ହେଡଲାଇନସ୍:

ପ୍ରତିରକ୍ଷା ମନ୍ତ୍ରୀଙ୍କ ବିବୃତି ଦୁର୍ଭାଗ୍ୟଜନକ: ନିରଂଜନ ପଟ୍ଟନାୟକ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର – ରାଫେଲ ଦୁର୍ନୀତିରେ ଉପରେ କେନ୍ଦ୍ର ସରକାର ବିସ୍ତୃତ ତଥ୍ୟ ଦେଶବାସୀଙ୍କ ଆଗରେ ରଖିବାକୁ କଂଗ୍ରେ୍ରସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ କରିଥିବା ଦାବିକୁ ନେଇ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଯେଭଳି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ତାହା ଉପରେ ନିଜର ମତ ରଖିଛନ୍ତି ତାହା  ‘ଗୋଦରୀ ଲୋ ନିଜ ଗୋଡକୁ ଅନା’ ଭଳି  ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଂଜନ  ପଟନାୟକ ପ୍ରକାଶ କରିଛନ୍ତି ।

ସେ କହିଛନ୍ତି ଯେ ମୋଦି ସରକାର ଫ୍ରାନ୍ସ କମ୍ପାନୀ ସହ ରାଫେଲ ବିମାନ କିଣିବାକୁ କରିଥିବା ଚୁକ୍ତିରେ ବ୍ୟାପକ ଦୁର୍ନୀତି  କରାଯାଇଛି । ୟୁପିଏ ସରକାର ସମୟରେ ବିମାନ ପିଛା ୫୨୬ କୋଟି ଟଙ୍କା ଦିଆଯିାବକୁ ଚୁଡାନ୍ତ ହୋଇଥିବା ବେଳେ ମୋଦି ପ୍ରତି ବିମାନକୁ ୧୬୦୦ କୋଟି ଟଙ୍କା ଦେଇ କିଣିବାକୁ ଚୁକ୍ତି କଲେ । ଏତେ ବଡ ଦୁର୍ନୀତି ପ୍ରସଙ୍ଗ କଂଗ୍ରେସ ବାରମ୍ବାର ଉଠାଉଥିବା ବେଳେ ନିଜେ ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ସେହି ପ୍ରସଙ୍ଗକୁ ଏଡାଇ ଯାଉଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦପ୍ତର ପକ୍ଷରୁ ରାଫେଲ ଯୁଦ୍ଧ ବିମାନ କିଣା ନେଇ ଯେଉଁ କୌଶଳ ଅବଲମ୍ବନ କରାଯାଇଥିଲା ତାହାକୁ ନେଇ ପ୍ରତି ରକ୍ଷା ମନ୍ତ୍ରାଳୟ ଆପତି ଉଠାଇଥିଲା । ଏକଥା ଗଣମାଧ୍ୟମରେ ପ୍ରକାଶ ପାଇଛି । ଏହା ସତ୍ୱେ ପ୍ରତିରକ୍ଷା ସଂସଦରେ ଏଭଳି ବିବୃତି ଦେବା ଦୁର୍ଭାଗ୍ୟ ଜନକ ବୋଲି ନିରଂଜନ କହିଛନ୍ତି । 

