ହେଡଲାଇନସ୍:

ଶେଷ ଲଢେଇ ଲଢ଼ିବେ ପ୍ରଭାତ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବାଙ୍କୀ(ଶାସକ ପ୍ରଶାସକ) : ଦଳ ଭିତରେ କାହାକୁ ଟିକଟ ମିଳିବ ନମିଳିଵ ତାହାକୁ ନେଇ ନାନା ଗୁଜବ ଆଲୋଚନା ଶୁଣିବାକୁ ମିଳୁଥିବା ବେଳେ ଆସନ୍ତା ବିଧାନସଭା ନିର୍ବାଚନ ବାଙ୍କିରୁ ଲଢ଼ିବା ନିଶ୍ଚିତ ବୋଲି ସ୍ପଷ୍ଟ କରି ଦେଇଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀ | ଲୋକଙ୍କ ମତକୁ ସମ୍ମାନ ଜଣାଇ ସେ ଏଥର ଶେଷଥର ପାଇଁ ବାଙ୍କିରୁ ଲଢ଼ିବେ ଓ ନିଶ୍ଚୟ ବିଜୟ ଲାଭ କରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ପ୍ରଭାତ | 

ଚିଟଫଣ୍ଡକୁ ନେଇ ରାଜନୈତିକ ମହଲରେ ବିବାଦୀୟ ହୋଇ ପଡ଼ିଥିଲେ ବି ପ୍ରଭାତ ନିଜ ନିର୍ବାଚନ ମଣ୍ଡଳୀରେ  ତାଙ୍କ ଲୋକପ୍ରିୟତା ବଜାୟ ରଖିବାରେ ସକ୍ଷମ ହୋଇଛନ୍ତି | ବିରୋଧୀ ଦଳର ବ୍ୟାପକ ଅପପ୍ରଚାର ସତ୍ତ୍ୱେ ଗତ ପଞ୍ଚାୟତିରାଜ ନିର୍ବାଚନରେ ତାଙ୍କ ନିର୍ବାଚନମଣ୍ଡଳୀରେ ଆସୁଥିବା ୬ଟି ଯାକ ଜ଼ିଲ୍ଲା ପରିଷଦ ଆସନ ହାତେଇ ସେ ପ୍ରମାଣିତ କରି ଦେଇଛନ୍ତି  ଯେ ତାଙ୍କ ପ୍ରତି ତାଙ୍କ ନିର୍ବାଚନମଣ୍ଡଳୀ ବାସୀଙ୍କ ସମର୍ଥନ ରହିଛି | ସେ ଏଥର ଶେଷଥର ପାଇଁ ଲଢ଼ିବେ ବୋଲି କହିବା ସହିତ ସୂଚାଇ ଦେଇଛନ୍ତି ଯେ ବାଙ୍କୀ ନିର୍ବାଚନ ମଣ୍ଡଳୀରେ ନବୀନ ପଟନାୟକ ପ୍ଲସ ଶଙ୍ଖ ଚିହ୍ନ ପ୍ଲସ ପ୍ରଭାତ ତ୍ରିପାଠୀ ୮୫୦୦୦ ଭୋଟ | ଯଦି ଦଳ କିଛି ଭିନ୍ନ ନିଷ୍ପତ୍ତି ନିଏ ବା ଏହି ତିନୋଟି କଡ଼ିରୁ ଗୋଟିଏ ଏପଟ ସେପଟ ହୋଇଯାଏ ତେବେ ଭୋଟ ଫଳ କିଛି ଭିନ୍ନ ହୋଇପାରେ ବୋଲି ସେ ପରୋକ୍ଷରେ କହିଛନ୍ତି | 

