ହେଡଲାଇନସ୍:

ଝାରବନ୍ଧ ବ୍ଳକର ବିଭିନ୍ନ ପଞ୍ଚାୟତରେ କଂଗ୍ରେସ କର୍ମୀ ସମ୍ମିଳନୀ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ ନୀଳ ଦୀପ : ପଦ୍ମପୁର ଉପଖଣ୍ଡସ୍ଥ ଝାରବନ୍ଧ ବ୍ଳକ ଅନ୍ତର୍ଗତ ଅମଠି,ବିଲାସପୁର ଓ ଗୋଠୁଗୁଡା ପଞ୍ଚାୟତରେ ଝାରବନ୍ଧ ଜୋନ୧ ସଭାପତିଙ୍କ ମୁଜଫର ହୁସେନଙ୍କ ସଭାପତିତ୍ବରେ ଭାରତୀୟ ଜାତୀୟ କଂଗ୍ରେସ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୂର୍ବତନ ମୁଖ୍ୟ ସଚେତକ   ତଥା ବରଗଡ଼ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ସତ୍ୟଭୂଷଣ ସାହୁ ଯୋଗଦେଇ ଅଞ୍ଚଳର ଚାଷୀ ତଥା ଜନସାଧାରଣଙ୍କ ସହିତ ସ୍ଥାନୀୟ ସମସ୍ୟା ଓ ତାର ପ୍ରତିକାର ଉପରେ ଆଲୋଚନା କରିଥିଲେ ଏବଂ ରାହୁଲ ଗାନ୍ଧୀଙ୍କ କୄଷି ୠଣ ଛାଡ଼ ଓ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୬୦୦ ଟଙ୍କାକୁ ବୄଦ୍ଧି ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚାଇଥିଲେ । ଯାହାକି ଲୋକଙ୍କ ହୄଦୟକୁ ଛୁଇଥିଲା ଓ ଆଗାମୀ ଦିନରେ ପଡୋଶୀ ରାଜ୍ୟ ଛତିଶଗଡ଼ ପରି ଓଡ଼ିଶାରେ ମଧ୍ୟ ସରକାର ଗଢିବ ବୋଲି କର୍ମୀ ମାନେ ପ୍ରତିଶ୍ରୁତି ଦେଇଥିଲେ । ଏହି କର୍ମୀ ସମ୍ମିଳନୀରେ ଅମଠି ପଞ୍ଚାୟତରେ ବୀରଦତ୍ୟ ସାହୁ, ମଞ୍ଜୁଲ ହୁସେନ,ୠତୁରାଜ ଥପା,ବିଲାସପୁର ପଞ୍ଚାୟତରେ ତିଲକ ନାଏକ,ତୁଲାରାମ ପ୍ରଧାନ, ପ୍ରମୋଦ ଲୁହାର, ମହେଶ୍ବର ବାଗ ଏବଂ ଗୋଠୁଗୁଡା ପଞ୍ଚାୟତରେ ଭୂବନେଶ୍ୱର ସାହୁ, ଦୁଃଖିଶ୍ୟାମ ପଟେଲ, ଦୁର୍ଯ୍ୟୋଧନ ବନଛୋର, ପ୍ରହଲ୍ଲାଦ ବାରିକ ଓ ପାର୍ଥ ନାଏକଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ ।

0
0
0
s2sdefault