ହେଡଲାଇନସ୍:

ଅନୁସୂଚିତ ଜାତି ମେଧାବୀ ଛାତ୍ରଛାତ୍ରୀଙ୍କ ବୃତ୍ତି କାଟର ପ୍ରତିବାଦ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁରରେ ବିଜୁ ଯୁବ ଓ ଛାତ୍ର ଜନତା ଦଳର ଦସ୍ତଖତ ଅଭିଜାନ ଆରମ୍ଭ ।

ପଦ୍ମପୁର/ନିଳ ଦୀପ-କେନ୍ଦ୍ର ସରକାର ରାଜ୍ୟର ଅନୁସୂଚିତ ଜାତିରେ ମେଧାବୀ ଛାତ୍ରଛାତ୍ରୀଙ୍କ ବୃତ୍ତି ଅନୁଦାନ ଅଂଶଧନ କାଟ୍ ପ୍ରତିବାଦରେ ଆଜି ଜିଲ୍ଲାରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ଦସ୍ତଖତ ସଂଗ୍ରହ ଅଭିଜାନ ଆରମ୍ଭ ହୋଇ ଯାଇଛି । କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ପ୍ରତି ବୈମାତୃକ ମନୋଭାବ  ପୋଷଣ କରି ରାଜ୍ୟର ଲକ୍ଷାଧିକ ଅନୁସୂଚିତ ଜାତିର ଛାତ୍ରଛାତ୍ରୀଙ୍କ ମେଧାବୀ ବୃତ୍ତି ଅନୁଦାନକୁ ବନ୍ଦ କରିଛନ୍ତି । ଏହାକୁ ବିରୋଧ କରି ବିଜେଡି ଯୁବ ଓ ଛାତ୍ର ଜନତା ଦଳ ତରଫରୁ ଲୋକଙ୍କ ମତାମତ ନେବା ପାଇଁ ‘ମୋ ଭବିଷ୍ୟତ ସ୍ୱାକ୍ଷର ଅଭିଜାନ’ ଆରମ୍ଭ ହୋଇଛି । ଆଜି ନିଲାମ୍ବର ଦୀପଙ୍କ ନେତୄତ୍ବରେ ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର ଠାରେ ଏହି ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି ।ଆଜି ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁରର ୪୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଦସ୍ତଖତ ଅଭିଯାନରେ ସାମିଲ ହୋଇଥିଲେ । ଯଶୋବନ୍ତ ସେଠୀ, ପରେଶ ଧରୁଆ, ରଜତ ସିଂ ବରାହ, ଅଭିଜିତ ସାହୁ, ନିରାକାର ଦୀପ, ସ୍ବାଗତ, ଓମକାର,ଦୀପକ, ଆଶୁତୋଷ, ପ୍ରଦ୍ୟୁମ୍ନ, ଲିଙ୍ଗରାଜ, ସିପୁନ, ଯୋଗେଶ, ଅକ୍ଷୟ ଓ ଉତ୍ତମ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

 

0
0
0
s2sdefault