ସବୁ ବାଦ ବିବାଦ ସତ୍ତ୍ୱେ ଓଡିଶା ରାଜନୀତିରେ ପ୍ରଭାତ ତ୍ରିପାଠୀ ଜଣେ ଟାଣୁଆ ରାଜନେତା ଓ ଜଣେ ଦକ୍ଷ ସଂଗଠକ | ଯୁବ ସଂଗଠନର ମୁଖିଆ ଭାବେ ହେଉ କି ବିଧାୟକ ଭାବେ ହେଉ, ସେ ଜଣେ ସୁ ସଂଗଠକ ଭାବେ ନିଜକୁ ପ୍ରମାଣିତ କରିଛନ୍ତି | ପ୍ରବାଦ ପୁରୁଷ  ବିଜୁ ବାବୁଙ୍କ ନିର୍ଦ୍ଦେଶରେ ରାଜନୀତିରେ ପାଦ ଦେଇଥିବା ପ୍ରଭାତ ୧୯୯୫ରେ ପ୍ରଥମଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ିଥିଲେ | ବାଙ୍କୀ ଗାନ୍ଧୀ ତଥା ଓଡିଶା ସମବାୟ ଆନ୍ଦୋଳନର ପ୍ରବର୍ତ୍ତକ ଭାବେ ଜଣାଶୁଣା ଟାଣୁଆ କଂଗ୍ରେସ ନେତା ଡ଼ ଯୋଗେଶ ରାଉତଙ୍କୁ ସେ ୧୯୯୫ ବିଧାନସଭା ନିର୍ବାଚନରେ ୨୪୦୦ ଭୋଟରେ ପରାଜିତ କରି ବିଧାନସଭାକୁ ନିର୍ବାଚିତ ହୋଇ ଥିଲେ | ବାଙ୍କୀ ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ସେ ନିଜର ଜନସମ୍ପର୍କ ଓ କାର୍ଯ୍ୟ ମାଧ୍ୟମରେ ଲୋକଙ୍କ ମଧ୍ୟରେ ଅଧିକ ଗ୍ରହଣୀୟ ହୋଇ ପାରିଥିଲେ | ଯାହାର ଏହାର ପରିଣାମ ସ୍ୱରୂପ ସେ ୨୦୦୦ ନିର୍ବାଚନରେ ୨୧୦୦୦ ଭୋଟରେ କଂଗ୍ରେସ ଟାଣୁଆ ଯୁବ ନେତା ଦେବାଶିଷ ପଟ୍ଟନାୟକଙ୍କୁ ପରାସ୍ତ କରିଥିଲେ | କିନ୍ତୁ ୨୦୦୪ ମସିହାରେ ତାଙ୍କୁ ପରାଜୟର ସ୍ୱାଦ ଚାଖିବାକୁ ପଡିଥିଲା | ସେ କଂଗ୍ରେସ ଟାଣୁଆ ନେତା ଡ଼ ଦେବାଶିଷ ପଟନାୟକଙ୍କ ଠାରୁ ପ୍ରାୟ ୧୧୦୦ ଭୋଟରେ ପରାଜିତ ହୋଇଥିଲେ | ପରଜୟ ପରେ ବି ଲୋକଙ୍କ ଭିତରେ ଥିଲେ ପ୍ରଭାତ ଓ ଦଳୀୟ ସଙ୍ଗଠନକୁ ମଜଭୁତ କରିବାରେ ଲାଗି ପଡ଼ିଥିଲେ | ଯାହାର ପରିଣାମ ସ୍ୱରୂପ ୨୦୦୯ରେ ସେ କଂଗ୍ରେସ ନେତା ଦେବାଶିଷଙ୍କୁ ପ୍ରାୟ ୨୪୦୦୦ ଭୋଟରେ ହରାଇଥିଲେ | ୨୦୧୪ରେ ବରିଷ୍ଠ କଂଗ୍ରେସ ନେତା ରବୀନ୍ଦ୍ର ମଲ୍ଲିକଙ୍କୁ ୪୪୦୦୦ରୁ ଅଧିକ ଭୋଟରେ ହରାଇ  ନିଜ ସାଙ୍ଗଠନିକ ଦକ୍ଷତା ପ୍ରମାଣିତ କରିବା ସହ ବାଙ୍କୀର ବିଜେଡିର ଅବିକଳ୍ପ ନେତା ଭାବେ ପ୍ରତିପାଦିତ କରିଥିଲେ | ତାଙ୍କ ପାଇଁ ଗ୍ରହଣ ଭାବେ ଗ୍ରାସିଥିଲା ଚିଟଫଣ୍ଡ ସ୍କାମ | ବିଜେଡିର ତଳୁ ଉପର ଯାଏ ଅନେକ ନେତା ଅଫିସରଙ୍କ ନାମ ଚିଟ ଫଣ୍ଡରେ ଶୁଣାଯାଉଥିଲା ବେଳେ ପ୍ରଭାତ ଏହି ଜାଲରେ ଛନ୍ଦି ହୋଇ ଜେଲ ଯାଇଥିଲେ | ପ୍ରଭାତ ବିଶ୍ୱାଳ ଚିଟଫଣ୍ଡ ଦୁର୍ନୀତିରେ ଛନ୍ଦି ହୋଇଥିବା ବେଳେ ଦଳ ତାଙ୍କ ସୁରକ୍ଷାରେ ବାହାରିଥିବା ବେଳେ ପ୍ରଭାତ ତ୍ରିପାଠୀଙ୍କ ହାତ ଛାଡି ଦେଇଥିଲା ବିଜେଡି  ଜେଲ ଗଲାବେଳେ |  ହେଲେ ପ୍ରଭାତଙ୍କ ପଛରେ ଖୁଣ୍ଟ ଭଳି ଠିଆ ହୋଇଥିଲେ ତାଙ୍କ ନିର୍ବାଚନମଣ୍ଡଳୀର କର୍ମୀ ଓ ଜଣ ସାଧାରଣ | ସହସ୍ରଧିକ ସଂଖ୍ୟାରେ କର୍ମୀ ଓ ନେତା ଭୁବନେଶ୍ୱର ଆଉ ନବୀନ ନିବାସ ଦଳର ନେତାଙ୍କୁ ନିକଟରେ ପ୍ରଭାତଙ୍କ ସମର୍ଥନରେ ଠିଆ ହୋଇଥିଲେ | ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଜେଲରୁ ମୁକୁଳିବା ପରେ ଭୁବନେଶ୍ୱରରୁ ବାଙ୍କିକୁ ରାଲି ହେଉ କି ପ୍ରତିଷ୍ଠା ଦିବସରେ ତାଙ୍କ ଶକ୍ତି ପ୍ରଦର୍ଶନ ହେଉ, ପ୍ରଭାତ ନିଜ ଲୋକ ସମ୍ପର୍କ, ନିର୍ବାଚନମଣ୍ଡଲୀବାସୀଙ୍କ ପାଇଁ କରିଥିବା କାମ ହେଉ ଦେଖେଇଦେଇଥିଲେ ଯେ ବାଙ୍କୀ ବିଜେଡିର ସେ ଅବିକଳ୍ପ ନେତା | ଦଳ ତାଙ୍କ ହାତ ଛାଡି ଦେଇଥିଲେ ବି ପ୍ରଭାତ ଦଳ ବିରୋଧରେ ପଦେ ମୁହଁ ଖୋଲି ନଥିଲେ | ଆଉ ଯେଉଁଥିପାଇଁ ଦଳର ସଭାପତିଙ୍କ ପୁନଃ ଆସ୍ଥାର ପାତ୍ର ହେବ ସହ ସଂଗଠନ ଦକ୍ଷତାକୁ ପ୍ରତିପାଦିତ କରିଥିଲେ ଜିଲ୍ଲା ପରିଷଦ ନିର୍ବାଚନରେ | ବିରୋଧୀ ଦଳର ଟାର୍ଗେଟରେ ବାଙ୍କୀ ନିର୍ବାଚନ ମଣ୍ଡଳୀ ରହିଥିବା ବେଳେ ପ୍ରଭାତ ତାଙ୍କ ସାଙ୍ଗଠନିକ ଦକ୍ଷତା ବଳରେ ବିରୋଧୀ ଦଳକୁ ଖାତା ଖୋଲିବାକୁ ସୁଯୋଗ ଦେଇନଥିଲେ | 

