ହେଡଲାଇନସ୍:

ଅନ୍ତରୀଣ ବଜେଟ୍ ଦେଶରେ ନୂଆ ଅର୍ଥନୈତିକ ସମ୍ଭାବନା ଆଣିବ, ସମସ୍ତ ବର୍ଗର ଲୋକମାନଙ୍କ ପାଇଁ ଏହା ଯୁଗାନ୍ତକାରୀ ବଜେଟ୍  - ଧର୍ମେନ୍ଦ୍ର ପ୍ରଧାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆଦିଲ୍ଲୀ/ଭୁବନେଶ୍ୱର,(Sanjib Nayak) - ଅର୍ଥମନ୍ତ୍ରୀ ପିୟୂଷ ଗୋଏଲଙ୍କ ବଜେଟ  ଅର୍ଥନୈତିକ  ସମ୍ଭାବନା ଆଣିବ । ବିଶେଷ କରି ଗରିବ ଲୋକ ବସବାସ କରୁଥିବା ରାଜ୍ୟ ଗୁଡିକରେ ଏହି ବଜେଟ୍ର ପ୍ରଭାବରେ ଏହି  ସମାଜର ପ୍ରଗତିକୁ କେହି ରୋକିପାରିବେ ନାହିଁ । ନରେନ୍ଦ୍ର ମୋଦିଙ୍କ ସରକାର ବିଗତ ୫ ବର୍ଷ ଧରି ସବକା ସାଥ୍ ସବକା ବିକାଶ ବିକାଶକୁ ଏକ ଜନଆନେ୍ଦାଳନରେ ପରିଣତ କରିଛନ୍ତି । ଆଜିର ବଜେଟ୍ ସେ ଦୃଷ୍ଟିରୁ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  

ନୂଆଦିଲ୍ଲୀ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ଉପସ୍ଥାପିତ ହୋଇଯାଇଥିବା ବଜେଟକୁ ପ୍ରଂଶସା କରାଯିବା ଉଚିତ । ଦେଶର ଗରିବ ଚାଷୀ, ଶ୍ରମିକ, ନିମ୍ନମଧ୍ୟବିତ, ମଧ୍ୟବିତ, ବ୍ୟବସାୟୀ ସମୂହ ଓ ଯୁବସମୂହ ଏ ସମସ୍ତଙ୍କ ପାଇଁ ଏହି ବଜେଟ୍ ଏକ ଯୁଗାନ୍ତକାରୀ ବଜେଟ୍ ବୋଲି ଶ୍ରୀ ପ୍ରଧାନ କହିଛନ୍ତିାବିଶେଷ ଭାବେ ଚାଷୀମାନଙ୍କର ସମ୍ମାନ ବଢାଇବା ପାଇଁ ଭାରତ ସରକାର ନିରନ୍ତର ଭାବେ ବିଭିନ୍ନ ପଦକ୍ଷେପ ନେବା ପରେ ମଧ୍ୟ କୃଷକଙ୍କ ବିକାଶ ପାଇଁ ଆଜି ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଆରମ୍ଭ କରିଛନ୍ତି ।  ଏହି ଯୋଜନାରେ ୧୨ କୋଟି ଚାଷୀ ଲାଭ ପାଇପାରିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ସେହିପରି ପିଏମ ଶ୍ରମଯୋଗୀ ଯୋଜନା ୧୮ ବର୍ଷରୁ ଆରମ୍ଭ କରି ୪୦ ବର୍ଷ ପର୍ଯ୍ୟନ୍ତ ସବୁ ବୟସର ଶ୍ରମିକମାନେ ରହିପାରିବେ । ଭାରତ ସରକାର ଅଧା ପ୍ରମିୟମ ପଇସା ଭରଣା କରିବା ବେଳେ ଇଚ୍ଛୁକ ଳାଭାର୍ଥୀ ମାନେ ଅଧା ପ୍ରମିୟମ ଭରିବେ । ଅଣସଂଗଠିତ ଶ୍ରମିକ ସମାଜ ତଥା ଘରୋଇ ସହଯୋଗୀ ଠାରୁ ଆରମ୍ଭ କରି ଝୁମ୍ପଡିରେ ରହୁଥିବା, ଠେଲା ଚଲାଉଥିବା ସବୁ ବର୍ଗର ଶ୍ରମିକ ବର୍ଗଙ୍କୁ ୩ ହଜାର ଟଙ୍କା ପେନସନସ୍ୱରୂପ ୬୦ ବର୍ଷ ପରେ ଦିଆଯିବ ।  ଏହି ଯୋଜନାରେ ୧୦ କୋଟି ଲାଭାର୍ଥୀ ହେବେ ବୋଲି ସେ କହିଛନ୍ତି । 

