ହେଡଲାଇନସ୍:

ଅଙ୍କିତ ହେଲେ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାଜ୍ୟ ଛାତ୍ର ସଂଯୋଜକ କମିଟିରେ ଶୁଭମ ସାହୁ 

ବଲାଙ୍ଗିର(ନିରୋଜ ମିଶ୍ର)  ଫେବୃୟାରୀ ୧ ତାରିଖ ଦିନ ରାଜ୍ୟ ନେସ୍ନାଲ ଷ୍ଟୁଡେଣ୍ଟ ୟୁନିୟନ ଅଫ ଇଣ୍ଡିଆ (ଏନ୍ଏସ୍ୟୁଆଇ)ର ଓଡିଶା ରାଜ୍ୟ ଆବାହକ ଇତିଶ ପ୍ରଧାନ ଏବଂ ଜାତୀୟ ଛାତ୍ର ସଂପାଦକ ତଥା ଓଡିଶା ରାଜ୍ୟର ପ୍ରଭାରି ରୋହିତ ମଥା ଓଡିଶା ରାଜ୍ୟର ଏକ ୨୮ ଜଣିଆ ରାଜ୍ୟ ଛାତ୍ର ସଂଯୋଜକଙ୍କ ନାମ ଘୋଷଣା କରିଛନ୍ତି । ଏଥିରେ ବଲାଙ୍ଗିର ବିଧାନସଭା ମଣ୍ଡଳିର ଛାତ୍ର କଂଗ୍ରେସ ସଭାପତି ଶୁଭମ ସାହୁଙ୍କୁ ରାଜ୍ୟ ସଂଯୋଜକ ଭାବେ ମନୋନିତ କରାଯାଇଛି । ଆହୁରି ମଧ୍ୟ ଛାତ୍ର ନେତା ଅଙ୍କିତ ସାହୁଙ୍କ ନାମକୁ ଜିଲ୍ଲା ଛାତ୍ର କଂଗ୍ରେସର ସଭାପତି ଭାବେ ଇତିଶ ପ୍ରଧାନ ଏବଂ ରାଜ୍ୟ ପ୍ରଭାରୀ ରୋହିତ ମଥା ଘୋଷଣା କରିଛନ୍ତି । ଉଭେୟ ଛାତ୍ର ନେତାଙ୍କ ଏହି ନୂତନ ନିଯୁକ୍ତି ଜିଲ୍ଲାରେ ·ଲିଥିବା ଛାତ୍ର ଆନେ୍ଦାଳନକୁ ଆହୁରି ମଜବୁତ କରିବ ବୋଲି ଉଭୟେ ଛାତ୍ର ନେତା ଦୃଢୋକ୍ତି ପ୍ରକାଶ କରିବା ସହ ଜିଲ୍ଲାର ବିଭିନ୍ନ କଲେଜମାନଙ୍କରେ ଥିବା ବିଭିନ୍ନ ସମସ୍ୟା ଯଥା ଅଧ୍ୟାପକ ମରୁଡି, କଲେଜ କେମ୍ପସରେ ଆଇନ ଶୃଙ୍ଖଳା ପରିସ୍ଥିତି, କଲେଜ ଗୁଡିକର ଭିତ୍ତିଗୁଡିକର ଥିବା ସମସ୍ୟାକୁ ନେଇ ଆଗାମୀ ଦିନରେ ଜିଲ୍ଲା ଛାତ୍ର କଂଗ୍ରେସ ସରକାରଙ୍କ ବିରୁଦ୍ଧରେ ଆନେ୍ଦାଳାତ୍ମକ ପନ୍ଥା ଗ୍ରହଣ କରିବ ବୋଲି କହିଛନ୍ତି । ଏହି ନୂତନ ନିଯୁକ୍ତି ଦ୍ୱାରା ଉଭୟେ ଛାତ୍ର ନେତା ରାଜ୍ୟ ଆବାହକ ଇତିଶ ପ୍ରଧାନ ଏବଂ ରାଜ୍ୟ ଛାତ୍ର ପ୍ରଭାରି ରେହିତ ମଥା ଙ୍କ ଧନ୍ୟବାଦ ଦେବା ସହ ନିଖିଳ ଭାରତ କଂଗ୍ରେସ କମିଟି ଅଧ୍ୟକ୍ଷ ରାହୁଳ ଗାନ୍ଧୀ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ରାଜ୍ୟ ବିଧାନସଭାର ବିରୋଧିଦଳ ନେତା ନରସିଂହ ମିଶ୍ର, ଜିଲ୍ଲା ସଭାପତି ଦିଲିପ ବେହେରା ଏବଂ ଏଆଇସିସି ସଦସ୍ୟ ସମରେନ୍ଦ୍ର ମିଶ୍ରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

0
0
0
s2sdefault