ହେଡଲାଇନସ୍:

"ଅସାଧୁ, ଅଯୋଗ୍ୟ କଳାପାହାଡ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଆୟୁଧ କରି ମିଛ କହୁଛନ୍ତିି"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆ ଭାରତ ଗଢି ତୋଳିବାର ଲମ୍ବାଦୌଡ ପାଇଁ କେନ୍ଦ୍ର ବଜେଟ୍ ଏକ ଭିତିଭୂମି -ଧର୍ମେନ୍ଦ୍ର

ଭୁବନେଶ୍ୱର,-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପ୍ରଥମ ଦିନରୁ ସ୍ପଷ୍ଟତା ଥିଲା ଯେ ତାଙ୍କ ସରକାର ଗରିବ ଲୋକଙ୍କ ପାଇଁ ସମର୍ପିତ ରହିବ । ଭାରତ ସରକାର ଆଣିଥିବା ଯୋଜନା ଗୁଡିକ ଲମ୍ବା ସମୟର ରଣନୀତିର ଅନ୍ତର୍ଗତ ପରେ ଏଥରର ବଜେଟ୍ରେ ପୂର୍ଣ୍ଣାଙ୍ଗ ହୋଇଛି । ଭାରତକୁ ନୂଆ କରି ଗଢି ତୋଳିବାରେ ଗୋଟେ ଲମ୍ବା ଦୌଡ ପାଇଁ ଏକ ଭିତିଭୂମି କରାଯାଇଛି । ତେଣୁ ନିର୍ବାଚନ ତା ବାଟରେ ଯିବ, ବଜେଟରେ କଲ୍ୟାଣକାରୀ ବ୍ୟବସ୍ଥା ଆଉ ଏକ କଥା ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଗଣମାଧ୍ୟମ ପ୍ରତିନିଧିଙ୍କ ଏ ସମ୍ପର୍କିତ ପ୍ରଶ୍ନର ଉତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ମିଛ କହିବାରେ ସିଦ୍ଧହସ୍ତ । ଅସାଧୁ, ଅଯୋଗ୍ୟ ଅଫିସର ଓ କଳାପାହାଡ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଆୟୁଧ କରି ତାଙ୍କ ଦ୍ୱାରା ମିଛ କୁହାଉଛନ୍ତି । ମୁଖ୍ୟମନ୍ତ୍ରୀ ତାଲିକା ଧରି ୬୦୦୦ କୋଟି ଟଙ୍କା ବାକି ପଇସା ନେବାକୁ ଦିଲ୍ଲୀ ଯାଇଥିଲେ । ତାଲିକା ମଗାଯାଇଥିଲେ ମଧ୍ୟ ଏଯାଏ ତାଲିକା କଣ ପାଇଁ ମିଳିଲା ନାହିଁ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।

 ଗତକାଲି ବର୍ତମାନର ଅର୍ଥମନ୍ତ୍ରୀ ପିୟୂଷ ଗୋଏଲ ସଂସଦରେ ଦେଶର ୨୦୧୯-୨୦ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପିତ କରିଛନ୍ତି । ଚଳିତ ବଜେଟରେ ଓଡିଶାର ବିକାଶ, ବିଶେଷ କରି ରେଳ ବିଭାଗରେ ରାଜ୍ୟର ବିକାଶ ପାଇଁ ବ୍ୟବସ୍ଥା କରାଯାଇଛି । କଂଗ୍ରେସ ଶାସନ ବେଳେ ରେଳ ବିଭାଗ ପାଇଁ ୧୦୦୦ କୋଟି ଟଙ୍କାର ସହଯୋଗ ମିଳୁନଥିଲା । ସେ ସମୟରେ ୫ ବର୍ଷରେ ମଧ୍ୟ ଓଡିଶାକୁ ଏହି ବିଭାଗରେ ୫୦୦୦ ହଜାର କୋଟି ଟଙ୍କା ମିଳୁନଥିଲା । ମାତ୍ର ନରେନ୍ଦ୍ର ମୋଦିଙ୍କ ସରକାର ସମୟରେ ଏ ବର୍ଷ ରେଳବାଇ ବିଭାଗ ପୂବତଟ ରେଳ ବିଭାଗ ପକ୍ଷରୁ ୭ ହଜାର କୋଟି ଟଙ୍କାରୁ ଅଧିକ ଟଙ୍କା ବ୍ୟୟବରାଦ କରି ଓଡିଶା ପ୍ରତି ଅବହେଳିତ ହୋଇଥିବା ରେଳବାଇ ଅଂଚଳକୁ ଜାତୀୟ ସ୍ତରକୁ ଆଣିବାର ବଡ ପ୍ରଚେଷ୍ଟା ଭାରତ ସରକାର କରିଛନ୍ତିା ଏଥିପାଇଁ ସେ ଓଡିଶା ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମନ୍ତ୍ରୀ ପିୟୂଷ ଗୋଏଲଙ୍କୁ କୃତଜ୍ଞତା ଜଣାଇଛନ୍ତି । 

