ହେଡଲାଇନସ୍:

ଜନବିରୋଧୀ ସରକାର ବିରୋଧରେ ଲଢେଇ ପାଇଁ ସତ୍ୟଭୂଷଣଙ୍କ ଆହ୍ୱାନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଡ଼ଙ୍ଗାଘାଟ ପଞ୍ଚାୟତରେ ଜୋନ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ।

ପଦ୍ମପୁର/ନିଳଦୀପ-ରାଜବୋଡାସମ୍ବର ବ୍ଳକ ଅନ୍ତର୍ଗତ ଡ଼ଙ୍ଗାଘାଟ ପଞ୍ଚାୟତ ବାବାଡେରାଠାରେ ଭାରତୀୟ ଜାତୀୟ କଂଗ୍ରେସ ତରଫରୁ ଜୋନ ସଭାପତି ରାଧାରମଣ ପାଣିଗ୍ରାହୀଙ୍କ ସଭାପତିତ୍ୱରେ କଂଗ୍ରେସ କର୍ମୀ ସମ୍ମିଳନୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୂର୍ବତନ ମୁଖ୍ୟ ସଚେତକ  ତଥା ବରଗଡ଼ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ସତ୍ୟଭୂଷଣ ସାହୁ ଯୋଗଦେଇ ଅଞ୍ଚଳର ଚାଷୀ ତଥା ଜନସାଧାରଣଙ୍କ ସହିତ ସ୍ଥାନୀୟ ସମସ୍ୟା ଓ ତାର ପ୍ରତିକାର ଉପରେ ଆଲୋଚନା କରିଥିଲେ । ତୃଣମୂଳ ସ୍ତରରେ କଂଗ୍ରେସକୁ ଅଧିକ ଲୋକପ୍ରିୟ କରାଇବା ସହ ଦେଶରେ ଓ ରାଜ୍ୟରେ ଚାଲିଥିବା ଜନବିରୋଧୀ ସରକାର ବିରୋଧରେ ଲଢ଼ିବା ପାଇଁ କର୍ମୀମାନଙ୍କୁ ଶ୍ରୀ ସାହୁ ଆହ୍ୱାନ ଦେଇଥିଲେ |

 ଏହି କର୍ମୀ ସମ୍ମିଳନୀରେ ଚମ୍ପକେଶ୍ୱର ପୁରୋହିତ,ଶିବ ମଟାରୀ, ପ୍ରହଲ୍ଲାଦ ହାତୀ,ବାହାଦୂର ହାତୀ,ନୄସିଂହ ସାହୁ,ଦାରା ସୁନା ଓ  ଅନ୍ୟାନ୍ୟ କଂଗ୍ରେସ କର୍ମୀ ଯୋଗଦେଇଥିଲେ । ଏହି ଅବସରରେ ଛତ୍ରପତି ରଣା,ଅଲେଖ ବଗର୍ତ୍ତୀ,ଚିନ୍ମୟ ସାହୁ,ଶ୍ରୀଧର ମାଝୀ,ଭଜନ ସାହୁ,ଥଣ୍ଡାରାମ ସେଠ ପ୍ରମୁଖ ଶ୍ରୀ ସାହୁଙ୍କ ଉପସ୍ଥିତିରେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ । ସେମାନଙ୍କ ଯୋଗ ଦାନାକୁ ଶ୍ରୀ ସାହୁ ସ୍ୱାଗତ କରିବା ସହ ଦଳ ଅଧିକ ମଜଭୁତ ହେବ ବୋଲି ସେ ଆଶାପୋଷଣ କରିଥିଲେ | 

 

0
0
0
s2sdefault