ହେଡଲାଇନସ୍:

ନବୀନ ସରକାରର କାଳରେ ଅତ୍ୟାଚାର ଶୋଷଣ ପିସି କାରବାର ଓ ନାରୀ ନିର୍ଯ୍ୟାତନା ବହୁଳ ବଢିଛି : ଜୁଏଲ 

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ବିଜେପିର ବିଧାନସଭା ସ୍ତରୀୟ କର୍ମୀ ସମ୍ମିଳନୀ

ନୂଆପଡ଼ା(ଅମିତ କୁମାର ପୁରୋହିତ )

ସ୍ଥାନୀୟ ପୁଲିସ ପଡିଆ ଠାରେ ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀସ୍ତରୀୟ ବିଜେପିକର୍ମୀ ସମ୍ମିଳନୀ ଅନୁଷ୍ଠିତ  ହୋଇଯାଇଛି । ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଆଦିବାସୀ କଲ୍ୟାଣ ବେପାର ମନ୍ତ୍ରୀ ଜୁଏଲ ଓରାମ ଯୋଗଦେଇଥିବା ବେଳେ ସ୍ଥାନୀୟ ବିଧାୟକ ତଥା ବିଜେପି ରାଜ୍ୟ ସଭାପତି ବସନ୍ତ କୁମାର ପଣ୍ଡା, ସଂଖ୍ୟାଲଘୁ ରାଜ୍ୟ ସଭାପତି ଶେଖ ମହତାବ ଭାଇ, ଆଦିବାସୀ ମୋର୍ଚ୍ଚା ରାଜ୍ୟ ଉପସଭାପତି ଖାମ ସିଂ ମାଝୀ, ଅନୁସୂଚିତ ଜାତି ମୋର୍ଚ୍ଚା ଉପସଭାପତି ମନିଜର ଆର୍ଯ୍ୟ, ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟ ଯଦୁମଣି ପାଣିଗ୍ରାହୀ, ଅତିନ୍ଦ୍ରଜି ସିଂ ମଲ୍ଲିକ, ଜିଲ୍ଲା ସାଧାରଣ ସମ୍ପାଦକ ସୁଶାନ୍ତ ପତି, ଉପସଭାପତି ବସନ୍ତ ସିଂ ଠାକୁର, ଗୋଲଡି ଅଗ୍ରୱାଲ,ଶଶିଭୂଷଣ ପୁରୋହିତ ପ୍ରମୁଖ ମଚଂସୀନ ଥିଲେ । ମନ୍ତ୍ରୀ ଶ୍ରୀ ଓରାମ ବିଜେଡି ସରକାର ବଦଲାଇବା ମର୍ମରେ ଭାଷଣ ଦେଇ ନବୀନ ସରକାରର କାଳରେ ଅତ୍ୟାଚାର ଶୋଷଣ ପିସି କାରବାର, ଲାଚଂ କାରବାର ନାରୀନିର୍ଯ୍ୟାତନା ବହୁଳ ଭାବେ ବଢିଚାଲିଛି । ସମସ୍ତ ଶିକ୍ଷକ, ଶ୍ରମିକ, ଯୁବକ ସଂକଳ୍ପ ନେଇ ପରିବର୍ତନ ର ଜବାବ ମାଗୁଛନ୍ତି ବୋଲି କହିଥିଲେ । କାର୍ଯ୍ୟକ୍ରମକୁ ମଣ୍ଡଳ ସଭାପତି  ପ୍ରଦୀପ ମହାପାତ୍ର ସଂଚାଳନ କରିଥିବା ବେଳେ ମୁରଲିଧର ସୁନା, ତୁଲସ ପଟେଲ ,ଅଭିନନ୍ଦନ ପଣ୍ଡା, ସଦାନନ୍ଦ ଯୋଷୀ ସହେଯାଗ କରିଥିଲେ । ଖାମ ସିଂ ମାଝି ଧନ୍ୟବାଦ ଅର୍ପଣ କରିଥିଲେ । ବିଧାନ ସଭା ନିର୍ବାଚନ ମଣ୍ଡଳୀ ର ସମସ୍ତ ମଣ୍ଡଳ ସଭାପତି ,ଶକ୍ତିକେନ୍ଦ୍ର, ବୁଥସ୍ତରିୟ କର୍ମକାର୍ତ୍ତା, ମହିଳା କର୍ମୀ ମାନେ ଯୋଗ ଦେଇଥିଲେ । ପରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ଓରାମ କେନ୍ଦ୍ର ସରକାରଙ୍କ ଲୋକଭିମୁଖି ଯୋଜନା ଗୁଡିକ ପ୍ରଚଳନ କରାଯାଇଛି । ହେଲେ ରାଜ୍ୟସରକାର କେତେଗୁଡିଏ ଯୋଜନା କୁ କାର୍ଯ୍ୟକାରୀ କରୁନଥିବାରୁ କ୍ଷୋଭ ପ୍ରକାଶ କରି ଓଡିଶାର ଜନସାଧାରଣ କଂଗ୍ରେସ କୁ ବିଜେଡି ସରକାରକୁ ଦେଖି ସାରିଲେଣି  ଏଥର ମିଶନ ୧୨୦ରେ ବିଜେପି ଜିତାପଟ ମାରି ଓଡିଶାରେ ସରକାର ଗଢିବ ବୋଲି ଦୃଢୋକ୍ତି ର ସହ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଧାୟକ ବସନ୍ତ ପଣ୍ଡା, ଖାମସିଂ ମାଝୀ, ଯଦୁମଣି ପାଣିଗ୍ରାହୀ ଉପସ୍ଥିତ ଥିଲେ ।

0
0
0
s2sdefault