ଗତକାଲି ସାମ୍ନାକୁ ଆସିଥିବା ଦୁଇ ତିନୋଟି ଯୋଜନାରେ ଓଡିଶା ରାଜ୍ୟ ଅଧିକ ଲାଭାନ୍ୱିତ ହେବ । ଅଣସଂଗଠିତ ଶ୍ରମିକ ମାନେ ୬୦ ବର୍ଷ ପରେ ୩ ହଜାର ଟଙ୍କା ମାସିକ ପେନସନ ଯୋଜନା ହେଉ ଅବା ଦୁଇ ହେକ୍ଟରର ଚାଷୀମାନଙ୍କୁ ବର୍ଷକୁ ୬ ହଜାର ଟଙ୍କାର ପିଏମ କିଷାନର ମାନଧନ ଯୋଜନା କିମ୍ବା ବ୍ୟକ୍ତିଗତ ଆୟକର ଛାଡସୀମା ୫ ଲକ୍ଷ ଟଙ୍କା ହେଉ ଓଡିଶା ଭଳି ରାଜ୍ୟ ଏହାର ଲାଭ ପାଇବ ।ଚାଷୀ ଚିହ୍ନଟ ହେବା ନେଇ ରାଜ୍ୟ ସରକାର ସହଯୋଗୀ ହେବେ ଏହା ଆମର ଅପେକ୍ଷା । କୃଷି ମୂଳତଃ ଏକ ରାଜ୍ୟର ବିଷୟ । କିନ୍ତୁ ଜାତୀୟ ସ୍ତରରେ ଜାତୀୟ ସରକାରଙ୍କ ମଧ୍ୟ ଏକ ଦାୟିତ୍ୱ ଅଛିା ଏହି ଆଧାରରେ ୨ ହେକ୍ଟର ଜମିର ଚିହ୍ନଟ ଟେକ୍ନୋଲୋଜି ଯଥା ଜନ୍ଧନ୍ ଓ ଆଧାରକାର୍ଡ ମାଧ୍ୟମରେ ରାଜ୍ୟ ସରକାର ସହଯୋଗ କଲେ ଚାଷୀ ଚିହ୍ନଟ ହେବାରେ ବିଳମ୍ବ ହେବ ନାହିଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ପ୍ରଧାନମନ୍ତ୍ରୀ କିଷାନ ଯୋଜନାକୁ ୧ ଡିସେମ୍ବର ୨୦୧୮ରୁ ଲାଗୁ କରାଯିବ । ଏଥପାଇଁ ପ୍ରଥମ କିସ୍ତି ମାର୍ଚ୍ଚ ୩୧ ଭିତରେ ମିଳିବ । ସେଥିପାଇଁ ସରକାର ବଜେଟରେ ରିଭାଇଜ୍ ଏଷ୍ଟିମେଟ୍ କରି ୨୦ ହଜାର କୋଟି ଟଙ୍କାର ବ୍ୟୟବାରଦ କରି ବ୍ୟବସ୍ଥା କରିଛନ୍ତି । ୨୦୧୯-୨୦ ଆର୍ଥିକ ବର୍ଷରେ ୭୫ ହଜାର କୋଟି ଟଙ୍କାର ବ୍ୟବସ୍ଥା ହୋଇଛି ।  ଏହା ଭାରତ ସରକାରଙ୍କ ଏକ ନିରନ୍ତର ଯୋଜନା । ପ୍ରତିବର୍ଷ ଏଥିପାଇଁ ୭୫ କୋଟି ଟଙ୍କାର ବ୍ୟୟବରାଦ ବ୍ୟବସ୍ଥା କରାଯିବ । କାଳିଆ ଯୋଜନାରେ ବଜେଟ୍ ବ୍ୟବସ୍ଥା ହୋଇନାହିଁ । ରାଜ୍ୟ ସରକାର କାଳିଆ ଯୋଜନାର ପାଂଚ କିସ୍ତିର ଏକ ସୀମିତ ଯୋଜନା କରିଛନ୍ତି । ଘୋଷଣା କରାଯିବାର ପୂର୍ବ ସପ୍ତାହରେ ବିଧାନସଭା ଚାଲୁଥିଲା । ସରକାର  ସୁଚିନ୍ତିତ ଯୋଜନା କରିଥିଲେ କାଳିଆ ଯୋଜନାକୁ ସୀମିତ ଯୋଜନା ନକରି ରିଭାଇଜ୍ ଏଷ୍ଟିମେଟ୍ କରି ବଜେଟରେ ବ୍ୟୟବରାଦ ବ୍ୟବସ୍ଥା କରିଥାନ୍ତେ । ନିର୍ବାଚନକୁ ଦୃଷ୍ଟିରେ ରଖି ଓଡିଶା ସରକାର କାଳିଆ ଯୋଜନା ଆରମ୍ଭ କରିଛନ୍ତି । ହିତାଧିକାରୀଙ୍କ ତାଲିକାରେ ମନ୍ତ୍ରୀମଣ୍ଡଳରେ ଥିବା ନେତାଙ୍କ ନାଁ ଆସୁଛି । ଏହା ଯୋଜନା ପ୍ରତି ମୁଖ୍ୟମନ୍ତ୍ରୀଙ୍କ ନିଷ୍ଠା , ସରକାରୀ କଳର ସ୍ୱଚ୍ଛତା କଣ ତାହା ପ୍ରମାଣିତ କରୁଛି ।

