ହେଡଲାଇନସ୍:

 ଜିଲ୍ଲା ଛାତ୍ର ବିଜେଡ଼ି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କୁ କେନ୍ଦ୍ରର ପ୍ରବଞ୍ଚନା

ବାରିପଦା(ଦିଲ୍ଲୀପ ମହାନ୍ତି )- ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କୁ କେନ୍ଦ୍ରର ପ୍ରବଞ୍ଚନା ପ୍ରତିବାଦରେ ମୟୂରଭଞ୍ଜ ଜିଲ୍ଲା ଛାତ୍ର ବିଜେଡ଼ି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲା ଯୁବ ବିଜେଡ଼ି ସଭାପତି ଜିତେନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାବେଶରେ ଉତ୍ତର ଓଡ଼ିଶା ଜୋନର ସଭାପତି ସୁବ୍ରମଣ୍ୟମ ମହାନ୍ତି ସ୍ୱାଗତ ଭାଷଣ ଦେବା ଅବସରରେ ଓଡ଼ିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବକୁ ତୀବ୍ର ସମାଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ବିଦେଶରୁ କଳାଧନ ଫେରାଇ ଆଣିବା, ଜନଧନ ଆକାଉଣ୍ଟରେ ୧୫ ଲକ୍ଷ ଲଙ୍କା ଦେବା, ପ୍ରତ୍ୟେକ ବର୍ଷ ଦୁଇ କୋଟିର ନିଯୁକ୍ତି, ୩୦/୩୫ ଟଙ୍କା ମୂଲ୍ୟରେ ପେଟ୍ରୋଲ ଡ଼ିଜେଲ ଯୋଗାଇବା, ସଂସଦକୁ ଅପରାଧ ମୁକ୍ତ କରାଇବା ଏବଂ ଅଚ୍ଛେଦିନ ଆସିବାର ସ୍ୱପ୍ନ ଦେଖାଇ ଭାରତର ପ୍ରଧାନମନ୍ତ୍ରୀ ହୋଇଗଲେ । କିନ୍ତୁ, ପରବର୍ତ୍ତି ସମୟରେ ତାଙ୍କର ସମସ୍ତ ପ୍ରତିଶ୍ରୁତି ଜୁମୁଲା ସାବ୍ୟସ୍ତ ହେଲା । ଅଧିକନ୍ତୁ ଜନସାଧାରଣଙ୍କ ଜମାଖାତାରୁ ସର୍ବନିମ୍ନ ଜମା ଆଳରେ ହଜାର ହଜାର କୋଟି ଟଙ୍କା ଲୁଟି ନେଇଗଲେ । ବିଜେପିର କେବଳ ନିର୍ବାଚନ ଆସିଲେ ମନ୍ଦିର , ମସଜିଦ କଥା ମନେପଡ଼ିଥାଏ । ସେହିପରି ଓଡ଼ିଶା ପ୍ରତି କେନ୍ଦ୍ରର ଅବହେଳା ସମସ୍ତ ସୀମାକୁ ଅତିକ୍ରମ କରିଯାଇଛି ଏବଂ ପ୍ରତ୍ୟେକ ସ୍ତରରେ କେନ୍ଦ୍ର ରାଜ୍ୟକୁ ଯୋଗାଉଥିବା  ଅଂଶକୁ ହ୍ରାସ କରିଥିବା ବେଳେ କେତେକ ବିଭାଗରେ ବନ୍ଦ ମଧ୍ୟ କରିଦେଇଛି ବୋଲି କହିଥିଲେ । ସେହିପରି ପୂର୍ବତନ ମନ୍ତ୍ରୀ ସୁଦାମ ମାର୍ଣ୍ଡି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସବୁଠାରୁ ବଡ଼ ଚୋର ବୋଲି ସମାଲୋଚନା କରିବା ସହିତ ଚୈାକିଦାର ସାଜି କେନ୍ଦ୍ରରେ ବସିଥିବା ବେଳେ ନିରୋଜ ମୋଦି, ବିଜୟ ମାଲ୍ୟା ଆଦି ଦେଶରୁ କୋଟିକୋଟି ଟଙ୍କା ନେଇ ବିଦେଶ ପଳାଇଗଲେ । ଏଥି ସହିତ ମିଛ ଭାଷଣ ଦେଇ ଦେଶବାସୀଙ୍କୁ ପ୍ରତାରିତ କରିଚାଲିଛନ୍ତି ବୋଲି କହିଥିବା ବେଳେ ମୋରଡ଼ା ବିଧାୟକ ତଥା ବିଜେଡ଼ିର ଜିଲ୍ଲା ସଭାପତି ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରଣାଳୟ ଅନୁସୂଚିତ ଜାତି ଛାତ୍ରଛାତ୍ରୀମାନଙ୍କୁ ବୃତ୍ତି ଆକାରରେ ଯୋଗାଇ ଦେଉଥିବା ୯୦ ପ୍ରତିଶତ ଅଂଶକୁ କାଟଛାଟ କରାଇ ୨୦ ପ୍ରତିଶତରୁ କମରେ ପହଁଞ୍ଚାଇଛନ୍ତି ।  ୨୦୧୭-୧୮ ଏବଂ ୨୦୧୮-୧୯ ଆର୍ଥିକ ବର୍ଷରେ ଉକ୍ତ ଛାତ୍ରବୃତ୍ତି ପାଣ୍ଠି ଅଦ୍ୟାବଧି ପ୍ରଦାନ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ  ଏବଂ ଏହା ଛାତ୍ରବୃତ୍ତି ପାଇଉଥିବା ମୟୂରଭଞ୍ଜ ଜିଲ୍ଲାର ଅନୁସୂଚିତ ଜାତିର ଛାତ୍ରଛାତ୍ରୀମାନଙ୍କ ପ୍ରତି ଏକ ପ୍ରବଞ୍ଚନା, ପ୍ରତାରଣା ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେଡ଼ିର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦେବାଶିଷ ମହାନ୍ତି, ବରିÂ ନେତା ରାଜକିଶୋର ଆଚାର୍ଯ୍ୟ, ଉଦଳାର ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ, ଛାତ୍ର ବିଜେଡ଼ିର ରାଜ୍ୟ ଉପସଭାପତି ରାଜେଶ କୁମାର ସ୍ୱାଇଁ, ସାଧାରଣ ସମ୍ପାଦକ ଦୀପକ ଜେନା, ରାଜ୍ୟ ଯୁବ ସାଧାରଣ ସମ୍ପାଦକ ରାଜେଶ ଦାଶ ଓ ଶୁଭ୍ରାଂଶୁ ମିଶ୍ର, ସାରସକଣା ବିଧାୟକ ଭାଦବ ହାଁସଦାଃ, ଛାତ୍ର ସଭାପତି(ପଶ୍ଚିମ) ବିକାଶ ନାୟକ, ଯୁବ ସଭାପତି(ପଶ୍ଚିମ) ଜାହିର ଖାଁ,  ଜ୍ୟୋତିର୍ମୟୀ କବାଟ,  ପ୍ରମୁଖ ଓଡ଼ିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ ସହିତ ବିଜେପି କ୍ଷମତା ଦଖଲ କରିବା ଆଶାରେ ଚଳାଇଥିବା ଗୁଣ୍ଡାରାଜକୁ ତୀବ୍ର ସମାଲୋଚନା କରିଥିଲେ । ଶେଷରେ ସରୋଜ ବୋଷ ଧନ୍ୟବାଦ ପ୍ରଦାନ କରିଥିବା ବେଳେ ଜିଲ୍ଲା ଉପସଭାପତି ଡ଼ା. ଆଦିତ୍ୟ ପଣ୍ଡା ଓ ଅନିରୁଦ୍ଧ ଭଞ୍ଜଦେଓ, ଛାତ୍ର ନେତା ଅରୁଣ ବରାଡ଼, ରାଜ୍ୟ ଯୁବ ସାଧାରଣ ସମ୍ପାଦକ ବିରଞ୍ଚି ମହାପାତ୍ର, ଜିଲ୍ଲା ମହିଳା ସଭାପତି ବୀଣାପାଣି  ସାହୁ, ଦୀପ୍ତିଲତା ମିଶ୍ର, ସୀମା ଦାସ, ଛାତ୍ର ସଭାପତି ଅଭୟ ସିଂ(ସଦର), ଶ୍ରବଣ ଗୋପ, ମିଡ଼ିଆ ସଂଯୋଜକ କପିଲ ଖଣ୍ଡେଲୱାଲ ପ୍ରମୁଖଙ୍କ ସମେତ ଜିଲ୍ଲାର ୨୬ଟି ବ୍ଲକର ଯୁବ, ଛାତ୍ର ସଭାପତି, ଦଳୀୟ ନେତା ଓ କର୍ମକର୍ତ୍ତାମାନେ ଯୋଗ ଦେଥିଲେ । ଏହାପରେ ସମସ୍ତେ କେନ୍ଦ୍ରର ବିଜେପି ସରକାରଙ୍କ ଅନୁସୂଚିତ ଜାତି ଛାତ୍ରଛାତ୍ରୀ ବିରୋଦ୍ଧରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଆରମ୍ଭ ହୋଇଥିବା ମୋ ଭବିଷ୍ୟତ ସୁରକ୍ଷା ସ୍ୱାକ୍ଷର ଅଭିଯାନ ସଂଗ୍ରାମରେ ସମସ୍ତେ ସ୍ୱାକ୍ଷର କରିଥିଲେ ।

0
0
0
s2sdefault