ବିଜେଡି ମହଲରେ ମିଳୁଥିବା ଖବର ଅନୁଯାୟି କିଛି ବିବାଦୀୟ ହୋଇ ପଡିଥିବା ନେତାଙ୍କୁ ଏଥର ଟିକେଟ ଦିଆଯାଇନପାରେ | ସେପଟେ ପ୍ରଭାତଙ୍କ ସମର୍ଥକ ମାନଙ୍କ କହିବା ଅନୁଯାୟୀ ବାଙ୍କୀ ନିର୍ବାଚନ ମଣ୍ଡଳୀରେ ପ୍ରଭାତ ବାବୁଙ୍କ ଲୋକପ୍ରିୟତା ଅତୁଟ ଅଛି ଓ ସେ ହିଁ ଏଥର ନିର୍ବାଚନ ଲଢ଼ିବେ | ତେଣୁ ଏଭଳି ପରିସ୍ଥିତିରେ ବାଙ୍କୀ ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରଭାତଙ୍କୁ ଟିକେଟ ଦେଉଛି ନା କିଛି ଭିନ୍ନ ନିଷ୍ପତ୍ତି ନେଉଛି ତାହା ଆଉ ଦିନ କେଇଟା ପରେ ସ୍ପଷ୍ଟ ହୋଇଯିବ | ହେଲେ ଗୋଟିଏ କଥା କିନ୍ତୁ ପ୍ରଭାତଙ୍କ ଶିବିରରୁ ସ୍ପଷ୍ଟ ଯେ ପ୍ରଭାତ ୨୦୧୯ ବିଧାନସଭା ନିର୍ବାଚନ ଲଢ଼ିବେ | ପୁଅ ଦେବୀ ରଞ୍ଜନ ତ୍ରିପାଠୀ ସମ୍ପ୍ରତି ଜଣେ ଟାଣୁଆ ଛାତ୍ର ସଂଗଠକ ଭାବେ ଉଭା ହୋଇଥିବା ବେଳେ ସେ ଏବେ ଛାତ୍ର ବିଜେଡିର ରାଜ୍ୟ କାର୍ଯ୍ୟକାରୀ ସଭାପତି ଅଛନ୍ତି | ପ୍ରଭାତଙ୍କ ନିକଟ ମହଲରୁ ମିଳିଥିବା ସୂଚନା ଅନୁଯାୟୀ ସେ 2024ରୁ ନିର୍ବାଚନ ରାଜନୀତିରେ ନିଜ ଭାଗ୍ୟ ଆଜମାଇବେ | ଯାହା ହେଲେବି ୨୦୧୯ ହେବେ ପ୍ରଭାତଙ୍କ ଶେଷ ଯୁଦ୍ଧ | ସମ୍ପ୍ରତି ବାଂକୀ ରାଜନୀତିରେ କଂଗ୍ରେସର ଟାଣୁଆ ନେତା ଡ଼ ପଟ୍ଟନାୟକଙ୍କ ପୁନଃ ପ୍ରତ୍ୟାବର୍ତ୍ତନ( କାରଣ ସେ 2014 ରେ ବାଙ୍କୀ ଛାଡି ବେଗୁନିଆ ଚାଲିଯାଇଥିଲେ) କରିଥିବା ବେଳେ ଓ ବିଜେପି ସେଠାରେ ସଂଗଠନ କ୍ଷମତା ବୃଦ୍ଧି କରିବାକୁ ଯାଉଥିବା ବେଳେ ନବୀନବାବୁଙ୍କ ଆଶୀର୍ବାଦରେ ଏଥର ବି ବିପୁଳ ସଂଖ୍ୟାରେ ଜନସମର୍ଥନ ସହ ବିଜୟ ଲାଭ କରିବେ ବୋଲି ଦୃଢୋକ୍ତି ବାଢ଼ିଛନ୍ତି ପ୍ରଭାତ | 

0
0
0
s2sdefault