ହେଡଲାଇନସ୍:

୨୦୧୯ ପାଇଁ ରାହୁଲଙ୍କ ଅମୋଘ ଅସ୍ତ୍ର, ସମସ୍ତଙ୍କ ପାଇଁ ନିଶ୍ଚିତ ରୋଜଗାରର ଗ୍ୟାରେଣ୍ଟି କାର୍ଡ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

"ଚୌକିଦାର ଚୋର , ନବୀନ ରିମୋଟ୍ କଂଟ୍ରୋଲ "

ମୋଦି କହିଲେ, ଦେଶର ଚାଷୀଙ୍କୁ ଦୈନିକ ୧୭ ଟଙ୍କା ଦେବେ  । ଆମେ କହିଲୁ ଦେଶର ସମସ୍ତ ଗରୀବଙ୍କୁ ଯେ କୈାଣସି ପ୍ରଦେଶରେ ବି ହେଉ କଂଗ୍ରେସ ସରକାର ସର୍ବନିମ୍ନ ମିନିମମ ଇନକମର ଗ୍ୟାରେଂଟି ଦେବ । ଭାରତର ସବୁ ଗରୀବଙ୍କୁ ଆକାଉଂଟକୁ ଟଙ୍କା ପଠାଇ କଂଗ୍ରେସ ଦେଖାଇଦେବ । ଯଦି ଦମ୍ ଅଛି ତେବେ ଅଟକାଇ ଦେଖାଅ  । ମିଥ୍ୟାର ସମୟ ବନ୍ଦ ହୋଇଗଲା  । ୧୫ ଲକ୍ଷ ଆସିବା ଭଳି ଏହା ପ୍ରତିଶୃତି ନୁହେଁ, ୨ କୋଟି ଚାକିରି ଦେବା ଭଳି ଏହା ପ୍ରତିଶ୍ରୁତି ନୁହେଁ  । ଏହାକୁ ଆମେ କରି ଦେଖାଇଦେବୁ ବୋଲି ରାହୁଲ ଉକ୍ତ ସମାବେଶରେ ଦୃଢୋକ୍ତି ପ୍ରକାଶ କରିଛନ୍ତିି । 

ଭବାନୀପାଟଣା/ଭୁବନେଶ୍ୱର,- ଓଡିଶାରେ କଂଗ୍ରେସ କ୍ଷମତାକୁ ଆସିଲେ ଧାନ କ୍ୱିଂଟାଲ ପିଛା ଦର ୨୬୦୦ ଟଙ୍କା ହେବ । କଂଗ୍ରେସ ସରକାର ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନରେ କ୍ଷମତାକୁ ଆସିବାର ୨ ଦିନରେ କୃଷି ଋଣ ଛାଡ କରାଯାଇଥିଲା । ଓଡିଶାରେ ମଧ୍ୟ ୨ ଦିନରେ କୃଷି ଋଣ ଛାଡ୍ ହେବ । ସବୁ ଗରୀବଙ୍କୁ ସର୍ବନିମ୍ନ ଆୟ ଦିଆଯିବ ବୋଲି ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧି ଭବାନୀପାଟଣା ଓ ରାଉରକେଲା ଠାରେ ଆୟୋଜିତ ପରିବର୍ତନ ସଂକଳ୍ପ  ସମାବେଶରେ ଯୋଗ ଦେଇ ଏହି ଘୋଷଣା କରିଛନ୍ତି  । 

ଅନ୍ୟପକ୍ଷରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରି ରାହୁଲ କହିଛନ୍ତି ଯେ ନରେନ୍ଦ୍ର ମୋଦି ଓ ନବୀନ ସରକାର ଆପଣମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରି ଆସୁଛନ୍ତି  । କଂଗ୍ରେସ ସବୁବେଳେ ଏହି ଅଂଚଳ ଉପରେ ଗୁରୁତ୍ୱ ଦେଇଛି । ନବୀନ ପଟ୍ଟନାୟକ ସରକାର ଆପଣଙ୍କୁ ଚିଟଫଣ୍ଡ ଓ ମୋଦି ରାଫେଲ ଓ ବିମୁଦ୍ରାକରଣ ଦେଲେ  । ମୋଦି ସରକାର ବିଜୟ ମାଲ୍ୟା, ଅନୀଲ ଅମ୍ବାନୀଙ୍କୁ ସହାୟତା ଦେଲେ । ମୋଦି ସରକାର ଆପଣଙ୍କ ପକେଟରୁ ଯାହା ବାହାର କରିଥିଲେ, ଆମେ ତାକୁ ଆପଣଙ୍କ ପକେଟକୁ ପଠାଇବୁ । ଦୁନିଆରେ କୈାଣସି ଶକ୍ତି ଏହାକୁ ଅଟକାଇ ପାରିବ ନାହିଁ ବୋଲି ରାହୁଲ କହିଛନ୍ତି । ନବୀନ ପଟ୍ଟନାୟକ ରିମୋଟ୍ କଂଟ୍ରୋଲ ଓ ଚୈାକିଦାର ଚୋର ଅଟେ । କେନ୍ଦ୍ର ଯାହା କୁହେ, ନବୀନ ପଟ୍ଟନାୟକ ଠିକ ସେୟା କରନ୍ତି । ଉଭୟ ଯୁଆଡେ ଯାଅ।ନ୍ତି, କେବଳ ମିଛ ପ୍ରତିଶ୍ରୁତି ଦିଅନ୍ତି ।  କିନ୍ତୁ କଂଗ୍ରେସ ଯାହା ପ୍ରତିଶ୍ରୁତି ଦିଏ, ତାକୁ ପାଳନ କରେ । କଂଗ୍ରେସ ସରକାରକୁ ଭୋଟ ଦିଅ, ରିମୋଟ୍ ସରକାରକୁ ତଳେ ରଖ ବୋଲି  ରାହୁଲ ଓଡିଶାବାସୀଙ୍କୁ ଆହ୍ୱାନ ଦେଇଛନ୍ତି  ।

