ହେଡଲାଇନସ୍:

କଂଗ୍ରେସର କେନ୍ଦ୍ରୀୟ ସ୍କି୍ରନିଂ କମିଟିର ଓଡିଶା ଗସ୍ତ ଆସନ୍ତା ୧୩ରେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

- ବିଭିନ୍ନ ଲୋକସଭା ନିର୍ବାଚନ ମଣ୍ଡଳୀ ଯାଇ ପ୍ରାର୍ଥୀ ଚୟନ ପାଇଁ ମତାମତ ସଂଗ୍ରହ କରିବ କମିଟି 

ଭୁବନେଶ୍ୱର,- ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ପ୍ରାର୍ଥୀ ଚୟନ ସଂପର୍କରେ ମତାମତ ଓ ତଥ୍ୟ ସଂଗ୍ରହ ନିମନ୍ତେ ନିଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ କେନ୍ଦ୍ରୀୟ ସ୍କି୍ରନିଂ କମିଟିର ଅଧ୍ୟକ୍ଷ ଶ୍ରୀ ଭି.ଡି. ସଥୀସାନ ଓ ସଦସ୍ୟ ଶ୍ରୀ ନୌସାଦ ସୋଲାଙ୍କି ଚଳିତ ମାସ ୧୩ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଓଡିଶା ଗସ୍ତରେ ଆସୁଛନ୍ତି ବୋଲି ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି ଶ୍ରୀ ଅନନ୍ତ ପ୍ରସାଦ ସେଠୀ ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି ।

ଶ୍ରୀ ସୋଲାଙ୍କି ୧୩ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ କୋରାପୁଟ ଜିଲ୍ଲା ଜୟପୁର ଠାରେ ଅବସ୍ଥାନ କରିବେ । ୧୩ ତାରିଖ ସକାଳ ୯ଟା ୩୦ ଠାରୁ ୧୧-କଳାହାଣ୍ଡି ଓ ୧୨-ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ଏହା ଅନ୍ତର୍ଗତ ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଚୟନ ସଂପର୍କରେ ଏହି ସମସ୍ତ କ୍ଷେତ୍ର ଅନ୍ତର୍ଗତ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି, ଜିଲ୍ଲା କଂଗ୍ରେସ ସଭାପତି / କାର୍ଯ୍ୟକାରୀ ସଭାପତି, ଜିଲ୍ଲା ପରିଷଦ ଜୋନ କଂଗ୍ରେସ ସଭାପତି, ପିସିସି ସଭ୍ୟ, ଏଆଇସିସି ସଭ୍ୟ, ସାଂସଦ / ପୂର୍ବତନ ସାଂସଦ, ବିଧାୟକ / ପୂର୍ବତନ ବିଧାୟକ, ଜିଲ୍ଲା ଦାୟିତ୍ୱରେ ଥିବା ପିସିସି କର୍ମକର୍ତା, ପ୍ରଭାରୀ ଓ ସହ-ପ୍ରଭାରୀ, କାଉନସିଲର, ପୂର୍ବତନ କାଉନ୍ସିଲର, ଜିଲ୍ଲା ପରିଷଦ ସଭ୍ୟ ଓ ପୂର୍ବତନ ସଭ୍ୟମାନଙ୍କୁ ଭେଟି ପ୍ରାର୍ଥୀ ଚୟନ ସଂପର୍କରେ ମତାମତ ଓ ତଥ୍ୟ ସଂଗ୍ରହ କରିବେ । ସେହିପରି ଶ୍ରୀ ସୋଲାଙ୍କି ୧୪ ତାରିଖ ଦିନ ୨୧-କୋରାପୁଟ ଓ ୨୦-ବ୍ରହ୍ମପୁର ଲୋକସଭା ଏବଂ ଏହା ଅନ୍ତର୍ଗତ ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀ ଏବଂ ୧୫ ତାରିଖ ଦିନ ୧୯-ଆସ୍କା ଲୋକସଭା ଏବଂ ଏହା ଅନ୍ତର୍ଗତ ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀର ଉପରୋକ୍ତ ବର୍ଗର ନେତୃବୃନ୍ଦମାନଙ୍କୁ ଭେଟି ମତାମତ ଓ ତଥ୍ୟ ସଂଗ୍ରହ କରିବେ ।

ସେହିଭଳି ଅଧ୍ୟକ୍ଷ ଶ୍ରୀ ସଥୀସାନ ଭୁବନେଶ୍ୱର କଂଗ୍ରେସ ଭବନ ଠାରେ ୧୩ ତାରିଖ ସକାଳ ୯ଟା ୩୦ ମିନିଟ୍ ଠାରୁ ୧୮-ଭୁବନେଶ୍ୱର ଲୋକସଭା ଓ ୧୪-କଟକ ଲୋକସଭା ଓ ଏହା ଅନ୍ତର୍ଗତ ସମସ୍ତ ବିଧାନସଭା, ୧୪ ତାରିଖ ଦିନ ୧୭-ପୁରୀ ଲୋକସଭା ଓ ୧୬-ଜଗତସିଂହପୁର ଲୋକସଭା ଓ ଏହା ଅନ୍ତର୍ଗତ ସମସ୍ତ ବିଧାନସଭା ଏବଂ ୧୫ ତାରିଖ ଦିନ ୧୫-କେନ୍ଦ୍ରାପଡା ଲୋକସଭା ଓ ୯-ଢେଙ୍କାନାଳ ଲୋକସଭା ଏବଂ ଏହା ଅନ୍ତର୍ଗତ ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀର ଉପରୋକ୍ତ ବର୍ଗର ନେତୃବୃନ୍ଦମାନଙ୍କୁ ଭେଟି ମତାମତ ଓ ତଥ୍ୟ ସଂଗ୍ରହ କରିବେ ବୋଲି ଶ୍ରୀ ସେଠୀ ପ୍ରକାଶ କରିଛନ୍ତି ।

ନିର୍ଦ୍ଧାରିତ ତାରିଖ ଓ ସ୍ଥାନରେ ସଂପୃକ୍ତ ଲୋକସଭା ଓ ବିଧାନସଭା ନିର୍ବାଚନ ମଣ୍ଡଳୀର ଉପରୋକ୍ତ ନେତୃବୃନ୍ଦ ଆଲୋଚନାରେ ଅଂଶଗ୍ରହଣ କରିବାକୁ ଶ୍ରୀ ସେଠୀ ଅନୁରୋଧ କରିଛନ୍ତି ।

 

 

0
0
0
s2sdefault