ନୋମାଡିକ ଆଦିବାସୀ ଲୋକ ମାନଙ୍କ ପାଇଁ ଅନ୍ୟ ଏକ ଯୋଜନା ବଜେଟରେ ଆରମ୍ଭ ହେଇଛି । ଓଡିଶାରେ ନୋମାଡିକ ଆଦିବାସୀ ଭଲ ସଂଖ୍ୟକ ଅଛନ୍ତି । ପାଖାପାଖି ୧୨ କୋଟି ଲୋକ ଦେଶରେ ନୋମାଡିକ ଜାତିର ଅଛନ୍ତି । ଓଡିଶା ତଥା ପଶ୍ଚିମ ଓଡିଶାର ଜଙ୍ଗଲ ଅଂଚଳରେ ଅନେକ ନୋମାଡିକ୍ ଆଦିବାସୀ ଅଛନ୍ତି । ସେମାନେ ଏପର୍ଯ୍ୟନ୍ତ ଅନୁସୂଚିତ ଜାତି ବା ଅନୁସୂଚିତ ଜନଜାତି ବର୍ଗରେ ମଧ୍ୟ ଘୋଷଣା ହୋଇନାହାନ୍ତି । ଏଥିପାଇଁ ସେମାନେ ସାଧାରଣ ବର୍ଗ କ୍ଷେତ୍ରରେ ପରିଗଣିତ ହେଉଥିଲେ । ଏ ପରିପ୍ରକ୍ଷୀରେ ନୋମାଡିକ ଟ୍ରାଇବ୍ କମିଶନ ଗଠନ କରିବା ଘୋଷଣା ବଜେଟ୍ ହୋଇଛି । ଓଡିଶା ଏଥିରୁ ଲାଭ ପାଇବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।  

ସେହିପରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ନିମ୍ନ ଓ ମଧ୍ୟବିତ ପରିବାର ଲୋକଙ୍କୁ ୫ ଲକ୍ଷ ଟଙ୍କା କର ଛାଡ ସୀମା ବଢାଇ ଦିଆଯାଇଛିା ଏହାବ୍ୟତିତ ଅନ୍ୟାନ୍ୟ ସୁବିଧାକୁ ମିଶାଇଲେ ସାଢେ ୬ ଲକ୍ଷ ପର୍ଯ୍ୟନ୍ତ କର ଛାଡ ମିଳିବ । ଟିକସ ମୁକ୍ତ କାରଣରୁ ଦେଶର ମୋଟ ୩ କୋଟି ଲାଭାର୍ଥୀ ୧୮ ହଜାର କୋଟି ଟଙ୍କା ଲାଭ ପାଇବାକୁ ଯାଉଛନ୍ତି । ସ୍ୱାଧୀନ ଭାରତରେ ନିମ୍ନ ମଧ୍ୟବିତ ପରିବାରଙ୍କ ପାଇଁ ପ୍ରଥମ ଥର ନରେନ୍ଦ୍ର ମୋଦିଙ୍କ ସରକାର ଉପଲବ୍ଧି କରିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଏମ୍ଏସ୍ଏମ୍ଇ ବ୍ୟବସାୟ ବଢିବା ପାଇଁ ମଧ୍ୟ ସୁବିଧା ହୋଇଛିା ଯେଉଁମାନେ ଏମ୍ଏସ୍ଏମ୍ଇ ସେକ୍ଟରରେ ଜିଏସଟି ରେଜଷ୍ଟେ୍ରସନ କରିଥିବେ ସେମାନଙ୍କ ପାଇଁ ୨ ପ୍ରତିଶତର ଟିକସ ଛାଡ ମିଳିବା ପାଇଁ ଯାଉଛି । ଉପରୋକ୍ତ ଦୁଇଟି ପଦକ୍ଷେପ କାରଣରୁ ଲୋକଙ୍କର ପଇସା ସଂଚୟ ହେବ । ଫଳରେ ସେମାନେ ଅଧିକ ଖର୍ଚ କରିବୋ ଫଳରେ ଦେଶରେ ରୋଜଗାର ଓ ବ୍ୟବସାୟ ବଢିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।   

ଏ ସମଗ୍ର ବିଷୟକୁ ଦେଖିଲେ ଆଜିର ବଜେଟ୍ରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀଙ୍କ କଲ୍ୟାଣକାରୀ ଯୋଜନା ଗୁଡିକ କେବଳ ଭାରତବର୍ଷ ନୁହେଁ, ଓଡିଶା ରାଜ୍ୟ ମଧ୍ୟ ଏକ ପ୍ରମୁଖ ଲାଭାର୍ଥୀ ହୋଇପାରିବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।

 

0
0
0
s2sdefault