ହେଡଲାଇନସ୍:

ଗଗନଙ୍କ ସାଙ୍ଗଠନିକ ଦକ୍ଷତାକୁ ପୁରସ୍କାର: ନଗର ସଭାପତି ନିଯୁକ୍ତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

  ଘୁ ଉଦୟଗିରି(ଶାସକ ପ୍ରଶାସକ)  ଘୁ ଉଦୟଗିରି କନ୍ଧମାଳ ଜ଼ିଲ୍ଲା ଘୁ ଉଦୟଗିରି ନଗର କଂଗ୍ରେସ ସଭାପତି ଭାବେ ଗଗନ କୁମାର ପ୍ରଧାନଙ୍କୁ ପ୍ରଦେଶ କଂଗ୍ରେସ ସଭାପତିଙ୍କ ଅନୁମୋଦନ କ୍ରମେ ମନୋନୀତ କରାଯାଇଛି |  ଗଗନ କୁମାର ପ୍ରଧାନଙ୍କ ସାଙ୍ଗଠନିକ  ଦକ୍ଷତା ତଥା  ଅଂଚଳର ଲୋକପ୍ରିୟତାକୁ  ହୃଦୟଙ୍ଗମ କରି ଜ଼ିଲ୍ଲା ସଭାପତି ବରୁଣ ଭୋଇ ତାଙ୍କୁ ଏନଏସି ଦାୟିତ୍ୱ ଦେଇଥିବା କୁହାଯାଉଛି | ଗଗନ କୁମାର ପ୍ରଧାନ ଏହା ପୂର୍ବରୁ ଘୁ ଉଦୟଗିରି ନିର୍ବାଚନ ମଣ୍ଡଳୀର ଯୁବ ସଭାପତି ଭାବେ କାର୍ଯ୍ୟ ଭାର ତୁଲାଇଛନ୍ତି  | ଏହି ଗୁରୁ ଦାୟିତ୍ୱ ଦେଇଥିବାରୁ ଗଗନ କୁମାର ପ୍ରଧାନ ଏଆଇସିସିି ସଭାପତି ରାହୁଲ ଗାନ୍ଧୀ, ପିସିସି ନିରଞ୍ଜନ ପଟନାୟକ, ଘୁ ଉଦୟଗିରି ବିଧାୟକ ଜାକବ ପ୍ରଧାନଙ୍କୁ  କୃତଜ୍ଞତା ଜଣାଇଛନ୍ତି |  ଘୁ ଉଦୟଗିରି କଂଗ୍ରେସ ଗଡ଼,  ଏହି ଗଡ଼କୁ ସୁରକ୍ଷିତ ରଖିବା ସହ କଂଗ୍ରେସକୁ ଅଧିକ ଲୋକପ୍ରିୟ କରିବା ମୋର ଏବଂ ପ୍ରତ୍ୟେକ କଂଗ୍ରେସ କର୍ମୀଙ୍କ କର୍ତ୍ତବ୍ୟ ବୋଲି  ନଗର ସଭାପତି ଗଗନ ପ୍ରଧାନ କହିବା ସହ  ଆଗାମୀ ସାଧାରଣ ନିର୍ବାଚନ ଓ  ଏବଂ ଏନଏସି ନିର୍ଵାଚନରେ କଂଗ୍ରେସ ବିପୁଳ ଜଣ ସମର୍ଥନ ସହ ବିଜୟଲାଭ କରିବା ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି | 

0
0
0
s2sdefault