ସେହିଭଳି ନରେନ୍ଦ୍ର ମୋଦି ତାଙ୍କ ମନ୍ କି  ବାତ୍ କାର୍ଯ୍ୟକ୍ରମରେ କଂଗ୍ରେସ ଓ ଗାନ୍ଧୀଜୀଙ୍କ ସମ୍ପର୍କରେ ଯାହା କହିଛନ୍ତି ତାହାର ସତ୍ୟତା ତାଙ୍କୁ ଜଣାନାହିଁ । କଂଗ୍ରେସ ଦେଶବାସୀଙ୍କୁ ସ୍ୱାଧୀନତା  ଦେବା ସହିତ ସେମାନଙ୍କୁ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ. ପ୍ରଯୁକ୍ତି କୌଶଳ  , ଇଞ୍ଜନିୟରିଂ ଆଦି ବହୁ କ୍ଷେତ୍ରର ସ୍ୱାବଲମ୍ବୀ କରାଇଛି, ଏକଥା ମୋଦି ଭୁଲିଯାଉଛନ୍ତି । ଅନ୍ୟପକ୍ଷରେ କିଛି ପୁଂଜିପତି ଓ ବିଦେଶୀ କମ୍ପାନୀ ନିକଟରେ ମୋଦି ଦେଶର ସମ୍ପତି ଟେକିଦେଇ ଜନସାଧାରଣଙ୍କ ନିକଟରେ ଭୁଲ ତଥ୍ୟ ରଖୁଥିବା ନିରଂଜନ ଅଭିଯୋଗ କରିଛନ୍ତି । ରାଫେଲ ବିମାନ ନିର୍ମାଣ ଦାୟିତ୍ୱ ଭାରତୀୟ ରାଷ୍ଟ୍ରାୟତ ଉଦ୍ୟୋଗ ହାଲ୍ କୁ ଦିଆ ଯାଇଥିଲେ ଓଡିଶାରେ ଅନ୍ତତଃ ହଜାର ହଜାର ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରାଯାଇପାରିଥାନ୍ତା । ଅଥଚ ମୋଦି ତାହା ଛଡାଇନେଲେ । ଏସବୁ ସତ୍ୱେ ନବୀନ ପଟ୍ଟନାୟକ ଅନ୍ଧଭଳି ସମର୍ଥନ କରି ଚାଲିଛନ୍ତି । ରାଜ୍ୟବାସୀ ଏକଥା ବୁଝିବେ ବୋଲି ପିସିସି ସଭାପତି କହିଛନ୍ତି । 

ଏଥିସହିତ ପୁରୀ ଶ୍ରୀମନ୍ଦିର ପରିଚାଳନା ନିମନ୍ତେ ଯୋଗାଇ ଦିଆଯାଉଥିବା ପାଣ୍ଠି ବ୍ୟୟରେ ଅନିୟମିତତା ଜଣାପଡିବା ଘଟଣା ଚିନ୍ତାଜନକ ବୋଲି ପିସିସି ସଭାପତି କହିଛନ୍ତି । ଏକ ବିବୃତିରେ ଶ୍ରୀ ପଟନାୟକ କହିଛନ୍ତି ଯେ, ୧୯ ବର୍ଷ ମିଛ ପ୍ରତିଶ୍ରୁତି, ନାରୀ ନିର୍ଯାତନା, ମଦ ପ୍ରସାର, ନାବାଳିକା ଛାତ୍ରୀ ଗର୍ଭବତୀ ହେବା ଏବଂ କୃଷକ ଆତ୍ମହତ୍ୟା ଭଳି ଘଟଣା ରାଜ୍ୟବାସୀଙ୍କୁ ଭେଟି ଦେଇଥିବା ବିଜେଡି ସରକାର ଶେଷରେ କଂଗ୍ରେସ ଡରରେ କୃଷକଙ୍କ ପାଇଁ କାଳିଆ ଯୋଜନା କାର୍ଯ୍ୟକାରୀ କଲେ । ସେହିଭଳି ବ୍ରହ୍ମ ବିଭ୍ରାଟ,  ଦାରୁ ଫିକ୍ସିଂ,  ଠାକୁରଙ୍କୁ ଉପାସ ରଖିଥିବା ବିଜେଡି ସରକାର ସମୟରେ ଶେଷରେ ଶ୍ରୀମନ୍ଦିର ପରିଚାଳନା ପାଣ୍ଠି ବିନିଯୋଗରେ ମଧ୍ୟ ଅନିୟମିତତା ଘଟିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଭଗବାନ ଏମାନଙ୍କୁ କେବେ କ୍ଷମା ଦେବେନାହିଁ ବୋଲି ନିରଂଜନ କହିଛନ୍ତି ।  

0
0
0
s2sdefault