ହେଡଲାଇନସ୍:

ରାଷ୍ଟ୍ରୀୟ ସାମାଜିକ ନ୍ୟାୟ ମଞ୍ଚ ଅଧ୍ୟକ୍ଷଙ୍କ ସହ ହଜାର ହଜାର କର୍ମୀ ବିଜେଡିରେ ଯୋଗଦେଲେ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ଆଜି ରାଷ୍ଟ୍ରୀୟ ସାମାଜିକ ନ୍ୟାୟ ମଞ୍ଚର ଅଧ୍ୟକ୍ଷ ଆଡଭୋକେଟ୍‍ ମାନସ ଦାସ, ସାମାଜିକ କର୍ମୀ ଶ୍ରୀମତୀ ସୁଜାତା ମାନସ, ମଞ୍ଚର ସମସ୍ତ ଜିଲ୍ଲାରେ ଥିବା ଶାଖା ନେତୃବୃନ୍ଦ ଏବଂ ସଦସ୍ୟ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ  ଯୋଗଦାନ ସମାରୋହରେ  ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆନୁଷ୍ଠାନିକ  ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶ୍ରୀ ଦାସ ଏବଂ ତାଙ୍କ ସମର୍ଥକଙ୍କୁ ସ୍ୱାଗତ କରିବା ସହ କହିଥିଲେ ଯେ ଆଜି ମୁଁ ବହୁତ ଖୁସି । ଏହି ଯୋଗଦାନ ବିଜୁ ଜନତା ଦଳର ଶକ୍ତି ବୃଦ୍ଧି ହେବାରେ ସହାୟକ ହେବ ।

ଏହି ଅବସରରେ ଭୁବନେଶ୍ୱର-ଉତ୍ତର ବିଧାୟକ ଶ୍ରୀ ପ୍ରିୟଦର୍ଶୀ ମିଶ୍ର କହିଥିଲେ ଯେ ଶ୍ରୀ ଦାସଙ୍କ ସହିତ ସାମାଜିକ ନ୍ୟାୟରେ ବିଶ୍ୱାସ କରୁଥିବା ହଜାର ହଜାର ସମର୍ଥକ ଆଜି ବିଜେଡିରେ ଯୋଗ ଦେଇଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ଯୋଜନା ଏବଂ ସାମାଜିକ ନ୍ୟାୟ ପ୍ରଦାନ କ୍ଷେତ୍ରରେ ସର୍ବ ଶ୍ରେଷ୍ଠ  ଦଳ ବିଜୁ ଜନତା ଦଳ ପ୍ରତି ଆକୃଷ୍ଟ ହୋଇ ଆଜି ଶ୍ରୀ ଦାସଙ୍କ ସହିତ ତାଙ୍କର ହଜାର ହଜାର ସମର୍ଥକ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱକୁ ସ୍ୱୀକାର କରିଛନ୍ତି । ଆଗାମୀ ଦିନରେ ରାଷ୍ଟ୍ରୀୟ ସାମାଜିକ ନ୍ୟାୟ ମଞ୍ଚର କର୍ମକର୍ତ୍ତାମାନେ ଓଡ଼ିଶାକୁ ଏକ ଶକ୍ତିଶାଳୀ ରାଜ୍ୟ ଭାବେ ପରିଗଣିତ କରିବା ପାଇଁ ବିଜୁ ଜନତା ଦଳ ସହିତ ମିଶି କାର୍ଯ୍ୟ କରିବେ ବୋଲି ଶ୍ରୀ ମିଶ୍ର କହିଥିଲେ ।

ଶ୍ରୀ ଦାସ କହିଥିଲେ ଯେ ଉକ୍ରଳ ମାଟି ପାଇଁ ଆମର ଦରଦ ନିହାତି ଆସିବା ଦରକାର । ବିଜେଡି ହେଉଛି ଏପରି ଏକ ଆଞ୍ଚଳିକ ଦଳ, ଯିଏ ଓଡ଼ିଶା ପାଇଁ ଚିନ୍ତା କରୁଛି । ତେଣୁ ପ୍ରଥମେ ରାଜ୍ୟ ପାଇଁ ଚିନ୍ତା କରୁଥିବା ଦଳକୁ ମୁଁ ପସନ୍ଦ କରି ଆଜି ବିଜୁ ଜନତା ଦଳରେ ଯୋଗ ଦେଇଛି ।

ଆଜିର ଏହି କାର୍ଯ୍ୟକ୍ରମରେ ପୂର୍ବତନ ଅନନ୍ତ ନାରାୟଣ ଜେନାଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

0
0
0
s2sdefault