁକ୍ତିକୁ ଅନୁମୋଦନ କରିଥିବା ବିଷୟ ଦଳର ମହାସଚିବ କେ ସି ବେଣୁଗୋପାଳ ଏକ ପ୍ରେସ ବିଜ୍ଞପ୍ତିରେ ଉଲ୍ଲେଖ କରିଛନ୍ତି |  ଏହି ନୂତନ ନିଯୁକ୍ତି ପୂର୍ବରୁ କୁନ୍ଦନ ଏନଏସୟୁଆଇର ଜାତୀୟ ସମ୍ପାଦକ ଭାବେ କାର୍ଯ୍ୟକରୁଥିଲେ | ୨୦୧୩ରେ  ତାଙ୍କୁ  ଜାମୁ କାଶ୍ମୀର ଏନଏସୟୁଆଇର ସଭାପତି ଭାବେ ନିଯୁକ୍ତି ମଧ୍ୟ ଦିଆଯାଇଥିଲା | 

0
0
0
s2sdefault