ହେଡଲାଇନସ୍:

ଛି ଛି ଛି ଛି ,,,,,,ଖାକି ବର୍ଦ୍ଦିରେ ଲାଗିଲା କଳଙ୍କ ଛିଟା !!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଅପହୃତା ନାବାଳିକା ଛାତ୍ରୀଙ୍କୁ ସୁରକ୍ଷା ଦେବା ବଦଳରେ ପୋଲିସ ଅଧିକାରୀଙ୍କ ଅସଦାଚରଣ ଅଭିଯୋଗ ।

ସୋହେଲା(ଶାସକପ୍ରଶାସକ)-ବରଗଡ ଜିଲାରେ ଜନୈକା ଦଶମ ଶ୍ରେଣୀର ଛାତ୍ରୀଙ୍କୁ ଅପହରଣ ଓ ସୋହେଲା ଥାନାର ଜନୈକ ପୋଲିସ ଏଏସଆଇଙ୍କ ଭଡାଘରେ ରଖି ଦୁଷ୍କର୍ମ କରିବା ଓ ଏହି ଘଟଣାରେ ଉକ୍ତ ପୋଲିସ ଅଧିକାରୀ ସଂପୃକ୍ତ ଥିବା ଅଭିଯୋଗ ହୋଇଛି । ଏନେଇ ମେଲଛାମୁଣ୍ଡା ଥାନାରେ କେଶ ନମ୍ବର ୧୫/୧୯ରେ ଆଇପିସିର ଧାରା ୩୬୩,୩୬୬,୩୭୬ ଓ ପୋକ୍ସୋ ଆକ୍ଟର ଧାରା ୬ ଅନୁସାରେ ଏକ ମାମଲା ରୁଜୁ ହୋଇଛି । ପୋଲିସ ଅଭିଯୁକ୍ତ ମେଲଛାମୁଣ୍ଡାର ଯୁବକଙ୍କୁ ସୋହେଲା ଥାନାରେ ଅଟକ ରଖି ତଦନ୍ତ କରୁଛି । ମେଲଛାମୁଣ୍ଡା ଥାନାରେ ଥାନା ଅଧିକାରୀ ନଥିବାରୁ ଘଟଣାର ତଦନ୍ତ ସୋହେଲା ପୋଲିସ କରୁଛି । ଆଜି ସଂଧ୍ୟାରେ ପିଡୀତା ଛାତ୍ରୀଙ୍କୁ ବରଗଡ ଡାକ୍ତରଖାନାରେ ଡାକ୍ତରୀ ମାଇନା କରାଯାଇଛି ।  ପୋଲିସ ନିକଟରେ ପିଡୀତାଙ୍କ ବାପା ଦେଇଥିବା ଲିଖିତ ଅଭିଯୋଗ ଅନୁସାରେ ମେଲଛାମୁଣ୍ଡା ଥାନା ନିକଟସ୍ଥ ମାମୁଁଘର ଗ୍ରାମରେ ରହି ନିକଟସ୍ଥ ହାଇସ୍କୁଲରେ ଦଶମ ଶ୍ରେଣୀରେ ପଢୁଥିବା ତାଙ୍କ ଝିଅ ଗତ ୮ତାରିଖ ଶୁକ୍ରବାର ସକାଳ ସାଢେ ୬ଟାରେ ଟିଉସନ ହେବା ପାଇଁ ନିକଟସ୍ଥ ଦିପ୍ତୀପୁରକୁ ଯାଇଥିଲେ । କିନ୍ତୁ ନାବାଳିକା ୯ଟା  ପର୍ଯ୍ୟନ୍ତ  ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରି ନ ପାଇ ମେଲଛାମୁଣ୍ଡା ଥାନାରେ ଘଟଣା ସଂପର୍କରେ ପୋଲିସକୁ ଜଣାଇଥିଲେ । ଏ ନେଇ ଥାନାରେ ରିପୋର୍ଟ କରିବାରୁ ପୋଲିସ ଏକ ଅପହରଣ ମାମଲା ରୁଜୁ କରି ଖୋଜାଖୋଜି କରିଥିଲା । ଗତକାଲି (ଶନିବାର) ରାତି ୮ଟାରେ ମେଲଛାମୁଣ୍ଡା ପୋଲିସ ଝିଅକୁ ସୋହେଲାରୁ ଉଦ୍ଧାର କରି ପରିବାର ଲୋକଙ୍କୁ ଜିମା ଦେଇଥିଲା । ଘରକୁ ପହଂଚିବା ପରେ ପରିବାର ଲୋକେ ଝିଅକୁ ଘଟଣା ସଂପର୍କରେ ପଚାରି ବୁଝିବାରୁ ଝିଅ ସମସ୍ତ ଘଟଣା ଘରେ କହିଥିଲା । ଘର ଲୋକଙ୍କୁ ଝିଅ କହିଥିବା ଅନୁସାରେ ଗତ ୮ତାରିଖ ସକାଳେ ମେଲଛାମୁଣ୍ଡା ଗ୍ରାମର ଜଣେ ଯୁବକ ନାବାଳିକା ଝିଅକୁ ଏକ ବାଇକରେ ବସାଇ ସୋହେଲାକୁ  ଆଣି ଥିଲେ ।  ଅଭିଯୁକ୍ତ ଯୁବକ ସୋହେଲା ଥାନା ଆଗରେ ବାଇକ ରଖି  ଥାନାକୁ ଯାଇ  ଜନୈକ ଏଏସଆଇଙ୍କ ଠାରୁ ତାଙ୍କ ଭଡା ଘରର ଚାବି ଆଣଥିଲା ଓ ଝିଅକୁ ସେଠାକୁ ନେଇ ଦୁଷ୍କର୍ମ କରିବା ପରେ ଝିଅକୁ ଉକ୍ତ ଘରେ ରଖି ବାହାରୁ ତାଲା ମାରି ଦେଇ ମେଲଛାମୁଣ୍ଡା ଫେରିଯାଇଥିଲା । ଏହାପରେ ଥାନାର ଏଏସଆଇ ସଂଧ୍ୟାରେ ଭଡାଘରକୁ ଆସି ଝିଅର ମୁହଁରେ କପଡା ବାନ୍ଧି ଏକ ସ୍କୁଟିରେ ବସେଇ ଥାନା ପରିସରରେ ଥିବା ଏକ କୋଠରୀକୁ ଆଣିଥିଲେ ଏବଂ ଝିଅକୁ କୋଠରୀରେ ରଖି ବାହାରୁ ତାଲା ପକାଇ ଥାନାକୁ ଚାଲି ଯାଇଥିଲେ । ରାତିରେ ଏଏସଆଇ ଖାଇପିଇ ଆସିଥିଲେ ଓ ନାବାଳିକାକୁ ଆପତି ଜନକ ବ୍ୟବହାର କରିଥିଲେ ବୋଲି ଝିଅର ବାପା ଲିଖିତ ଅଭିଯୋଗ କରିଛନ୍ତି । ଆପତି ଜନକ ବ୍ୟବହାର ଯୋଗୁଁ ନାବାଳିକା ଜଣକ ବେହୋସ ହୋଇ ଯାଇଥିଲେ । ରାତିସାରା ସେହି କୋଠରୀରେ କଣ କଣ ଘଟିଛି ତାର ସଠିକ ତଥ୍ୟ ଜଣାପଡି ନାହିଁ । ଶନିବାର ଦିନ ପ୍ରାୟ ୧୨ଟାରେ ସଂପୃକ୍ତ ପୋଲିସ ଅଧିକାରୀ  ଏକ ବସରେ ନାବାଳିକାକୁ ବରଗଡକୁ ପଠେଇ ଦେଇଥିଲେ । ନାବଳିକା ଜଣକ ବରଗଡରେ ଥିବା ବେଳେ ସଂଧ୍ୟାରେ ତାଙ୍କୁ ଫୋନକରି ତୋର ବାପା ମାଆ ବହୁତ କାନ୍ଦୁଛନ୍ତି ତୁ ଫେରି ଆ ବୋଲି କହିଥିଲେ । ନାବଳିକା ଜଣକ ସଂଧ୍ୟାରେ ଏକ ବସରେ ସୋହେଲା ଥାନା ଛକରେ ପହଂଚିବା ସମୟରେ ପୂର୍ବରୁ ଆସି ଅପେକ୍ଷା କରିଥିବା ମେଲଛାମୁଣ୍ଡା ପୋଲିସ ନାବାଳିକାକୁ ଧରି ମେଲଛାମୁଣ୍ଡାକୁ ନେଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା ।  