ସୁନ୍ଦରଗଡ଼ରୁ ହୋରାଚାନ୍ଦ ଦେଉରିଆ
ଯୋଗେଶ ସିଂଙ୍କ ପାଇଁ ସୁନ୍ଦରଗଡ଼ ବିଧାନସଭା ଶେଷଞରୀ ଲଢ଼ିବା ନିଶ୍ଚିତ କରାଇଛି ବିଜେଡି | ଗତ ବିଧାନସଭା ନିର୍ବାଚନରେ ଦଳୀୟ ପ୍ରାର୍ଥୀଭାବେ ଲଢ଼ିଥିବା କୁସୁମ ଟେଟେଙ୍କୁ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବେ ନୁଯୁକ୍ତି ଦିଆଯାଇଥିବା ଜଣାପଡିଛି | ତେଣୁ ପୂର୍ବତନ ବିଧାୟକ ଯୋଗେଶ ସିଂ ନିଜ ପଲଟନ ସହ ବିଜେଡିରେ ଯୋଗ ଦେବା ପରେ ସୁନ୍ଦରଗଡ଼ ବିଜେଡିରେ ଦେଖା ଦେଇଥିବା ବିବାଦ ଓ ବିଦ୍ରୋହର ଆପାତତଃ ଅବତା ଘଟିଛି |
ସୂଚନାଜୋଗ୍ୟ ଯେ ଯୋଗେଶ୍ୱଙ୍କୁ ସୁନ୍ଦରଗଡ଼ ଆସନ ଲଢ଼ିବାକୁ ଛାଡିଲେ ଦଳ ଛାଡିଦେବୁ ବୋଲି ଧମକ ଦେଇଥିଲେ କୁସୁମାଙ୍କ ସମର୍ଥକ | ବିଧାୟକ ବବି ଦାସ ଓ ସାଂସଦ ପ୍ରଶାନ୍ତ ନନ୍ଦଙ୍କୁ ଅପଦସ୍ତ କରି ଫେରାଇବା ଆଉ ଦଳରୁ ଇସ୍ତଫା ଦେବା ଧମକ ଦେବା ସତ୍ତ୍ୱେ ଯୋଗେଶ ଯୋଗ ଦେଲେ | ଆଉ କୁସୁମଙ୍କୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ କରାଇ ଯୋଗେଶ୍ୱଙ୍କୁ ବିଜେଡି ଦେଇଥବା କଥା ବି ପୁରାଣ କରିଛି |