ଭାଗଚୀଷୀଙ୍କ ପାଇଁ ବାରମ୍ବାର କହିଲା ପରେ ମଧ୍ୟ ସରକାର ଆଇନ ଆଣିଲେ ନାହିାଁ ସରକାର କେଉଁ ଆଧାରରେ ଭାଗଚାଷୀ ଚିହ୍ନଟ କରିବେ ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।  ରାଜ୍ୟ ସରକାରଙ୍କ ଭୂମିହୀନ ଚାଷୀଙ୍କୁ ଜମି ଦେବାର ଦାୟିତ୍ୱ ୧୯ ବର୍ଷର ଶାସନରେ ଥିଲା । ଏଯାବତ ଇଂଚିଏ ମାତ୍ର ଜମି ଦେଇନାହାନ୍ତି । ଯେଉଁ ମାନେ ଭଲ୍ୟୁନଟାରୀ ଡିଲିଂ କରିବେ , ଡିଲିଷ୍ଟିଂ କରିବେ ତାଙ୍କ ନାଁକୁ ସୁଯୋଗ ଦେବା ପାଇଁ କହିଥିଲେ । ତେବେ ଏହି ଯୋଜନା ସୀମିତ କେବଳ ରାଜନୈତିକ ଉଦେ୍ଧଶ୍ୟକୁ ପୂରଣ କରିବା ପାଇଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

 

 

 

0
0
0
s2sdefault