ସପ୍ତାହକ ମଧ୍ୟରେ ୧୦ ହଜାର ୟୁନିଟ୍‍ ରକ୍ତ ସଂଗ୍ରହ କରିବା ଲକ୍ଷ୍ୟ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଛାତ୍ର ବିଜେଡିର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ : ପ୍ରଥମ ଦିନରେ ୬୭୩ ୟୁନିଟ୍‍ ରକ୍ତ ସଂଗ୍ରହ

ଭୁବନେଶ୍ୱର: ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ବିଜୁ ଜନତା ଦଳ ନିଜର ସାମାଜିକ ଉତ୍ତରଦାୟିତ୍ୱ ରୂପେ ଆରମ୍ଭ କରିଥିବା ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ବିଜୁବାବୁଙ୍କ ୯୯ତମ ଜନ୍ମ ଜୟନ୍ତୀରୁ ଶୁଭାରମ୍ଭ ହୋଇ ଏହା ଏକ ସାମାଜିକ ଆନେ୍ଦାଳନରେ ପରିଣତ ହୋଇଛି । ‘ରକ୍ତଦାନ ମହାପୂଣ୍ୟ’, ଏହାକୁ ଆଧାର କରି ବିଜୁ ଜନତା ଦଳ ପକ୍ଷରୁ ରାଜଧାନୀ ଭୁବନେଶ୍ୱରରୁ ଆରମ୍ଭ କରି ଜିଲ୍ଲା ସଦର ମହକୁମା, ବ୍ଲକ, ପୌରାଞ୍ଚଳ ଏବଂ ପଞ୍ଚାୟତ ସ୍ତରରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଆସୁଛି । ବିଜୁ ଛାତ୍ର ଜନତା ଦଳ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଆସୁଛି । ଯାହାଫଳରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଏକ ସାମାଜିକ ସଚେତନତା ସୃଷ୍ଟି କରିବା ସହିତ ଅନେକ ବ୍ୟକ୍ତି ବିଶେଷଙ୍କୁ ପ୍ରତ୍ୟକ୍ଷ ସହାୟତା ପ୍ରଦାନ କରାଯାଇପାରୁଛି । 

ଏହି ପରିପ୍ରେକ୍ଷୀରେ ବିଜୁ ଛାତ୍ର ଜନତା ଦଳ ସଭାପତି ରାଣାପ୍ରତାପ ପାତ୍ରଙ୍କ ନେତୃତ୍ୱରେ ଫେବୃଆରୀ ୩ ତାରିଖରୁ ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଆରମ୍ଭ ହୋଇ ରାଜ୍ୟର ୩୦ଟି ଜିଲ୍ଲାର ସଦର ମହକୁମା ଏବଂ ସବ୍‍ଡିଭିଜନାଲ୍‍ ସଦର ମହକୁମାରେ ଆସନ୍ତା ୭ଦିନ ମଧ୍ୟରେ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ନିଦେ୍ର୍ଧଶ ଦେଇଛନ୍ତି । ଏହି ଶିବିରଗୁଡିକ ଜରିଆରେ ୧୦ ହଜାର ୟୁନିଟ୍‍ ରକ୍ତ ସଂଗ୍ରହ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି । 

ଏହି ଲକ୍ଷ୍ୟ ପୂରଣ କରିବାକୁ ଯାଇ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆଜି ବିଜେଡି ରାଜ୍ୟ କାର୍ଯ୍ୟାଳୟ ଓ ମାହାଙ୍ଗାରେ ରକ୍ତଦାନ ଶିବିର ଅନୁଷ୍ଠିତ  ହୋଇଯାଇଛି । ଛାତ୍ର ବିଜେଡି ସାଧାରଣ ସଂପାଦକ ପ୍ରଦୋଷ ପରିଡ଼ାଙ୍କ ନେତୃତ୍ୱରେ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ  ଜୀବନ ବିନ୍ଦୁ ଅଭିଯାନ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ଆଜି ୫୬୪ ୟୁନିଟ୍‍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ କଟକ ଜୋନ୍‍ ସଂପାଦକ କ୍ରିଷ୍ଣକାନ୍ତ ଷଡଙ୍ଗୀଙ୍କ ନେତୃତ୍ୱରେ ମାହାଙ୍ଗାରେ ଅନୁଷ୍ଠିତ  ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ୧୦୯ ୟୁନିଟ୍‍ ରକ୍ତ ସଂଗ୍ରହ କରାଯାଇଛି । ଆଜି ଗୋଟିଏ ଦିନରେ ଛାତ୍ର ବିଜେଡି ଦ୍ୱାରା ୬୭୩ ୟୁନିଟ୍‍ ରକ୍ତ ସଂଗ୍ରହ କରାଯାଇଛି । ଭୁବନେଶ୍ୱର ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ  ଶିବିରକୁ ବିଜେଡି ଆଇଟି ସେଲ୍‍ ମୁଖ୍ୟ ଶ୍ରୀ ଅମର ପଟ୍ଟନାୟକ ଉଦ୍‍ଘାଟନ କରିଥିବା ବେଳେ ମାହାଙ୍ଗାରେ ଅନୁଷ୍ଠିତ  ଶିବିରକୁ ଅଙ୍କିତ ଜେନା ଉଦ୍‍ଘାଟନ କରିଥିଲେ ।

ରକ୍ତ ଅଭାବରୁ କେହି ଯେଭଳି ଅସୁବିଧାରେ ପଡିବେ ନାହିଁ ତାକୁ ନିଶ୍ଚିତ କରିବା ପାଇଁ ଏହି କାର୍ଯ୍ୟକ୍ରମର ଉଦେ୍ଧଶ୍ୟ । ଏହାର ପ୍ରଭାବରେ ଅନେକ ସ୍ୱେଚ୍ଛାସେବୀ ଅନୁଷ୍ଠାନ  ରକ୍ତଦାନକୁ ଅପଣାଇଥିବା ଏକ ସୁଖର କଥା ଏବଂ ଆଗାମୀ ଦିନରେ ରକ୍ତଦାନ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ସହିତ ଯେଭଳି ଅଧିକରୁ ଅଧିକ ଲୋକମାନେ ରକ୍ତଦାନ କରିବାକୁ ଆଗଭର ହୋଇପାରିବେ ସେଥିପାଇଁ ଜନସଚେତନତା ସୃଷ୍ଟି କରିବା ବିଜୁ ଛାତ୍ର ଜନତା ଦଳର ଗୁରୁଦାୟିତ୍ୱ ଅଟେ ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ  ଜୀବନ ବିନ୍ଦୁ ରକ୍ତଦାନ ଶିବିରିରେ ଶ୍ରୀ ପାତ୍ର କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ  ରକ୍ତଦାନ ଶିବିରରେ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତି, ବିଜୁ ଜନତା ଦଳ ରାଜ୍ୟ ସଂପାଦକ ତଥା ଜୀବନ ବିନ୍ଦୁ ରାଜ୍ୟ ସଂଯୋଜକ (ପ୍ରୋଗ୍ରାମ ଓ ମିଡିଆ) ବିଜୟ ନାୟକ, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର, ଅଭିନେତା ଅରିନ୍ଦମ ରାୟ, କାର୍ଯ୍ୟକାରୀ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ, ଉପ-ସଭାପତି କନିଷ୍କ ଜେନା, ସାଧାରଣ ସଂପାଦକ ସମ୍ବିତ ବେହେରା, ମନୋଜ ସେନାପତି, ସଂପାଦକ ଅସିତ ସାମଲ, ସାଂଗଠନିକ ସଂପାଦକ ସ୍ଥିତପ୍ରଜ୍ଞ ପଣ୍ଡା, ରଞ୍ଜିତ ଦାସ, କଟକ ଜିଲ୍ଲା ସଭାପତି ସ୍ମୃତିରଞ୍ଜନ ନାୟକ, ଭୁବନେଶ୍ୱର ଜିଲ୍ଲା ମହାସଚିବ ସମୀରଣ ଦାଶ, ଭୁବନେଶ୍ୱର ଜୋନ୍‍ ସାଧାରଣ ସଂପାଦକ ବିଶ୍ୱଜିତ କର ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାଇ ସିଦ୍ଧାର୍ଥ ନାୟକ, ଅଭିଷେକ ବେହେରା, ସଂଜୀବ ପାତ୍ର, ରାଜେଶ ପାଣି, ସୁମନ ବେହେରା, ସମ୍ବିତ ଶ୍ରୀଚନ୍ଦନ, କାଳୀପ୍ରସନ୍ନ ଦାସ, ଦୀପକ ମହାପାତ୍ର, ସର୍ବେଶ୍ୱର ମହାନ୍ତି, ସୌଭାଗ୍ୟ ରଞ୍ଜନ ପଲେଇ, ସୁବାଶିଷ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଭୁବନେଶ୍ୱରରେ କ୍ୟାପିଟାଲ୍‍ ବ୍ଲଡ୍‍ ବ୍ୟାଙ୍କ ଟିମ୍‍ ଏବଂ ଯାଜପୁର ଜିଲ୍ଲା ମୁଖ୍ୟ ହସ୍ପିଟାଲ ବ୍ଲଡ୍‍ ବ୍ୟାଙ୍କ ଟିମ୍‍ ରକ୍ତ ସଂଗ୍ରହ କାର୍ଯ୍ୟରେ ନିୟୋଜିତ ହୋଇଥିଲେ ।

0
0
0
s2sdefault

 

 

 

 

 

 

 

 

 

 

 

 

 

 

 

  

 

 

/*H3X_UIHVRK*/