ସେ ଆହୁରି କହିଛନ୍ତି ଯେ ମୋଦି ସରକାର ବଜେଟରେ ଚାଷୀ ପରିବାର ପାଇଁ ଦୈନିକ ୧୭ ଟଙ୍କା ଦେବାର ବ୍ୟବସ୍ଥା କଲେ  ।ହେଲେ ୧୫ ଜଣ ଶିଳ୍ପପତି ବନ୍ଧୁଙ୍କ ପାଇଁ ମୋଦି ୪ ବର୍ଷରେ ସାଢେ ୩ ଲକ୍ଷ କୋଟି ଟଙ୍କା ଋଣ ଛାଡ କରିଦେଲେ । ଦେଶରେ ନରେନ୍ଦ୍ର ମୋଦି କିମ୍ବା ରାଜ୍ୟରେ ନବୀନ ପଟ୍ଟନାୟକ କୃଷିଋଣ ଛାଡ କରିପାରିବେ ନାହିଁ  । ଛତିଶଗଡରେ କଂଗ୍ରେସ ସରକାର ଆସିବା କ୍ଷଣି ଧାନ କ୍ୱିଂଟାଲ ପିଛା ୨୫୦୦ ଟଙ୍କା ଦେବାର ବ୍ୟବସ୍ଥା କରିଛି ।ଛତିଶଗଡରେ ଧାନ ପାଇଁ ୨୫୦୦ ଟଙ୍କା ଦାମ ଦିଅ ।ଯାଉଛି ୟ ନବୀନ ପଟ୍ଟନାୟକ ସରକାର ଅ।ପଣଙ୍କୁ କେତେ ଦାମ ଦେଉଛନ୍ତି? ଯଦି କଂଗ୍ରେସ ଓଡିଶାରେ କ୍ଷମତାକୁ ଆସେ ତେବେ କ୍ୱିଂଟାଲ ପିଛା ୨୬୦୦ ଟଙ୍କା ଦେବ  ।

ଜଳ, ଜମି ଜଙ୍ଗଲ ସବୁ ଆଦିବାସୀଙ୍କର । ଯେତେବେଳେ ଦିଲ୍ଲୀରେ ଆମ ସରକାର ଥିଲାବଳେ ପେଶା ଅ।ଇନ କାର୍ଯ୍ୟକାରୀ କରିଥିଲୁ । ଶିଳ୍ପାନୁଷ୍ଠାନ  ପାଇଁ ଜମି ଅଧିଗ୍ରହଣ କରି ବର୍ଷ ବର୍ଷ ଧରି ଅବ୍ୟବହୃତ ହୋଇଥିବା ଆପଣଙ୍କ ଜମିକୁ ଫେରାଦେବାକୁ କଂଗ୍ରେସ ନିଷ୍ପତି ନେଇଛି । ଆମ ସରକାର ନେଇଥିବା ନିଷ୍ପତି ଅନୁସାରେ, ଅ।ଦିବାସୀ, ଚାଷୀଙ୍କୁ ବଜାର ଦର ଠାରୁ ୪ ଗୁଣା ଅଧିକ ଅର୍ଥ ଦେଇ ନ ପାଇଁ ଜମି ଅଧିଗ୍ରହଣ କରାଯିବ । ନବୀନ ପଟ୍ଟନାୟକ ସରକାର ଓ ବିଜେପି ସରକାର ଆପଣଙ୍କ ଠାରୁ ଆପଣଙ୍କ ଜମି ଛଡାଇ ନେବାକୁ ଉଦ୍ୟମ କରୁଛନ୍ତି  । କଂଗ୍ରେସ ସରକାର ଓ ଏହାର ତମାମ ନେତା ଆଦିବାସୀଙ୍କ ଜମିକୁ ରକ୍ଷା କରିବେ । ଜଳ, ଜମି ଓ ଜଙ୍ଗଲ ଉପରେ ଥିବା ଅ ।ପଣଙ୍କ ହକ୍ କୁ କଂଗ୍ରେସ ରକ୍ଷା କରିବ ବୋଲି ସେ କହିଛନ୍ତି । ନିୟମଗିରିରେ ଲଢେଇ  ବେଳେ   ଆପଣଙ୍କ ସହ ମୁଁ ଠିଆ ହେଲି । କଂଗ୍ରେସ ଅ ।ପଣଙ୍କ ପାଇଁ ନରେଗା ଅଣିଲା,କଂଗ୍ରେସ ଅ ।ପଣଙ୍କ ପାଇଁ  ଆଦିବାସୀ ବିଲ୍ ଆଣିଲା, ମୋଦି ତାହାକୁ ନଷ୍ଟ କରିଦେଲେ ବୋଲି ସେ ଅଭିଯୋଗ କରିଛନ୍ତି । ଅପରପକ୍ଷରେ ଦାନ ମାଝୀ ନିଜ ସ୍ତ୍ରୀଙ୍କ ଶବକୁ କାନ୍ଧରେ ବୋହି ଥିଲେ, ଯାହା ଅନ୍ତର୍ଜାତୀୟ ଖବର ହୋଇଥିଲା । ମୁଖ୍ୟମନ୍ତ୍ରୀ ଗୋଟିଏ ଶବ୍ଦ ମଧ୍ୟ କହିନଥିଲେ । 