ଏହି ଘଟଣାରେ ନାବଳିକାଙ୍କ ବାପା ଲିଖିତ ଅଭିଯୋଗ କରିଛନ୍ତି ଯେ ଏହି ଘଟଣାର ଅଭିଯୁକ୍ତ ଯୁବକ ସୋହେଲା ଥାନାର ଏଏସଆଇ ମିଶି ଅପହରଣ ଓ ଦୁଷ୍କର୍ମ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ସଂପୃକ୍ତ ପୋଲିସ ଅଧିକାରୀ ଏହା ପୂର୍ବରୁ ମେଲଛାମୁଣ୍ଡା ଥାନାରେ କାର୍ଯ୍ୟରତ ଥିଲେ । ସେଠାରୁ ବଦଳି ହୋଇ ଆସି ଏବେ ସୋହେଲା ଥାନାରେ କାର୍ଯ୍ୟରତ ଅଛନ୍ତି । କେଉଁ ଆଧାରରେ ଅପହର୍ତା ଜଣକ ଜଣେ ପୋଲିସ ଅଧିକାରୀଙ୍କ ସହିତ ଯୋଗାଯୋଗ କରି ତାଙ୍କ ଭଡାଘରେ ନାବାଳିକାକୁ ଦୁର୍ଷ୍କମ କଲା ? ଅଭିଯୁକ୍ତର ଦୁଷ୍କର୍ମ କରିବାର ଥିଲା ତ ସେ ଅନ୍ୟଆଡେ ନେଇ ସେହି କୁକର୍ମ କରିପାରିଥାନ୍ତା କିନ୍ତୁ ସେ କାହିଁକି ଜଣେ ପୋଲିସ ଅଧିକାରୀଙ୍କ ଭଡାଘରେ ଏପରି କାମ କରିବାର ସାହସ କରିପାରିଲା ? ଅପହର୍ତାଙ୍କ ସହିତ  ପୋଲିସ ଅଧିକାରୀ  ସଂପର୍କ କଣ?  ଏହି ଅପହରଣ ଓ ଦୁଷ୍କର୍ମ ଘଟଣାରେ ପୋଲିସ ଅଧିକାରୀଙ୍କ କି ଭୂମିକା ରହିଛି ? ଜଣେ ଦାୟିତ୍ୱ ସଂପନ୍ନ ପୋଲିସ ଅଧିକାରୀ ହୋଇ ନାବାଳିକାକୁ ସୁରକ୍ଷା ଦେବା ସହିତ ମେଲଛାମୁଣ୍ଡା ପୋଲିସକୁ କିଛି ନ ଜଣାଇ କାହିଁକି ନାବାଳିକାକୁ ରାତି ସାରା ଏକ କୋଠରୀ ମଧ୍ୟରେ ରଖିଲେ ? ସଂପୃକ୍ତ ପୋଲିସ ଅଧିକାରୀଙ୍କ ଭୂମିକାକୁ ନେଇ ଏପରି ଅନେକ ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି? ଏପରି ଲଜ୍ଜାଜନକ ଘଟଣା ବରଗଡ ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି । ଏବେ ଅଭିଯୁକ୍ତକୁ ସୋହେଲା ଥାନାରେ ଅଟକ ରଖି ଅଧିକ ପଚରାଉଚୁରା କରୁଛି । ଅଟକ ଅଭିଯୁକ୍ତ ଓ  ଏଏସଆଇ ବାବୁଙ୍କ ଡାକ୍ତରୀ ମାଇନା ଏପର୍ଯ୍ୟନ୍ତ କରାଯାଇ ନାହିଁ । ସଂପୃକ୍ତ ପୋଲିସ ଏଏସଆଇ ପ୍ରତି ପୋଲିସ କିପ୍ରକାର କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଛି । 

0
0
0
s2sdefault