ମୋଦି କହିଲେ, ଦେଶର ଚାଷୀଙ୍କୁ ଦୈନିକ ୧୭ ଟଙ୍କା ଦେବେ  । ଆମେ କହିଲୁ ଦେଶର ସମସ୍ତ ଗରୀବଙ୍କୁ ଯେ କୈାଣସି ପ୍ରଦେଶରେ ବି ହେଉ କଂଗ୍ରେସ ସରକାର ସର୍ବନିମ୍ନ ମିନିମମ ଇନକମର ଗ୍ୟାରେଂଟି ଦେବ । ଭାରତର ସବୁ ଗରୀବଙ୍କୁ ଆକାଉଂଟକୁ ଟଙ୍କା ପଠାଇ କଂଗ୍ରେସ ଦେଖାଇଦେବ । ଯଦି ଦମ୍ ଅଛି ତେବେ ଅଟକାଇ ଦେଖାଅ  । ମିଥ୍ୟାର ସମୟ ବନ୍ଦ ହୋଇଗଲା  । ୧୫ ଲକ୍ଷ ଆସିବା ଭଳି ଏହା ପ୍ରତିଶୃତି ନୁହେଁ, ୨ କୋଟି ଚାକିରି ଦେବା ଭଳି ଏହା ପ୍ରତିଶ୍ରୁତି ନୁହେଁ  । ଏହାକୁ ଆମେ କରି ଦେଖାଇଦେବୁ ବୋଲି ରାହୁଲ ଉକ୍ତ ସମାବେଶରେ ଦୃଢୋକ୍ତି ପ୍ରକାଶ କରିଛନ୍ତିି । 

ପ୍ରକାଶ ଯୋଗ୍ୟ ବୁଧବାର ଦିନ ରାହୁଲ ଗାନ୍ଧି ଛତିଶଗଡ଼ର ରାୟପୁରରୁ ଏ ସ୍ୱତନ୍ତ୍ର ହେଲିକ୍ୟାପ୍ଟରରେ ଅ।ସି ଭବାନୀପାଟଣାର ଶ୍ରୀକୃଷ୍ଣନଗର ପଡ଼ିଆରେ ଓହ୍ଳାଇଥିଲେ । ସେଠାରେ ତାଙ୍କୁ ପିସିସି ସଭାପତି ଶ୍ରୀ ନିରଂଜନ ପଟ୍ଟନାୟକ ସ୍ୱାଗତ କରିଥିଲେ । ଶ୍ରୀ ପଟ୍ଟନାକଙ୍କ ଅଧ୍ୟକ୍ଷତାର ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, କଂଗ୍ରେସର ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ସହିତ ବହୁ  କଂଗ୍ରେସ ନେତା ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାର ବିରୋଧରେ ରଣହୁଙ୍କାର ଦେଇଥିଲେ । ସେଠାରୁ ରାଉରକେଲା ଯାଇ ରାହୁଲ ସମାନ ଢଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋରଚନା କରିଥିଲେ । ମାତ୍ର ୧୫ଦିନ ଭିତରେ ରାହୁଲ ଦ୍ୱିତୀୟ ଥର ପାଇଁ ଓଡ଼ିଶା ଆସିଛନ୍ତି । ଦଳର ମୁଖିଆଙ୍କ ଗସ୍ତକୁ ନେଇ କଂଗ୍ରେସ ଶିବିରରେ ବ୍ୟାପକ ଉତ୍ସାହ ଦେଖିବାକୁ ମିଳିଛି  ।

0
0
0
s2sdefault